ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ

ସୋନପୁର,୧୩ା୮(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ଖଇରଟିକ୍ରା ଗାଁର ଚାଷୀ ସୁରେଶ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ ଆସିଛି। ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ ଥିବା ୭୭ତମ ସ୍ବାଧୀନତା ଦିବସ ଉତ୍ସବରେ ସେ ଯୋଗଦେବେ। ଏ ନେଇ ମିଶ୍ର ଶନିବାର ନୂଆଦିଲ୍ଲୀ ଅଭିମୁଖେ ଟ୍ରେନ୍‌ ଯୋଗେ ଯାତ୍ରା କରିଛନ୍ତି। ଏଭଳି ଖବର ମିଳିବା ପରେ ଜିଲାରେ ଖୁସିର ଲହରି ଖେଳିଯାଇଛି।
ଜଣେ ସଫଳ ଜୈବିକ ଚାଷୀ ଭାବେ ସୁରେଶ ସୁବର୍ଣ୍ଣପୁର ଜିଲାରେ ବେଶ୍‌ ପରିଚିତ। ଦୀର୍ଘ ୭ ବର୍ଷ ଧରି ସେ ନିଜର ୬ ଏକର ପରିମିତ ଚାଷଜମିରେ ଜୈବିକ ପ୍ରଣାଳୀରେ ସମନ୍ବିତ ଚାଷ କରିଆସୁଛନ୍ତି। ନିଜ ଫସଲରେ ଜୀବାମୃତ ସହିତ ବୁନ୍ଦା ଜଳସେଚନର ବ୍ୟବସ୍ଥା କରି ସେ ପୋଟଳ, ବାଇଗଣ, ମକା ଓ ବନ୍ଧାକୋବି ଆଦି ଉତ୍ପାଦନ କରୁଛନ୍ତି। ଉଭୟ ଖରିଫ ଓ ରବି ଋତୁରେ ବିନା କୀଟନାଶକ, ରାସାୟନିକ ସାରରେ ଧାନ ଓ ପନିପରିବା ଚାଷ କରୁଛନ୍ତି। ଏଥିରେ ସେ ନିଜକୁ ଆତ୍ମନିର୍ଭରଶୀଳ ମଧ୍ୟ କରିପାରିଛନ୍ତି। ୨୦୨୧ ମସିହାରେ ନାବାର୍ଡ ଦ୍ୱାରା ସୁନ୍ଦରଗଡ଼ର ସେବକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୋତ୍ସାହନରେ କ୍ଷେତ୍ରପାଳ କୃଷକ ଉତ୍ପାଦକ କମ୍ପାନୀ ଗଠନ କରିଛନ୍ତି। ଏହି କମ୍ପାନୀକୁ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି। କମ୍ପାନୀ ତଥା କୃଷକ ଉତ୍ପାଦକ ସଂଘରେ ଆଖପାଖ ଗ୍ରାମର ୫୦୦ରୁ ଊର୍ଦ୍ଧ୍ୱ ଚାଷୀ ସଭ୍ୟ ଅଛନ୍ତି। ମିଶ୍ର ଏହାର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ନିଜ କ୍ଷେତରୁ ଉତ୍ପାଦିତ ଫସଲ ଓ ଅନ୍ୟ ଚାଷୀଙ୍କ ଉତ୍ପାଦିତ ଫସଲକୁ କ୍ଷେତ୍ରପାଳ କୃଷକ ଉତ୍ପାଦକ ସଂଘ ମାଧ୍ୟମରେ ବିକ୍ରୟ କରୁଛନ୍ତି। ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ଚାଉଳ ଓ ମୁଗକୁ ସଂଘ ମାଧ୍ୟମରେ ମାର୍କେଟିଂ କରିଥାନ୍ତି। ସେହିପରି ଅନ୍ୟ ଚାଷୀଙ୍କୁ ବିଭିନ୍ନ ପ୍ରକାର ମଞ୍ଜି, କୀଟନାଶକ ଓ ସାର ସୁଲଭ ମୂଲ୍ୟରେ ପ୍ରଦାନ ସହିତ ଜୈବିକ ପ୍ରଣାଳୀରେ ଚାଷ ପାଇଁ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କର ଏହି ଜୈବିକ ଚାଷ ଅଞ୍ଚଳର ଅନ୍ୟମାନଙ୍କୁ ପ୍ରେରଣା ଦେଉଛି। ଚଳିତବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ଅଂଶଗ୍ରହଣ ଲାଗି ସୁରେଶଙ୍କୁ ନିମନ୍ତ୍ରଣ ମିଳିଛି। ଜଣେ ସଫଳ ଚାଷୀ ଭାବେ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଓ ନିମନ୍ତ୍ରଣ ଏକ ଗର୍ବ ଓ ଗୌରବର କଥା ବୋଲି କହିଛନ୍ତି ସୁରେଶ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନାବାର୍ଡକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?