Posted inଜାତୀୟ

ପ୍ରତିଶୋଧ ନେଲେ ପ୍ରଧାନମନ୍ତ୍ରୀ

ଜଳନ୍ଧର,୧୫।୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨୦୧୪ ସାଧାରଣ ନିର୍ବାଚନ ବେଳର ଏକ ଘଟଣାକୁ ନେଇ ଟାର୍ଗେଟ କରିଛନ୍ତି। କଂଗ୍ରେସ ଶାସିତ ପଞ୍ଜାବସ୍ଥିତ ଜଳନ୍ଧରରେ ଭାଜପାର ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, ୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଥିଲା। ସେ ପଞ୍ଜାବର ପଠାନକୋଟ ଓ ହିମାଚଳ ପ୍ରଦେଶକୁ ପ୍ରଚାର ପାଇଁ ଯାଇଥିଲେ। କିନ୍ତୁ ସେ ଅମୃତସରରେ ପହଞ୍ଚତ୍ଥିବାବେଳେ ରାହୁଲ ମଧ୍ୟ ସେଠାରେ ଥିଲେ। ତେଣୁ ତାଙ୍କ ହେଲିକପ୍ଟରକୁ ଉଡ଼ାଣ ଅନୁମତି ମିଳି ନ ଥିଲା। ଏହାକୁ ନେଇ ମୋଦି କହିଛନ୍ତି, ଯୁବରାଜ ଅମୃତସର ଉପରେ ଉଡ଼ାଣ କରୁଥିବାରୁ ମୋ ହେଲିକପ୍ଟରକୁ ଅଟକାଇଦେଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ସୋମବାର ଚଣ୍ଡିଗଡ଼ର ରାଜେନ୍ଦ୍ର ପାର୍କରୁ ଉଡ଼ାଣ ପାଇଁ ଅନୁମତି ଦିଆ ନ ଯିବା ପରିପ୍ରେକ୍ଷୀରେ ମୋଦିଙ୍କ ଏହି ମନ୍ତବ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ଚଣ୍ଡିଗଡ଼କୁ ‘ନୋ ଫ୍ଲାଇଂ ଜୋନ୍‌’ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଚନ୍ନି ହୋସିଆରପୁରକୁ ରାହୁଲଙ୍କ ସଭାରେ ଯୋଗଦେବା ପାଇଁ ବାହାରିଥିବାବେଳେ ହଟହଟା ହୋଇଥିଲେ। ଗତ ଜାନୁୟାରୀ ୫ରେ ପ୍ରଧାନମନ୍ତ୍ରୀ ଫିରୋଜପୁର ଯାଇଥିବାବେଳେ କୃଷକମାନେ ବିରୋଧ କରିଥିଲେ। ଫଳରେ ସେ ଏକ ଫ୍ଲାଏଓଭର ଉପରେ ୨୦ ମିନିଟ ଫସିରହିବା ପରେ ଦିଲ୍ଲୀ ଫେରିଯାଇଥିଲେ। ଚନ୍ନିଙ୍କୁ ଉଡ଼ାଣ ଅନୁମତି ନ ମିଳିବା ପଛରେ ଏହାକୁ ମଧ୍ୟ ଏକ କାରଣ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୋଧ ରୂପେ ଦେଖାଯାଉଛି।
ପଞ୍ଜାବର ୧୧୭ ଆସନରେ ଫେବୃୟାରୀ ୨୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ ପଞ୍ଜାବ ଲୋକ କଂଗ୍ରେସ ଏବଂ ସୁଖଦେବ ସିଂ ଧିଣ୍ଡସାଙ୍କ ଶିରୋମଣୀ ଅକାଳୀ ଦଳ (ସଂଯୁକ୍ତ) ସହ ଭାଜପା ମେଣ୍ଟ କରିଛି। ଜଳନ୍ଧର ସଭାରେ ଅମରିନ୍ଦର ଓ ସୁଖଦେବଙ୍କ ଉପସ୍ଥିତିରେ ମୋଦି କହିଥିଲେ, ରାଜ୍ୟରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଛି। ନୂଆ ସରକାର ପଞ୍ଜାବରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିବ। କଂଗ୍ରେସ ଅମରିନ୍ଦରଙ୍କୁ ଅପମାନିତ କରିଛି। ଏହି ଦଳ ଏବେ ତା’ର ଭୁଲ୍‌ କାର୍ଯ୍ୟ ପାଇଁ ଫଳ ଭୋଗୁଛି ବୋଲି ମୋଦି ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?