Posted inଜାତୀୟ

ଚାଇନାର ଦାଦାଗିରି: ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ନିର୍ମାଣ କରୁଛି ରେଳ ଲାଇନ୍‌

ନୂଆଦିଲ୍ଲୀ,୨।୧୧: ଏଲ୍‌ଏସିରେ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଦାଦାଗିରି ଆରମ୍ଭ କରିଛି। ଭାରତର ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚାଇନା ସିଚୁଆନ୍‌-ତିବ୍ବତ ରେଳ ଲାଇନ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଏହାର ଲମ୍ବ ୧୦୧୧ କିଲୋମିଟର ହେବ। ଏହାର ନିର୍ମାଣ ପାଇଁ ୪ ହଜାର ୭୮୦ କୋଟି ଡଲାର ଖର୍ଚ୍ଚ ହେବ ବୋଲି ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ କୁହାଯାଇଛି। ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି ରେଳ ଲାଇନ୍‌ରେ ଟ୍ରେନ୍‌ ଘଣ୍ଟାପ୍ରତି ୧୨୦ କିଲୋମିଟରରୁ ୨୦୦ କିଲୋମିଟର ବେଗରେ ଗତି କରିପାରିବ। ରେଳ ଲାଇନ ସିଚୁଆନ୍‌ର ରାଜଧାନୀ ଚେଙ୍ଗୁଡ୍‌ଠାରୁ ତିବ୍ବତର ଲିଞ୍ଝି ପର୍ଯ୍ୟନ୍ତ ନିର୍ମାଣ କରାଯିବ। ଏହାଦ୍ୱାରା ଲାହାସ ପର୍ଯ୍ୟନ୍ତ ଯାତ୍ରା ୪୮ ଘଣ୍ଟା ପରିବର୍ତ୍ତେ ମାତ୍ର ୧୩ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇପାରିବ। ଏହା ପୂର୍ବରୁ ଚାଇନା କିଙ୍ଘାଇ-ତିବ୍ବତ ରେଲଓ୍ବେ ପ୍ରୋଜେକ୍ଟ ଉପରେ କାମ ଜାରି ରଖିଛି। ଏହି ନୂତନ ରେଳ ପ୍ରୋଜକ୍ଟ ଦ୍ୱାରା ଭାରତ ଉପରେ ଚାଇନାର ସହଜରେ ନଜର ରଖି ପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri