
କାଠମାଣ୍ଡୁ,୮ା୧୦: ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତ୍ରିଭୂବନ ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାଷ୍ଟ୍ରପତିଙ୍କ ସଚିବ ଭେଶ ରାଜ ଅଧିକାରୀ କହିଛନ୍ତି, ରାଷ୍ଟ୍ରପତି ଅସୁସ୍ଥ ଅଛନ୍ତି। ୬୧ ବର୍ଷୀୟ ରାଷ୍ଟ୍ରପତିଙ୍କୁ ଥଣ୍ଡା ଭଳି ଲକ୍ଷଣ ଏବଂ ଜ୍ୱର ଯୋଗୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ଶୁକ୍ରବାରଠାରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ପ୍ରକାର ପରୀକ୍ଷା କରାଯାଉଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।