Posted inଜାତୀୟ

ପ୍ରଭୁ ମହାକାଳଙ୍କୁ ଜଳାଭିଷେକ କରି ପାରିବେନି ପ୍ରଧାନମନ୍ତ୍ରୀ, କାରଣ ସମ୍ପର୍କରେ ସୂଚନା ଦେଲେ ପୂଜାରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକ ର ଲୋକାର୍ପଣ କରିବେ। ଶ୍ରୀ ମହାକାଳ ଲୋକରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କର ବିଭିନ୍ନ ରୂପ ଦେଖିବାର ସୌଭାଗ୍ୟ ଲାଭ କରିବେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ୨୦୧୭ରେ ଆମର ଏକ ସ୍ବପ୍ନ ଥିଲା ଯାହା ବର୍ତ୍ତମାନ ପୂରଣ ହେଉଛି।

ପ୍ରଧାନମନ୍ତ୍ରୀ ମୋଦି ଉଜ୍ଜୟନୀରେ ପହଞ୍ଚିବା ପୂର୍ବରୁ କୁହାଯାଇଛି ଯେ ସେ ବାବା ମହାକାଳଙ୍କୁ ଜଳାଭିଷେକ କରି ପାରିବେ ନାହିଁ। ସୂଚନା ଦେଇ ମନ୍ଦିରର ଜଣେ ପୁରୋହିତ କହିଛନ୍ତି ଯେ ସନ୍ଧ୍ୟା ୫ଟା ପରେ ମନ୍ଦିରରେ ଜଳାଭିଷେକ କରାଯାଏ ନାହିଁ। ଏହା ହିଁ ମୁଖ୍ୟ କାରଣ ଯେଉଥି ପାଇଁ ପ୍ରଧାନମନ୍ତ୍ରୀ ମହାକାଳଙ୍କୁ ଜଳାଭିଷେକ କରି ପାରିବେ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦ସାଧୁଙ୍କ ଉପସ୍ଥିତିରେ ସନ୍ଧ୍ୟା ସାଢ଼େ ୬ଟାରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମ ୪୦ ଟି ଦେଶରେ ସିଧା ପ୍ରସାରଣ ହେବ। ଗାୟକ କୈଳାସ ଖେର ମହାକାଳଙ୍କ ସ୍ତୁତି ପାଠ କରିବେ। ଏହା ସହିତ ମଧ୍ୟପ୍ରଦେଶ, ଗୁଜରାଟ, ଝାଡଖଣ୍ଡ, କେରଳ ସମେତ ୬ଟି ରାଜ୍ୟର କଳାକାରମାନେ ଏହି ଏହି ଉତ୍ସବରେ ପ୍ରଦର୍ଶନ କରିବେ। ଇନ୍ଦୋରରୁ ଉଜ୍ଜୟନୀ ପର୍ଯ୍ୟନ୍ତ ୬୦ କିଲୋମିଟର ଅଞ୍ଚଳକୁ ଆଲୋକାରେ ସଜାଯାଇଛି।

ଶ୍ରୀ ମହାକାଳ ଲୋକରେ ଭଗବାନ ଶିବଙ୍କ ଉପରେ ଆଧାରିତ ୧୯୦ ଟି ପ୍ରତିମା ସ୍ଥାପନ କରାଯାଇଛି। କମ୍ପ୍ଲେକ୍ସରେ ୧୦୮ ସ୍ତମ୍ଭ ସ୍ଥାପନ କରାଯାଇଛି, ଯେଉଁଥିରେ ଭଗବାନ ଶିବଙ୍କ ଅଦ୍ଭୁତ ସ୍ଥିତି ଏବଂ ତାଙ୍କର ବିଭିନ୍ନ ମୁଦ୍ରା ଖୋଦିତ ହୋଇଛି। ଏଠାରେ ଆଠଟି ୧୮ ଫୁଟ ଉଚ୍ଚ ପ୍ରତିମା ସ୍ଥାପନ କରାଯାଇଛି। ଏଥିରେ ନଟରାଜ, ଗଣେଶ, କାର୍ତ୍ତିକେୟ, ଦତ୍ତାତ୍ରେୟ ଅବତାର, ପଞ୍ଚମୁଖୀ ହନୁମାନ, ଚନ୍ଦ୍ରଶେଖର ମହାଦେବଙ୍କ କାହାଣୀ ଶିବ ଏବଂ ସତୀ, ସମୁଦ୍ର ମନ୍ଥନର ଦୃଶ୍ୟ ରହିଛି।

ଦୁଇଟି ପର୍ଯ୍ୟାୟରେ କରାଯାଉଥିବା ମହାକାଳ ଲୋକର ନିର୍ମାଣ ପାଇଁ ୮୫୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଛୋଟ ଏବଂ ବଡ ରୁଦ୍ରସାଗର, ହରସିଦ୍ଧ ମନ୍ଦିର, ଚାର ଧାମ ମନ୍ଦିର, ବିକ୍ରମ ଟିଲା ଇତ୍ୟାଦି ପ୍ରଭୁ ଶ୍ରୀ ମହାକାଳେଶ୍ୱରଙ୍କ ମନ୍ଦିର ପରିସରର ବିକାଶରେ ୩୫୦ କୋଟି ଟଙ୍କା ବ୍ୟୟ ହେବ। ସେଥିମଧ୍ୟରେ ମହାକାଳ ପ୍ଲାଜା, ମହାକାଳ କରିଡର, ମିଡ-ୱେ ଜୋନ, ମହାକାଳ ଥିମ ପାର୍କ, ଘାଟ ଏବଂ ଡିଏସି କ୍ଷେତ୍ର, ନଟାନ ସ୍କୁଲ କମ୍ପ୍ଲେକ୍ସ ଏବଂ ଗଣେଶ ବିଦ୍ୟାଳୟ କମ୍ପ୍ଲେକ୍ସର କାର୍ଯ୍ୟ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri