୫ ଦଫା ଦାବି ନେଇ ରାସ୍ତାରେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୩୦।୮(ଅନୁରାଧା ମହାରଣା):  ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ମହାସଂଘ ୫ଦଫା ଦାବି ନେଇ ସୋମବାର ରାଜରାସ୍ତାକୁ ଓହ୍ଲାଇଛି। ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସହସ୍ରାଧିକ ଶିକ୍ଷକ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦରମା ବୃଦ୍ଧି ସହ ବିଭିନ୍ନ କାରଣରୁ ବାଦ୍‌ ପଡ଼ିଥିବା ୩୦ ହଜାର ଗଣଶିକ୍ଷକଙ୍କୁ ନିୟମିତ କରାଯିବା ଆଦି ୫ଟି ଦାବି ଉପସ୍ଥାପନ କରାଯାଇଛି।
ଇଜିଏସ୍‌ ଯୋଜନା ବନ୍ଦ ହେବା ପରେ ଛଟେଇ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ସରକାର ୨୦୦୮ ମସିହାରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବେ ନିୟୋଜିତ କରିଥିଲେ। ପରବର୍ତ୍ତୀ ସମୟରେ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁମାନେ ୮ବର୍ଷ ପୂରଣ କରିଥିଲେ, ସେମାନେ ନିୟମିତ ଶିକ୍ଷକ ହେଲେ। ମାତ୍ର ବିଭିନ୍ନ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଗଣଶିକ୍ଷକ ନିୟମିତ ହେବାରୁ ବାଦ୍‌ ପଡ଼ିଛନ୍ତି। ଗଣଶିକ୍ଷକ ନିୟୋଜିତ ବର୍ଷ ୨୦୦୮ରୁ ୮ବର୍ଷ ଅବଧି ଗଣନା କରାଯାଇଥିବାରୁ ୨୦୧୨ ମସିହାରୁ ଓଡ଼ିଶାରେ ଲାଗୁ କରାଯାଇଥିବା ଓଟିଇଟି ସେମାନଙ୍କ ପାଇଁ ଆବଶ୍ୟକ ନାହିଁ ବୋଲି ସଭାପତି ନାୟକ କହିଛନ୍ତି। ଏଣୁ ଓଟିଇଟି ଉଚ୍ଛେଦ କରି ଯୋଗ୍ୟ ଗଣଶିକ୍ଷକଙ୍କୁ ନିୟମିତ କରିବା ସହ ଅବଶିଷ୍ଟ ଗଣଶିକ୍ଷକମାନଙ୍କ ଦରମା ବୃଦ୍ଧି କରାଯିବାକୁ ସେ ଦାବି କରିଛନ୍ତି। ସେହିପରି ଡେପୁଟେଶନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ, ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ, ପୁରୁଣା ପେନ୍‌ସନ ବ୍ୟବସ୍ଥା (ଓପିଏସ୍‌) ଲାଗୁ, ମୃତ ଗଣଶିକ୍ଷକମାନଙ୍କୁ ଏକ୍ସ-ଗ୍ରାସିଆ ପ୍ରଦାନ କରିବା ପ୍ରଭୃତି ଦାବି ଉପସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ ନ କରିବା ପର୍ଯ୍ୟନ୍ତ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?