Posted inଜାତୀୟ

ନିର୍ବାଚନ ପରିଚାଳକରୁ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧ା୯: ପାଞ୍ଚ ଦଶନ୍ଧି ଧରି ପ୍ରଣବ ମୁଖାର୍ଜୀ ରାଜନୀତିରେ ସକ୍ରିୟ ରହିବା ସହ ଜଣେ ନିର୍ବାଚନ ପରିଚାଳକଠାରୁ ଆରମ୍ଭ କରି ଦେଶର ୧୩ତମ ରାଷ୍ଟ୍ରପତି ହେବାରେ ସଫଳ ହୋଇଥିଲେ। ପଶ୍ଚିମବଙ୍ଗର ମିରାଟିରେ ୧୯୩୫ରେ ଜନ୍ମଗ୍ରହଣ କରିଥିବା ମୁଖାର୍ଜୀ କାଲ୍‌କାଟା ବିଶ୍ୱବିଦ୍ୟାଳୟରେ ଆଇନ ଡିଗ୍ରୀ ହାସଲ କରି କ୍ଲର୍କ ଭାବେ ଚାକିରି କରିଥିଲେ। ପରେ ରାଜନୀତି ବିଜ୍ଞାନ ପ୍ରଫେସର ଓ ସାମ୍ବାଦିକ ଭାବେ ସେ କାର୍ଯ୍ୟ କରିଥିଲେ। ୧୯୬୯ରେ ରାଜନୀତିରେ ସେ ପ୍ରବେଶ କରି ସାଂସଦ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରମନ୍ତ୍ରୀ, ଏପରି ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।
ପ୍ରଣବ ମୁଖାର୍ଜୀଙ୍କ ୫ ଦଶନ୍ଧିର ରାଜନୈତିକ ଜୀବନ ବହୁ ଉତ୍‌ଥାନ ପତନ ଦେଇ ଗତି କରିଛି। ୧୯୬୯ରେ ପ୍ରଣବ ଭି.କେ. କ୍ରିଷ୍ଣ ମେନନଙ୍କ ପାଇଁ ଉପନିର୍ବାଚନ ପ୍ରଚାର କରୁଥିବାବେଳେ ଇନ୍ଦିରା ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ରାଜନୈତିକ ବିଚକ୍ଷଣତାରେ ପ୍ରଭାବିତ ହୋଇ ଇନ୍ଦିରା ତାଙ୍କୁ କଂଗ୍ରେସକୁ ଆଣିଥିଲେ। ସେ ୪୭ ବର୍ଷ ବୟସରେ ୧୯୮୨ରେ ଭାରତର ସର୍ବକନିଷ୍ଠ ଅର୍ଥମନ୍ତ୍ରୀ ହୋଇଥିଲେ।
୧୯୬୯ରେ ପ୍ରଣବ ପ୍ରଥମେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ରେ ସେ ଯୋଜନା କମିଶନ ଉପାଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ୨୦୦୪ରେ ପଶ୍ଚିମବଙ୍ଗର ଜାଙ୍ଗିପୁର ଆସନରୁ ସେ ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ଅର୍ଥ, ପ୍ରତିରକ୍ଷା, ବହିର୍ବ୍ୟାପାର ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିଧନ ପରେ ପ୍ରଣବ ହିଁ କଂଗ୍ରେସ ଅଧ୍ୟକ୍ଷ ହେବା ପାଇଁ ଉପଯୁକ୍ତ ଉତ୍ତରାଧିକାରୀ ଥିଲେ। କିନ୍ତୁ ରାଜୀବ ଗାନ୍ଧୀଙ୍କୁ ଦଳର ନେତୃତ୍ୱ ଦିଆଯିବାରୁ ପ୍ରଣବ ଦଳ ଛାଡ଼ିଥିଲେ। ସେ ନିଜର ରାଜନୈତିକ ଦଳ ‘ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ’ ଗଠନ କରିଥିଲେ। ୧୯୮୯ରେ ଉକ୍ତ ଦଳ କଂଗ୍ରେସରେ ମିଶିଯାଇଥିଲା।
ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ପ୍ରଣବ ୨୦୧୨ ଜୁଲାଇ ୨୫ରୁ ୨୦୧୭ ଜୁଲାଇ ୨୫ ପର୍ଯ୍ୟନ୍ତ ରହିବା ପରେ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ରାଷ୍ଟ୍ରପତି ଥିବାବେଳେ ସେ ୟାକୁବ୍‌ ମେନନ, ଅଜମଲ କସବ ଏବଂ ଅଫଜଲ ଗୁରୁଙ୍କ ରାଜକ୍ଷମା ଆବେଦନକୁ ଖାରଜ କରିଦେବାରୁ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ବିିଭିନ୍ନ ସମୟରେ କଂଗ୍ରେସକୁ ସେ ପଥ ପ୍ରଦର୍ଶନ ଦେଇଆସିଥିଲେ। ବିଶେଷକରି ନିର୍ବାଚନ ବେଳେ ଦଳ ପାଇଁ ସେ ଏକ ମାଇଲଖୁଣ୍ଟ ହୋଇ ଛିଡ଼ାହୋଇଥିଲେ। ଜଣେ ଅଭିଜ୍ଞ ରାଜନେତା, ନମ୍ର ସ୍ବାଭାବର ଲୋକ ହୋଇଥିବାରୁ ବିଭିନ୍ନ ବର୍ଗରେ ସେ ଆଦୃତ ହୋଇପାରିଥିଲେ।

ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ହରାଇଥିଲେ
ପ୍ରଣବ ମୁଖାର୍ଜୀ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ହରାଇଥିଲେ। ଭାଗ୍ୟ ତାଙ୍କର ସାଥ୍‌ ଦେଇ ନ ଥିଲା। ୨୦୦୯ରେ ସେ ଅଳ୍ପକେ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚତ୍ତ ହୋଇଥିଲେ। ନିିଜର ଲମ୍ବା ରାଜନୈତିକ କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ପଦ ପଦବୀରେ ରହିଆସିଥିଲେ ହେଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇ ନ ଥିଲେ। ନେହେରୁ-ଗାନ୍ଧୀ ପରିବାର ପ୍ରତି ଯେହେତୁ ତାଙ୍କର ଆନୁଗତ୍ୟ ରହିଥିଲା, ସେଥିଲାଗି ସେ ହିଁ ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ କରାଯାଇଥିଲା। ହେଲେ ଶେଷରେ ସୋନିଆ ଗାନ୍ଧୀ ମନମୋହନ ସିଂଙ୍କୁ ଏଥିଲାଗି ମନୋନୀତ କରିଥିଲେ। ୧୦ ବର୍ଷ ଧରି ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ଦ୍ୱିତୀୟ ବରିଷ୍ଠ ମନ୍ତ୍ରୀ ଭାବେ ପ୍ରଣବଙ୍କୁ ସମ୍ମାନ ମିଳିଆସିଥିଲା। ଜଣେ ସଙ୍କଟମୋଚନ ଭାବେ ସେ ଦଳରେ ଉଭା ହୋଇଥିଲେ। ନିର୍ବାଚନ ପ୍ରଚାର ହେଉ କି ଦଳୀୟ ସଙ୍ଗଠନ ସବୁଠାରେ ପ୍ରଣବଙ୍କ ଦବ୍‌ଦବା ରହିଆସିଥିଲା। ଇନ୍ଦିରା ଗାନ୍ଧୀଙ୍କ ଦ୍ୱିତୀୟ ପ୍ରଧାନମନ୍ତ୍ରିତ୍ୱ କାଳରେ ପ୍ରଣବ କ୍ୟାବିନେଟ ମନ୍ତ୍ରୀ ଥିଲେ। ଇନ୍ଦିରାଙ୍କ ଦେହାନ୍ତ ପରେ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ହେବା ଲାଗି ପ୍ରଣବଙ୍କ ପାଖରେ ସୁଯୋଗ ସୃଷ୍ଟି ହୋଇଥିଲା। ସେ ଅଳ୍ପକେ ଏହାକୁ ହାତଛଡ଼ା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri