ଜେଲକୁ କର୍ମଚାରୀ ନେଇପାରିବେନି ଫୋନ୍‌

ଭୁବନେଶ୍ୱର,୧।୮(ବ୍ୟୁରୋ): ଝାରପଡା ଜେଲ ଭିତରେ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଖଟି କରୁଥିବାର ଏକ ଭିଡିଓ ନିକଟରେ ଭାଇରାଲ ହୋଇଥିଲା। ଏହା ପୂର୍ବରୁ କଏଦୀମାନେ ମୋବାଇଲ୍‌ ଫୋନ୍‌ରେ କଥା ହେବା ଓ ଜେଲ ଭିତରକୁ ନିଶାଦ୍ରବ୍ୟ ବାହାରିବା ଘଟଣାକୁ ନେଇ ଅଡୁଆରେ ଫସିଥିଲା ଜେଲ ବିଭାଗ। ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ଏବେ ଚିରାଚରିତ ଢଙ୍ଗରେ କେତେକ କଟକଣା ଲଗାଇଛି ଜେଲ ବିଭାଗ। ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଜେଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନିର୍ଦ୍ଦେଶନାମା ଅନୁସାରେ, ଏଣିକି ଜେଲ ଅଧୀକ୍ଷକଙ୍କ ସମେତ ଓ୍ବାର୍ଡର ଓ ଅନ୍ୟ କର୍ମଚାରୀ ଜେଲ ଭିତରକୁ ମୋବାଇଲ୍‌ ଫୋନ୍‌ ନେବେ ନାହିଁ। ଜେଲ ଭିତରକୁ ପ୍ରବେଶ ପୂର୍ବରୁ ଗେଟ୍‌ ଓ୍ବାର୍ଡନଙ୍କ ନିକଟରେ ମୋବାଇଲ୍‌କୁ ଜମା କରିବେ। ଏହାପରେ ଯଦି କୌଣସି ଭିଡିଓ ଭାଇରାଲ ହେଉଥିବା ନଜରକୁ ଆସିବ ଜେଲ୍‌ ଅଧୀକ୍ଷକ ଥାନାରେ ଅଭିଯୋଗ କରିବା ସହ ତାହାକୁ ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ପଠାଇବେ। ଏହା ସହ ଜେଲ ଭିତରକୁ ପ୍ରବେଶ ପୂର୍ବରୁ ସମସ୍ତଙ୍କୁ କଡାକଡ଼ି ଯାଞ୍ଚ କରାଯିବ। ଜେଲ କର୍ମଚାରୀଙ୍କୁ ପ୍ରତିଦିନ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ନିୟମିତ ଯାଞ୍ଚ କରାଯାଇ ରେଜିଷ୍ଟରରେ ତାହାକୁ ଲିପିବଦ୍ଧ କରାଯିବ। ଜେଲରୁ କୋର୍ଟକୁ ଯାଉଥିବା ସମସ୍ତ କଏଦୀ ଓ ଆସୁଥିବା ନୂଆ କଏଦୀଙ୍କୁ ମଧ୍ୟ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ନିୟମିତ ଯାଞ୍ଚ ହେବ। ବାହାରୁ ଜେଲ ପରିସରକୁ ଯେପରି ମୋବାଇଲ୍‌ ଫୋନ୍‌ ଫିଙ୍ଗା ନ ଯିବ ତାହା ଉପରେ ନଜର ରଖି ପଦକ୍ଷେପ ନେବାକୁ କୁହାଯାଇଛି। ଏଥିପାଇଁ ଜେଲର ସମସ୍ତ କାନ୍ଥ ନିକଟରେ ଦୁଇଟି ସିଫ୍ଟରେ ସୁରକ୍ଷାକର୍ମୀ ଜଗିବେ। ଜେଲ ଭିତରେ ସମସ୍ତ କ୍ୟାମେରା କାର୍ଯ୍ୟ କରୁଛି କି ନାହିଁ ତାହାକୁ ଜେଲ ଅଧୀକ୍ଷକ ନିୟମିତ ଯାଞ୍ଚ କରିବେ। ସେହିଭଳି ନିଶା ତଥା ଅନ୍ୟ ନିଷେଧ ସାମଗ୍ରୀ ଯେପରି ଭିତରକୁ ନ ଯିବ ସେଥିପାଇଁ ଜେଲ ଖୋଲିବା ପୂର୍ବରୁ କର୍ମଚାରୀମାନେ ସକାଳେ ପୂରା ପରିସରକୁ ଯାଞ୍ଚ କରିବେ। ଯେଉଁ କଏଦୀଙ୍କଠାରୁ ନିଷେଧ ସାମଗ୍ରୀ ମିଳିବ ତାଙ୍କୁ ଅଲଗା ସେଲ୍‌ରେ ରଖାଯାଇ ନିୟମିତ ଯାଞ୍ଚ କରାଯିବ। ନିର୍ଦ୍ଦେଶନାମା ଉଲ୍ଲଂଘନ କରୁଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି କଏଦୀଠାରୁ ନିଷେଧ ସାମଗ୍ରୀ ଚିହ୍ନଟ କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ। ଅବହେଳା କଲେ ସମ୍ପୃକ୍ତ ଓ୍ବାର୍ଡନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସେବା ସେତୁ କାର୍ଯ୍ୟକ୍ରମରେ ଲୋକଙ୍କ ଅଭିଯୋଗ ଶୁଣିଲେ ଉପଜିଲାପାଳ

ଦାରିଙ୍ଗବାଡି,୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଅଭିଯାନର ମୂଳ ଲକ୍ଷ ଏବଂ ଜନସାଧାରଣଙ୍କ…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ୟୁପି ରାଜ୍ୟସଭା ନିର୍ବାଚନ: ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୫।୧୦: ଉତ୍ତର ପ୍ରଦେଶ(ୟୁପି)ରେ ହେବାକୁ ଥିବା ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାଜପା। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି…

କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପ: ଆରଇଟି ସର୍ଭେ ପାଇଁ ଡିଆରଏମ୍‌ଙ୍କୁ ଦାବି

କେସିଙ୍ଗା, ୫।୧୦ (ତୁମେଶ୍ୱର ସାହୁ): କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପର ଆରଇଟି ସର୍ଭେ ତଥା ପ୍ରକଳ୍ପ ପାଇଁ ଆବଶ୍ୟକ ବଜେଟ ବ୍ୟୟବରାଦ ଦାବିରେ କଳାହାଣ୍ଡି ରେଳ…

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?