ପ୍ରିନ୍ସ ୱିଲିୟମଙ୍କୁ ହୋଇଥିଲା କରୋନା, ୭ ମାସ ପରେ କଲେ ଖୁଲାସା

ଲଣ୍ଡନ,୨।୧୧: ସାରା ବିଶ୍ୱରେ ଅନେକ ସେଲିବ୍ରିଟିମାନେ ମହାମାରୀ କରୋନା ଆକ୍ରାନ୍ତ ହେବା ନଜିର ରହିଛି। ଏହି କ୍ରମରେ ବ୍ରିଟେନର ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମ ଗତ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ ବୋଲି ଜଣାପଡିଛି। ତାଙ୍କ ପିତା ପ୍ରିନ୍ସ ଚାଲର୍‌ସ ମଧ୍ୟ କରୋନା ପଜିଟିଭ ଥିଲେ। କିନ୍ତୁ ପ୍ରିନ୍ସ ୱିଲିୟମ ତାଙ୍କ ସଂକ୍ରମଣ ଏବଂ ଚିକିତ୍ସାକୁ ଗୁପ୍ତ ରଖିଥିଲେ। କରୋନା ସଂକ୍ରମିତ ହେବା ପରେ ମଧ୍ୟ ୱିଲିୟମ ତାଙ୍କ ଟେଲିଫୋନ ଏବଂ ଭିଡିଓ କାମ ଜାରି ରଖିଥିଲେ। ଯାହା ଦ୍ୱାରା ଲୋକମାନେ କୌଣସି ବିଷୟରେ ସନ୍ଦେହ କରିବେ ନାହିଁ। ସେ କାହାକୁ ଅସୁବିଧାରେ ପକାଇବାକୁ ଚାହୁଁନଥିବାରୁ ଏଭଳି ନିଷ୍ପତ୍ତି ନେଇଥିଲେ। ୩୮ ବର୍ଷୀୟ ପ୍ରିନ୍ସ ୱିଲିୟମ ଏକ ସାକ୍ଷାତକାରରେ କହିଥିଲେ କରୋନାକୁ ନେଇ ସମଗ୍ର ବିଶ୍ୱରେ ଅନେକ କିଛି ଆଲୋଚନା ଚାଲିଛି। ଏସବୁ ଭିତରେ ଦେଶବାସୀଙ୍କୁ ଆଉ ଅସୁବିଧାରେ ପକାଇବାକୁ ଚାହୁଁ ନ ଥିଲି ତେଣୁ ଏକଥା ଗୋପନ ରଖିଥିଲି। ରୟାଲ୍‌ ପ୍ୟାଲେସର ଡାକ୍ତରମାନେ ହିଁ ତାଙ୍କର ଚିକିତ୍ସା କରିଥିଲେ। ଏହି ସମୟରେ କରୋନାର ସମସ୍ତ ନିୟ ସେ ପାଳନ କରିଥିଲେ। ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏପ୍ରିଲ୍‌ ମାସରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଣୀଙ୍କ ମୃତ୍ୟୁ ପରେ ଆକାଶରେ ଦିଶିଲା ୨ ଇନ୍ଦ୍ରଧନୁ

ଲଣ୍ଡନ,୯।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ରାଣୀଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ବକିଙ୍ଗହମ ପ୍ୟାଲେସ ବାହାରେ ଶହ...

ଥରିଲା ନେପାଳ

କାଠମାଣ୍ଡୁ,୨୪।୫: ପଶ୍ଚିମ ନେପାଳରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ମପାଯାଇଛି। ଏହାର କେନ୍ଦ୍ର ସ୍ଥଳ ପୂର୍ବ ବଝାଂଗ...

ପ୍ରାଣୀଙ୍କ ଉପସ୍ଥିତି ଅପରିହାର୍ଯ୍ୟ

ପରିବେଶର ସୁରକ୍ଷା ଏବଂ ମାନବ ସୁସ୍ଥତା ପାଇଁ ପ୍ରାଣୀମାନେ ପ୍ରକୃତିର ସମାନ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ପ୍ରକୃତିର ପରିବେଶକୁ ସନ୍ତୁଳିତ କରିବା ପାଇଁ ଇକୋସିଷ୍ଟମରେ ଥିବା ସମସ୍ତ...

କାଲିଫର୍ନିଆରେ ଡଙ୍ଗା ଓଲଟି ୮ ମୃତ

ୱାଶିଂଟନ,୧୩ ।୩: ଆମେରିକା କାଲିଫର୍ନିଆ ସେଣ୍ଟ ଡିଏଗୋ କାଉଣ୍ଟିର ବ୍ଲାକ ବିଚ ଉପକୂଳରେ ଏକ ଡଙ୍ଗା ଓଲଟି ଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି...

ପୁଟିନ୍‌ଙ୍କ ମୁଣ୍ଡ ଗଡ଼ାଇବା ପାଇଁ ଆମେରିକା ଏମ୍‌ପିଙ୍କ ଆହ୍ବାନ

ଓ୍ବାଶିଂଟନ୍‌,୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ନିଜର ବିଜୟ ପଥରେ ରୁଷିଆ ଆଗକୁ ବଢ଼ୁଥିବା ବେଳେ ୟୁକ୍ରେନ ମଧ୍ୟ ନିଜ ଦେଶର...

ଆଧୁନିକ ଦାସତ୍ୱ କବଳରେ ୫ କୋଟି

ଜେନେଭା,୧୪ା୯: ସଶସ୍ତ୍ର ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ମହାମାରୀ ଆଦି ଯୋଗୁ ବିଶ୍ୱ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଏହା ଭିତରେ ଆଉ ଏକ ବଡ଼...

ଆତଙ୍କବାଦୀଙ୍କ ଶତ୍ରୁଙ୍କୁ ମାରିବାକୁ କରୋନାକୁ ଈଶ୍ୱର ପଠାଇଛନ୍ତି: ଆଇଏସ୍‌

ବାଗଦାଦ,୩୦।୫: ସାରା ବିଶ୍ୱ କରୋନା ଭାଇରସ କବଳରେ ପଡି ଛଟପଟ ହେଉଥିବା ବେଳେ ଏବେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛି ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ...

ତୁର୍କୀରେ ବିସ୍ଫୋରଣ: ୪ ମୃତ, ୧୧ ଆହତ

ଇସ୍ତାନବୁଲ,୧୩।୧୧: ତୁର୍କୀର ରାଜଧାନୀ ଇସ୍ତାନବୁଲର ତାକ୍ସିମ ସ୍କୋୟାରରେ ଏକ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ ୧୧ ଜଣ ଆହତ...

Advertisement
Archives

Model This Week