Posted inUncategorized

ଜିନୋମ୍‌ ସିକ୍ୱେନ୍ସିଂ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୧୧।୯: ସେପ୍ଟେମ୍ବର-ଅକ୍ଟୋବରରେ ଦେଶରେ କୋଭିଡ୍‌-୧୯ର ତୃତୀୟ ଲହର ଆସିବାକୁ ଥିବାବେଳେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ କୋଭିଡ୍‌ ସ୍ଥିତି ଓ ଟିକାକରଣ ଅଭିଯାନର ଅଗ୍ରଗତି ଅନୁଧ୍ୟାନ କରିବା ସହ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ମାସ ପାଇଁ ଟିକା ଉତ୍ପାଦନ, ଯୋଗାଣର ସମୀକ୍ଷା କରାଯାଇଥିଲା। ଅକ୍ସିଜେନ୍‌, କନ୍‌ସେଣ୍ଟ୍ରେଟର, ସିଲିଣ୍ଡର ଏବଂ ପିଏସ୍‌ଏ ପ୍ଲାଣ୍ଟ ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କୋଭିଡ୍‌-୧୯ ଭୂତାଣୁ ବାରମ୍ବାର ରୂପ ବଦଳାଉଥିବାରୁ ନିୟମିତ ଜିନୋମ୍‌ ସିକ୍ୱେନ୍ସିଂ ଜାରି ରଖିବାକୁ ସେ କହିଥିବା ଜଣାପଡ଼ିଛି। ୫୮ ପ୍ରତିଶତ ସାବାଳକ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ଏବଂ ୧୮% ଦ୍ୱିତୀୟ ଡୋଜ୍‌ ନେଇସାରିଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତଗଣ୍ଠି ପଡ଼ିବା ପୂର୍ବରୁ ବର ହାତରେ ହାତକଡ଼ି

ସୋନପୁର,୧।୩: ବିବାହ ପାଇଁ ବରବେଶରେ ସୋନପୁରକୁ ଆସି ଗିରଫ ହୋଇଛନ୍ତି ନୟାଗଡ଼ ଜିଲା ଇଛାପୁର(ଅନଖାପାଲି) ଅଞ୍ଚଳର ଅମଜାଦ ଖାଁ(୨୮)। ବିବାହ ପୂର୍ବରୁ ତାଙ୍କୁ ନୟାଗଡ଼ ଜିଲା...

ବ୍ୟବହାରକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଆଜିକାଲି କେବଳ ଛୋଟପିଲା ନୁହନ୍ତି ଯୁବପିଢ଼ି ଭିଡିଓ ଗେମ୍‌ ଖେଳୁଛନ୍ତି। କେତେକେ ଏହାକୁ ଏକ ଅଭ୍ୟାସରେ ପରିଣତ କରିସାରିଛନ୍ତି। ଭିଡିଓଗେମ୍‌ ଖେଳିବାରୁ ମୁକୁଳିବା ପ୍ରାୟ କଷ୍ଟକର।...

୧୨୫୦ କୋଟିର ୮ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୬।୭(ଅନିଲ ଦାସ): ରାଜ୍ୟ ସରକାର ୧୨୫୦ କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୬୪୦ ନିଯୁକ୍ତି...

‘୧୧ ମାସରେ କେତେ ଜମି ଅଧିଗ୍ରହଣ ହୋଇଛି ସ୍ପଷ୍ଟ କର’

ପଦ୍ମପୁର,୨୯।୧୧(ଡି.ଏନ.ଏ.): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ପଦ୍ମପୁରର ଏକ ନିର୍ବାଚନୀ ସଭାରେ ବରଗଡ-ନୂଆପଡା ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କାଲି ଜମି ଦେଲେ ପଅରଦିନ...

୧୩୦ ମୃତଦେହର ଫଟୋ ଉଠାଇଛନ୍ତି ପ୍ରସନ୍ନ

ଭୁବନେଶ୍ୱର,୭।୬(ବ୍ୟୁରୋ): ବାଲେଶ୍ୱର ବାହନଗାରେ ଟ୍ରେନ ଦୁର୍ଘଟଣା ହୋଇଥିବା ଖବର ପାଇ ମୁଁ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚତ୍ଥିଲି। ହେଲେ ସେହି ବେଳର କିଛି ଦୃଶ୍ୟ ଦେଖି...

୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର, ୨୯।୧୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କମୁଛି ପାରଦ। ଫଳରେ ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରବିବାର ରାତିରେ ୯ଟି ସହରରେ ତାପମାତ୍ରା ୧୦...

ଘରୋଇ ନର୍ସିଂ ହୋମ୍‌ ସିଲ୍‌

ଢେଙ୍କାନାଳ ଅଫିସ, ୫।୩: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) କାର୍ଡରେ କରାଯାଉଥିଲା ଅର୍ଥ ହଡ଼ପ। ଡାକ୍ତରଙ୍କ ନାମରେ ଜାଲ୍‌ ଦସ୍ତଖତ କରି ଲୁଟୁଥିଲେ ଟଙ୍କା।...

ନାଟ୍ୟକାର କୁଞ୍ଜ ରାୟଙ୍କ ପରଲୋକ

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ ଓ ଔପନ୍ୟାସିକ କୁଞ୍ଜ ରାୟଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରସ୍ଥିତ...

Advertisement
Archives

Model This Week