ଚାମ୍ପିୟନ୍ସ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯ା୩: ଭାରତୀୟ ଦଳ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛନ୍ତି। ଏହି ଉପଲବ୍ଧି ପରେ ଭାରତୀୟ ଦଳ ନିକଟକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଦେଶର ବହୁ ସେଲିବ୍ରେଟି, କ୍ରୀଡ଼ାବିତ, ରାଜନେତା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପାଇଁ ଭାରତୀୟ ଦଳକୁ ହୃଦୟରୁ ଅଭିନନ୍ଦନ। ଭାରତ ଏକମାତ୍ର ଦଳ ଭାବେ ଏହି ଟ୍ରଫିକୁ ତୃତୀୟ ଥର ଜିତିଛି। ଇତିହାସ ରଚିବା ପାଇଁ ଖେଳାଳି, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫ ସର୍ବାଧିକ ପ୍ରଶଂସାର ଅଧିକାରୀ। ଭାରତୀୟ କ୍ରିକେଟର ଭବିଷ୍ୟତ ଉଚ୍ଚ୍ବଳ ହେଉ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ X ରେ ଏକ ପୋଷ୍ଟ କରି କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଅବିଶ୍ୱସନୀୟ ମ୍ୟାଚ ଓ ଅବିଶ୍ୱସନୀୟ ଫଳାଫଳ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତି ଘରକୁ ଆଣୁଥିବା ଆମ କ୍ରିକେଟ ଦଳ ପାଇଁ ଗର୍ବିତ। ସେମାନେ ପୂରା ଟୁର୍ନାମେଣ୍ଟରେ ଚମତ୍କାର ଖେଳିଥିଲେ। ଜବରଦସ୍ତ ପ୍ରଦର୍ଶନ ଲାଗି ଆମ ଦଳକୁ ଅଭିନନ୍ଦନ।

ଇତିହାସ ରଚିଲା ଭଳି ବିଜୟ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ରୋମାଞ୍ଚକ ବିଜୟ ହାସଲ କରିବା ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ। ଭାରତୀୟ ଦଳ ପିଚରେ ପ୍ରଧାନ୍ୟବିସ୍ତାର କରି ଖେଳି ଦେଶକୁ ଗର୍ବିତ କରିଛି। ଭାରତୀୟ ଦଳ କ୍ରିକେଟ ଉତ୍କୃଷ୍ଟତାର ନୂଆ ମାନଦଣ୍ଡ ସ୍ଥାପନା କରିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅମିତ ଶାହା X ରେ ଏକ ପୋଷ୍ଟ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଛୋଟ ପ୍ଲାନ, ବଡ଼ କ୍ଷତି; ପ୍ରତି ମାସର ‘ସବସ୍କ୍ରିପସନ’ ଜାଲରୁ ରୁହନ୍ତୁ ସାବଧାନ, ଖାଲି ହେଉଛି…

ନୂଆଦିଲ୍ଲୀ,୨୯।୪:ଆଜିକାଲିର ଡିଜିଟାଲ ଯୁଗରେ ଓଟିଟି (OTT) ପ୍ଲାଟଫର୍ମ, ମ୍ୟୁଜିକ ଆପ୍‌, କ୍ଲାଉଡ ଷ୍ଟୋରେଜ ୟଠାରୁ ଆରମ୍ଭ କରି ଜିମ୍‌ ପର୍ଯ୍ୟନ୍ତ ସବୁଥିରେ ସବସ୍କ୍ରିପସନ ନେବା ଏକ ସାଧାରଣ…

ସରିନି ଭୋଟିଂ; ମମତା ଦେଲେ ବଡ଼ ବୟାନ, ୧୯୮୪ରୁ ନିର୍ବାଚନ ଲଢୁଛି ହେଲେ ଏଥର…

କୋଲକାତା,୨୯।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଧବାର (୨୯ ଏପ୍ରିଲ, ୨୦୧୬) ୧୪୨ଟି ଆସନରେ ମତଦାନ ହେଉଛି। ଭୋଟ ଦେବାକୁ ଆସିଥିବା ଭୋଟରଙ୍କ ମଧ୍ୟରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ମେରେ ୫ ରାଶି ଉପରେ ରହିଛି ବିପଦ, ଆଲର୍ଟ…

ଗ୍ରହମାନଙ୍କର ଗତି ଏବଂ ପରିବର୍ତ୍ତନ ଯୋଗୁଁ ମେ ମାସରେ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି । ଫଳସ୍ୱରୂପ, ଅନେକ ରାଶିକୁ ଆର୍ଥିକ ଅସୁବିଧା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ…

ପାଠପଢ଼ା ସହ କ୍ରୀଡ଼ାରେ ଆଉ ପାଦେ ଆଗେଇଛି ଭଞ୍ଜନଗର କେ.ଭି., ବାଳିକା ଭଲିବଲ ଟିମ୍‌ ଚାମ୍ପିୟନ, ବାଳକ ରନର୍ସ-ଅପ୍‌

ଭଞ୍ଜନଗର,୨୯ା୪(ବାବୁଲା ପ୍ରଧାନ): ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେ ଗତ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଞ୍ଚଳିକ ସ୍ତରୀୟ ୫୫ ତମ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।…

ଭଡ଼ାଘରେ ଝୁଲୁଛି ଯନ୍ତ୍ରୀଙ୍କ ମୃତଦେହ: ଗୁଡଭେଲାରେ ଚାଞ୍ଚଲ୍ୟ

ବଲାଙ୍ଗୀର,୨୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଗୁଡଭେଲା ଠାରେ ଏକ ଭଡାଘରୁ ମେଘା ପ୍ରୋଜେକ୍ଟ ଯନ୍ତ୍ରୀ ପ୍ରବୀର କୁମାର ବେହେରା(୨୭)ଙ୍କ ଝୁଲନ୍ତା ମୃତ ଦେହ ତୁଷୁରା ପୋଲିସ…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ବୁଢୀମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନାକଲେ ବଡ଼ଭାଇ, କୁରାଢୀରେ ହାଣିଦେଲେ ସାନଭାଇ

ଆନନ୍ଦପୁର,୨୯।୪(ସୁଶାନ୍ତ କୁମାର ସାହୁ): ବୁଢୀ ମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନା କରିବାରୁ ବଡଭାଇକୁ କୁରାଢୀରେ ହାଣି ପକାଇଲେ ସାନଭାଇ । ଗୁରୁତର ବଡଭାଇ ଏବେ ଡାକ୍ତରଖାନାରେ ମୃତ୍ଯୁ…

ଏଣିକି OTP ବିନା ମିଳିବନି LPG ସିଲିଣ୍ଡର! ମେ ପହିଲାରୁ ଲାଗୁ ହେବ ନୂଆ ନିୟମ…

ଯଦି ଆପଣ ମଧ୍ୟ ଘରେ ଗ୍ୟାସ ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ୧ ମେରୁ ସାରା ଦେଶରେ ଏଲପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri