Posted inଜାତୀୟ

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮ା୭(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁକ୍ରବାର ଗୁଜରାଟରେ ବିଭିନ୍ନ ରେଳ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟ ସାଇନ୍ସ ସିଟିଠାରେ ଆକ୍ବାଟିକ୍ସ ଓ ରୋବୋଟିକ୍ସ ଗ୍ୟାଲେରି ଏବଂ ଏକ ପ୍ରାକୃତିକ ଉଦ୍ୟାନକୁ ମଧ୍ୟ ଲୋକାର୍ପିତ କରିଛନ୍ତି। ଗାନ୍ଧୀନଗର କ୍ୟାପିଟାଲ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ଗାନ୍ଧୀନଗର କ୍ୟାପିଟାଲ ଓ ଭେରେଠା ମଧ୍ୟରେ ମେମୁ ସେବା ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କେବଳ କଂକ୍ରିଟ ଢାଞ୍ଚା ନୁହେଁ ବରଂ ନିଜସ୍ବ ଚରିତ୍ର ଥିବା ଭିତ୍ତିଭୂମି ନିର୍ମାଣ ଦେଶର ଲକ୍ଷ୍ୟ। ପିଲାମାନଙ୍କର ପ୍ରାକୃତିକ ବିକାଶ ପାଇଁ ମନୋରଞ୍ଜନ ସହିତ ଅଧ୍ୟୟନ ଓ ସୃଜନଶୀଳତା ପାଇଁ ଅବସର ସୃଷ୍ଟି କରାଯିବା ଆବଶ୍ୟକ। ସାଇନ୍ସ ସିଟି ଏପରି ଏକ ପ୍ରକଳ୍ପ ଯେଉଁଥିରେ ଆମୋଦପ୍ରମୋଦ ସହିତ ସୃଜନଶୀଳତାର ମିଶ୍ରଣ ରହିଛି। ଏହି ଆକ୍ୱାଟିକ୍ସ ଏସିଆର ସବୁଠୁ ବଡ଼ ଆକ୍ବାରିୟମ ମଧ୍ୟରୁ ଅନ୍ୟତମ ଏବଂ ସାରା ବିଶ୍ବର ସାମୁଦ୍ରିକ ଜୈବ ବିବିଧତାର ଦୃଶ୍ୟ ଗୋଟିଏ ସ୍ଥାନରେ ଦେଖିବା ଏକ ଅଭୁତ ଅନୁଭବ ପ୍ରଦାନ କରିବ।
ଖ୍ରସହିପରି ରୋବୋଟିକ୍ସ ଗ୍ୟାଲେରି ଯୁବକମାନଙ୍କୁ ରୋବୋଟିକ୍ସ କ୍ଷେତ୍ରରେ କାମ କରିବା ଲାଗି ଅନୁପ୍ରାଣିତ କରିବ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଭାରତୀୟ ରେଳପଥରେ ସୁଧାର ଅଣାଯିବାର ଆବଶ୍ୟକତା ରହିଛି। ସାରା ଦେଶର ପ୍ରମୁଖ ରେଳ ଷ୍ଟେଶନଗୁଡ଼ିକର ଆଧୁନିକୀକରଣ କରାଯାଉଛି। ଓ୍ବଡ଼ନଗର ମଧ୍ୟ ଏହି ସମ୍ପ୍ରସାରଣର ଅଂଶବିଶେଷ ପାଲଟିଛି। ଏହି ନୂଆ ବ୍ରଡ୍‌ ଗେଜ ଲାଇନର ନିର୍ମାଣ ସହିତ ଓ୍ବଡ଼ନଗର-ମୋଢେରା-ପାଟନ ଐତିହ୍ୟ ସର୍କିଟ୍‌ ଉନ୍ନତ ରେଳ ସେବା ସହ ଯୋଡ଼ି ହୋଇପାରିଛି। ଆଧୁନିକତା, ଗରିବ, କୃଷକ ଓ ମଧ୍ୟମବର୍ଗଙ୍କ କଲ୍ୟାଣ ମାଧ୍ୟମରେ ନୂତନ ଭାରତର ବିକାଶ ଆଗକୁ ବଢ଼ିବ ବୋଲି ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri