Posted inଜାତୀୟ

ଇତିହାସ ଲୁଚାଉଛନ୍ତି ପ୍ରଧାନମନ୍ତ୍ରୀ: ଜୟରାମ

କାନପୁର,୧୨।୧୦: କଶ୍ମୀର ପ୍ରସଙ୍ଗରେ ନେହେରୁଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ଉପରେ ପୁଣିଥରେ ପରଦା ଢାଙ୍କିବାକୁ ଉଦ୍ୟମ କରିଛନ୍ତି। ବାସ୍ତବ କଥା କ’ଣ ତାହା ଦେଶବାସୀଙ୍କୁ ଭଲ ଭାବେ ଜଣା ବୋଲି ମଙ୍ଗଳବାର କଂଗ୍ରେସ କହିଛି।
ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ସୋମବାର ଆଣନ୍ଦରେ ଏକ ସଭାକୁ ସମ୍ବୋଧିତ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ। ମୋଦି କହିଥିଲେ, ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଛୋଟ ଛୋଟ ରାଜ୍ୟଗୁଡ଼ିକୁ ମିଶ୍ରଣ କରି ସମସ୍ୟାର ସମାଧାନ କରିଥିବାବେଳେ ଜଣେ ବ୍ୟକ୍ତି କଶ୍ମୀର ପ୍ରସଙ୍ଗର ଅଡ଼ୁଆ ଛିଣ୍ଡାଇ ପାରି ନ ଥିଲେ। ଏହାର ଜବାବରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ପୁନର୍ବାର ବାସ୍ତବ ଇତିହାସକୁ ଘୋଡ଼ାଇ ଦେବା ପାଇଁ ଉଦ୍ୟମ କରିଛନ୍ତି। ଜମ୍ମୁ-କଶ୍ମୀରକୁ ନେଇ ନେହେରୁଙ୍କ ଉଦ୍ୟମ ସମ୍ପର୍କରେ ପଟେଲଙ୍କ ଜୀବନୀରେ ଉଲ୍ଲେଖ ରହିଛି। ଏ କଥା ମୋଦିଙ୍କ ନୂଆ କଶ୍ମୀରଦୂତଙ୍କୁ ମଧ୍ୟ ଜଣା। ନେହେରୁଙ୍କ ସହ ସମ୍ପର୍କକୁ ସମ୍ମାନ ଦେଇ ଶେଖ୍‌ ଅବଦୁଲ୍ଲା ଭାରତ ସହ କଶ୍ମୀରର ମିଶ୍ରଣ କରାଇଥିଲେ। ୧୯୪୭ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ପାକିସ୍ତାନ ସହ ଜମ୍ମୁ-କଶ୍ମୀର ମିଶିବା ନେଇ ପଟେଲଙ୍କ ଆପତ୍ତି ନ ଥିଲା ବୋଲି ଜୟରାମ ରମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

ଅନ୍ତେବାସୀଙ୍କୁ ଘର କାମରେ ଲଗାଇବା ପଡ଼ିଲା ମହଙ୍ଗା

ଚକାପାଦ,୧୮ା୫(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ର ବପଲମେଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଟ୍ରୋନ ସୁଜାତା ସାହୁଙ୍କୁ ଜିଲାପାଳ ବେଦଭୂଷଣ ତୁମୁଡ଼ିବନ୍ଧ ରାଙ୍ଗାପାରୁ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ…

ପେଟ୍ରୋଲ ପମ୍ପ ଯାଞ୍ଚ କରି ବଡ଼ ସୂଚନା ଦେଲେ ଜିଲାପାଳ, ଜନସାଧାରଣଙ୍କୁ କହିଲେ…

ବଲାଙ୍ଗୀର,୧୮।୫: (ସୁନିଲ କୁମାର ମହାନ୍ତି) : ସୋମବାର ଜିଲାପାଳ ଗୌରୱ ଶିୱାଜୀ ଇସଲୱାର ଓ ପାଟଣାଗଡ ଉପଜିଲାପାଳ ସୁନୀଲ କୁମାର ମେହେର ବେଲପଡାର ବିଭିନ୍ନ ପେଟ୍ରୋଲ ପମ୍ପରେ…

ସଲମାନଙ୍କ ଫଟୋ ଦେଖି ୨ ପୂର୍ବତନ ପ୍ରେମିକା ଆଶ୍ଚର୍ଯ୍ୟ: କହିଲେ…

୬୦ ବର୍ଷ ବୟସରେ ବି ସଲମାନ ଖାନଙ୍କ ଜଲଓ୍ବା। ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଫଟୋକୁ ଯିଏ…

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ଏହି ୫ ଧୁରନ୍ଧର ଖେଳାଳିଙ୍କ ଏହା ଶେଷ IPL ସିଜିନ, ତାଲିକାରେ ଅଛନ୍ତି ଏମାନେ…

ନୂଆଦିଲ୍ଲୀ, ୧୮।୫: IPL ୨୦୨୬ ଅନେକ ପ୍ରମୁଖ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ। ପାଞ୍ଚଟି ଟ୍ରଫି ଜିତିଥିବା ପୂର୍ବତନ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ…

ଜମିକୁ ପହଞ୍ଚି ପାରୁନି ଡ୍ୟାମ୍‌ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ

ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍‌ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୮୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ, ୧୧ ଗିରଫ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri