ମାସେ ହେଲାଣି ଦେଓଗାଁ ଅଞ୍ଚଳରେ ହିଂସାଜନକ ପରିସ୍ଥିତି: ଶାନ୍ତି ଫେରାଇ ଆଣିବାକୁ…

ବଲାଙ୍ଗୀର,୬।୧୧(ସୁନୀଲ କୁମାର ମହାନ୍ତି): ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ  ପକ୍ଷରୁ ବଲାଙ୍ଗୀର କୃଷି ଭବନ ସମ୍ମିଳନୀ କକ୍ଷଠାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଦେଓଗାଁ ଅଞ୍ଚଳରେ ଦୀର୍ଘ ଏକ ମାସ ଧରି ଲାଗି ରହିଥିବା ଅଶାନ୍ତିକର ତଥା ହିଂସାଜନକ ପରିସ୍ଥିତି ଉପରେ ଦୃଷ୍ଟି ଦିଆଯାଇ ଶାନ୍ତି ଫେରାଇ ଅଣାଯାଉ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ତେବେ କିଛି ଦିନ ତଳେ ଦେଓଗାଁ ଅଞ୍ଚଳରେ କେତେଜଣ ଅସାମାଜିକ ତୱ ବନ୍ଧୁକ ମାରଣାସ୍ତ୍ର ଧରି ବିଭିନ୍ନ ଲୋକଙ୍କୁ ଧମକ ଚମକ ଦେଇ ଭୟଭିତ କରିଥିଲେ l ଏହି ଘଟଣାକୁ  ଜିଲା ପ୍ରଶାସନ କିମ୍ବା ପୋଲିସ ଗୁରୁତର ସହ ନ ନେଇ ହାଲୁକା ଭାବେ ଗ୍ରହଣ କରିଥିଲା l ଯାହାଦ୍ୱାରା ଦେଓଗାଁ ଅଞ୍ଚଳରେ ପୁଣି ଥରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି।  ଦେଓଗାଁ ଅଞ୍ଚଳରେ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀକୁ ସୁରକ୍ଷା ଦେବା ପାଇଁ ସେଠିକାର କିଛି ସ୍ଥାନୀୟ ରାଜନେତା ଏବଂ ପୋଲିସ ପ୍ରଶାସନର କାର୍ଯ୍ୟରତ କିଛି ପୋଲିସ ଅଧିକାରୀ  ହାତ ମିଳାଇଥିବା ଖବରଦାତା ସମ୍ମିଳନୀରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳ କହିଛନ୍ତି।
ଅନୁପ୍ରବେଶ ବାଂଲାଦେଶୀଜଣଙ୍କ କିଛି ବର୍ଷ ହେଲା ଦେଓଗାଁ ଅଞ୍ଚଳରେ  ରହି ଅଶାନ୍ତ ପରିବେଶ ସୃଷ୍ଟି କରୁଛନ୍ତି l ଯାହା ଫଳରେ  ଦେଓଗାଁ ଅଞ୍ଚଳରେ ଲୋକେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଲୋକେ ନିଜ ଘରୁ ବାହାରିବାକୁ ଡରୁଛନ୍ତି। ତେଣୁ ରାଜ୍ୟ ସରକାର, ଜିଲା ପ୍ରଶାସନ ଏବଂ ପୋଲିସ ଯଥାଶୀଘ୍ର ଦେଓଗାଁ ଅଞ୍ଚଳରେ ଶାନ୍ତି ଫେରାଇ ଆଣନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ଅନୁପ୍ରବେଶକାରୀଙ୍କ ବାଂଲାଦେଶୀ ଲିଙ୍କକୁ ତଦନ୍ତ କରି ତାଙ୍କୁ ଯଥାଶୀଘ୍ର ଗିରଫ କରି ତାଙ୍କୁ ବଲାଙ୍ଗୀର ଜିଲା ତଥା ଦେଶରୁ ବିତାଡିତ କରନ୍ତୁ।  ଜିଲା ସଭାପତି ଶ୍ରୀ ବଦ୍ରିନାଥ ହୋତା ଙ୍କ ନେତୃତ୍ୱ ରେ ହୋଇଥିବା ଆଜିର ଏହି ଖବରଦାତା ସମ୍ମୀଳନୀରେ  ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳଙ୍କ ସମେତ ରାଜ୍ୟ ଉପସଭାପତି ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦକ ଶଙ୍କର୍ଷଣ ଆଚାର୍ଯ୍ୟ, ରାଜ୍ୟ ପ୍ରବକ୍ତା ଦେବାନନ୍ଦ ନାୟକ, ଜିଲା ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ପୁରୋହିତ, ସନତ କୁମାର ପାତ୍ର, ପ୍ରଦୀପ କୁମାର ବେହେରା, ବୁଲୁ ପର୍ଡ଼ିଆ ତଥା ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?