Odisha Elections 2024

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ନିମାପଡ଼ାରୁ ଟିକେଟ କାଟିବା ପରେ ସମୀର ନିଜର ସମର୍ଥକମାନଙ୍କୁ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ଟିକେଟ କାଟିବା ପରେ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ହଜାର ହଜାର କର୍ମୀ ଏବଂ ପ୍ରଶଂସକଙ୍କୁ ଏକାଠି କରିଥିଲେ।

ବିଜେଡି ସମୀରଙ୍କ ବଦଳରେ ନୂଆ କରି ସାମିଲ ହୋଇଥିବା ଦିଲୀପ ନାୟକଙ୍କୁ ଟିକେଟ ଦେଇଛି। ଏହାକୁ ବିରୋଧ କରିବା ସହ ଟିକେଟକୁ ପୁନର୍ବିଚାର କରିବା ଲାଗି ସମୀର ସମର୍ଥକଙ୍କ ସହ ସମାବେଶ କରିଥିଲେ ମଧ୍ୟ ଏହାର କୌଣସି ଫଳ ମିଳିନାହିଁ।

ତେବେ ସମୀରଙ୍କ କାହିଁକି ଟିକେଟ୍‌ ମିଳିଲାନି ସେ ନେଇ ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ)ଙ୍କ ବୟାନ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା। ଗତ ୨୦ ତାରିଖରେ ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ନିର୍ବାଚିତ ପ୍ରତିନିଧିଙ୍କୁ ଶଙ୍ଖ ଭବନ ଡକାଯାଇଥିଲା । ସେଠାରେ ଏସମ୍ପର୍କରେ ରାଜା ସ୍ବାଇଁ ସ୍ପଷ୍ଟ କରିଥିଲେ।

ଭର୍ଚୁଆଲ ବାର୍ତ୍ତାରେ ରାଜା କହିଥିଲେ, ସମୀରଙ୍କୁ ଦଳ ଟିକେଟ ଦେଇ ଥା’ନ୍ତା। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ମିଳିଲା ନାହିଁ । ତାଙ୍କ ନାଁରେ ଆସିଥିବା ଅଭିଯୋଗ ଟିକେଟ ମିଳିବା ପରେ ସାମନାକୁ ଆସିଥିଲେ ଦଳର ସମ୍ମାନହାନୀ ହୋଇ ଥାଆନ୍ତା । ଏବେ ଦିଲ୍ଲୀପଙ୍କୁ ସହଯୋଗ କରିବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

ଏମ୍‌ବିକେ, ଆଶାକର୍ମୀଙ୍କୁ ଧମକ ଦେଉଛନ୍ତି ଭାଜପା ନେତା

ଭୁବନେଶ୍ୱର, ୧୮।୫ (ବନ୍ଦନା ସେଠୀ): ସମ୍ବଲପୁରରେ ଭାଜପା ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ...

ଆଜି ଆସିବେ ସଚିନ ପାଇଲଟ

ଭୁବନେଶ୍ୱର, ୧୮।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

‘୬ଷ୍ଠ ଥର ନବୀନ ମୁଖ୍ୟମନ୍ତ୍ରୀ ହେଲେ ଜମିଜମା ସମସ୍ୟାର ସମାଧାନ କରାଯିବ’

ଜଟଣୀ,୧୮ା୫(ରବୀନ୍ଦ୍ରନାଥ ମହାକୁଡ଼): ଓଡ଼ିଶାରେ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଜଟଣୀରେ ରହିଥିବା ଜମିଜମା ସମସ୍ୟାର ସମାଧାନ କରାଯିବ। ସମସ୍ତ ଏସ୍‌ଏଚ୍‌ଜି ମହିଳାଙ୍କୁ...

ପରିବହନକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଜବତ

ବଡ଼ବିଲ,୧୮ା୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି ବେଳେ ୨୦ ଲକ୍ଷ ଟଙ୍କା ଜବତ...

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର...

୨୫ ବର୍ଷ ଶାସନରେ ଓଡ଼ିଶା ୫୦ ବର୍ଷ ଖସିଛି: ଶାହା

ରାଉରକେଲା,୧୮ା୫(ବିପ୍ଲବ ରଞ୍ଜନ ଦାଶ): ଏଥର ସାରା ଓଡ଼ିଶାରେ ମଧ୍ୟ ପଦ୍ମ ଫୁଟିବ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଦେଶରେ ୩୦କୋଟି ଦିଦି ଲକ୍ଷପତି,୩କୋଟି ଗରିବଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri