Posted inUncategorized

ଜିନୋମ୍‌ ସିକ୍ୱେନ୍ସିଂ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୧୧।୯: ସେପ୍ଟେମ୍ବର-ଅକ୍ଟୋବରରେ ଦେଶରେ କୋଭିଡ୍‌-୧୯ର ତୃତୀୟ ଲହର ଆସିବାକୁ ଥିବାବେଳେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ କୋଭିଡ୍‌ ସ୍ଥିତି ଓ ଟିକାକରଣ ଅଭିଯାନର ଅଗ୍ରଗତି ଅନୁଧ୍ୟାନ କରିବା ସହ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ମାସ ପାଇଁ ଟିକା ଉତ୍ପାଦନ, ଯୋଗାଣର ସମୀକ୍ଷା କରାଯାଇଥିଲା। ଅକ୍ସିଜେନ୍‌, କନ୍‌ସେଣ୍ଟ୍ରେଟର, ସିଲିଣ୍ଡର ଏବଂ ପିଏସ୍‌ଏ ପ୍ଲାଣ୍ଟ ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କୋଭିଡ୍‌-୧୯ ଭୂତାଣୁ ବାରମ୍ବାର ରୂପ ବଦଳାଉଥିବାରୁ ନିୟମିତ ଜିନୋମ୍‌ ସିକ୍ୱେନ୍ସିଂ ଜାରି ରଖିବାକୁ ସେ କହିଥିବା ଜଣାପଡ଼ିଛି। ୫୮ ପ୍ରତିଶତ ସାବାଳକ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ଏବଂ ୧୮% ଦ୍ୱିତୀୟ ଡୋଜ୍‌ ନେଇସାରିଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri