କମ ସମୟ ମଧ୍ୟରେ ପ୍ରଭାବି ହେଲା କ୍ୱାଡ: ମୋଦି

ଟୋକିଓ,୨୪ ।୫: ଜାପାନର ଟୋକିଓରେ ଚାଲିଥିବା କ୍ୱାଡ ସମ୍ମିଳନୀରେ ୪ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ୟୁକ୍ରେନ୍‌-ରୁଷିଆ ପ୍ରସଙ୍ଗ ସମେତ ଅନ୍ୟ କିଛି ବିଷୟକୁ ନେଇ ଆଲୋଚନର ହୋଇଛି । ମଙ୍ଗଳବାର ବୈଠକ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଆଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଏନ୍ଥୋନିଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଶପଥ ନେବାର ୨୪ ଘଣ୍ଟା ମଧ୍ୟରେ ବୈଠକରେ ସାମିଲ ହେବା ବନ୍ଧୁତ୍ୱର ପ୍ରତିଦ୍ଧତାକୁ ସୂଚିତ କରୁଛି । ମୋଦି କହିଛନ୍ତି ଖୁବ କମ୍ ସମୟ ମଧ୍ୟରେ କ୍ୱାଡ ବୈଠକ ବିଶ୍ୱ ସ୍ତରରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି ।

ମୋଦି କହିଛନ୍ତି କ୍ୱାଡର ସ୍ୱରୂପ ବ୍ୟାପକ ଓ ପ୍ରଭାବି ହୋଇଯାଇଛି । ସଦସ୍ୟ ଦେଶଙ୍କ ମଧ୍ୟରେ ପରସ୍ପର ବିଶ୍ୱାସ ଓ ପ୍ରତିବନ୍ଧତା ଯୋଗୁ କ୍ୱାଡ ଲୋକତାନ୍ତ୍ରିକ ଶକ୍ତିକୁ ନୂଆ ଶକ୍ତି ଓ ଉତ୍ସାହ ଯୋଗାଉଛି । ଯାହାଦ୍ୱାରା ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ମୁକ୍ତ ଯାତାୟାତର ସହଯୋଗ ମିଳୁଛି, ଯାହା ଆମ ସମସ୍ତଙ୍କର ଉଦ୍ଦେଶ୍ୟ ଥିଲା । ମୋଦି କ୍ୱାଡ ବୈଠକରେ ଭ୍ୟାକ୍ସିନ ଓ ଆର୍ଥିକ ସହଯୋଗରେ ପରସ୍ପର ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱାଡ ବୈଠକ ଆରମ୍ଭରେ ସମ୍ବୋଧନ ଦେଇ ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ଚର୍ଚ୍ଚା କରିଛନ୍ତି ଓ ମସ୍କୋକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଯୋଗୁ ସାରା ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖାଦେଲାଣି । ଯେବେ ପର୍ଯ୍ୟନ୍ତ ଏହି ଯୁଦ୍ଧ ରହିବ ସେବେ ପର୍ଯ୍ୟନ୍ତ ଖାଦ୍ୟ ସଙ୍କଟ ରହିବ ବୋଲି ବାଇଡେନ କହିଛନ୍ତି । ସେ କହିଛନ୍ତି ୟୁକ୍ରେନ୍ ଯେଉଁ ପ୍ରକାର ଯୁଦ୍ଧର ସାମନା କରୁଛି ଆମ ସମସ୍ତଙ୍କୁ ଏକାଠି ହୋଇ ଏବେ ଠିଆ ହେବା ଜରୁରୀ । ମାନବାଧିକାରର ସବୁବେଳେ ରକ୍ଷା କରିବା ଉଚିତ । ଏହାସହ କ୍ୱାଡ ସ୍ଥିରତା ରକ୍ଷା କରିବାକୁ ଆମକୁ ବହୁତ କାମ କରିବାକୁ ଅଛି ବୋଲି ବାଇଡେନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri