Posted inଜାତୀୟ

ନିର୍ବାଚନ ପରିଚାଳକରୁ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧ା୯: ପାଞ୍ଚ ଦଶନ୍ଧି ଧରି ପ୍ରଣବ ମୁଖାର୍ଜୀ ରାଜନୀତିରେ ସକ୍ରିୟ ରହିବା ସହ ଜଣେ ନିର୍ବାଚନ ପରିଚାଳକଠାରୁ ଆରମ୍ଭ କରି ଦେଶର ୧୩ତମ ରାଷ୍ଟ୍ରପତି ହେବାରେ ସଫଳ ହୋଇଥିଲେ। ପଶ୍ଚିମବଙ୍ଗର ମିରାଟିରେ ୧୯୩୫ରେ ଜନ୍ମଗ୍ରହଣ କରିଥିବା ମୁଖାର୍ଜୀ କାଲ୍‌କାଟା ବିଶ୍ୱବିଦ୍ୟାଳୟରେ ଆଇନ ଡିଗ୍ରୀ ହାସଲ କରି କ୍ଲର୍କ ଭାବେ ଚାକିରି କରିଥିଲେ। ପରେ ରାଜନୀତି ବିଜ୍ଞାନ ପ୍ରଫେସର ଓ ସାମ୍ବାଦିକ ଭାବେ ସେ କାର୍ଯ୍ୟ କରିଥିଲେ। ୧୯୬୯ରେ ରାଜନୀତିରେ ସେ ପ୍ରବେଶ କରି ସାଂସଦ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରମନ୍ତ୍ରୀ, ଏପରି ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।
ପ୍ରଣବ ମୁଖାର୍ଜୀଙ୍କ ୫ ଦଶନ୍ଧିର ରାଜନୈତିକ ଜୀବନ ବହୁ ଉତ୍‌ଥାନ ପତନ ଦେଇ ଗତି କରିଛି। ୧୯୬୯ରେ ପ୍ରଣବ ଭି.କେ. କ୍ରିଷ୍ଣ ମେନନଙ୍କ ପାଇଁ ଉପନିର୍ବାଚନ ପ୍ରଚାର କରୁଥିବାବେଳେ ଇନ୍ଦିରା ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ରାଜନୈତିକ ବିଚକ୍ଷଣତାରେ ପ୍ରଭାବିତ ହୋଇ ଇନ୍ଦିରା ତାଙ୍କୁ କଂଗ୍ରେସକୁ ଆଣିଥିଲେ। ସେ ୪୭ ବର୍ଷ ବୟସରେ ୧୯୮୨ରେ ଭାରତର ସର୍ବକନିଷ୍ଠ ଅର୍ଥମନ୍ତ୍ରୀ ହୋଇଥିଲେ।
୧୯୬୯ରେ ପ୍ରଣବ ପ୍ରଥମେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ରେ ସେ ଯୋଜନା କମିଶନ ଉପାଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ୨୦୦୪ରେ ପଶ୍ଚିମବଙ୍ଗର ଜାଙ୍ଗିପୁର ଆସନରୁ ସେ ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ଅର୍ଥ, ପ୍ରତିରକ୍ଷା, ବହିର୍ବ୍ୟାପାର ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିଧନ ପରେ ପ୍ରଣବ ହିଁ କଂଗ୍ରେସ ଅଧ୍ୟକ୍ଷ ହେବା ପାଇଁ ଉପଯୁକ୍ତ ଉତ୍ତରାଧିକାରୀ ଥିଲେ। କିନ୍ତୁ ରାଜୀବ ଗାନ୍ଧୀଙ୍କୁ ଦଳର ନେତୃତ୍ୱ ଦିଆଯିବାରୁ ପ୍ରଣବ ଦଳ ଛାଡ଼ିଥିଲେ। ସେ ନିଜର ରାଜନୈତିକ ଦଳ ‘ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ’ ଗଠନ କରିଥିଲେ। ୧୯୮୯ରେ ଉକ୍ତ ଦଳ କଂଗ୍ରେସରେ ମିଶିଯାଇଥିଲା।
ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ପ୍ରଣବ ୨୦୧୨ ଜୁଲାଇ ୨୫ରୁ ୨୦୧୭ ଜୁଲାଇ ୨୫ ପର୍ଯ୍ୟନ୍ତ ରହିବା ପରେ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ରାଷ୍ଟ୍ରପତି ଥିବାବେଳେ ସେ ୟାକୁବ୍‌ ମେନନ, ଅଜମଲ କସବ ଏବଂ ଅଫଜଲ ଗୁରୁଙ୍କ ରାଜକ୍ଷମା ଆବେଦନକୁ ଖାରଜ କରିଦେବାରୁ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ବିିଭିନ୍ନ ସମୟରେ କଂଗ୍ରେସକୁ ସେ ପଥ ପ୍ରଦର୍ଶନ ଦେଇଆସିଥିଲେ। ବିଶେଷକରି ନିର୍ବାଚନ ବେଳେ ଦଳ ପାଇଁ ସେ ଏକ ମାଇଲଖୁଣ୍ଟ ହୋଇ ଛିଡ଼ାହୋଇଥିଲେ। ଜଣେ ଅଭିଜ୍ଞ ରାଜନେତା, ନମ୍ର ସ୍ବାଭାବର ଲୋକ ହୋଇଥିବାରୁ ବିଭିନ୍ନ ବର୍ଗରେ ସେ ଆଦୃତ ହୋଇପାରିଥିଲେ।

ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ହରାଇଥିଲେ
ପ୍ରଣବ ମୁଖାର୍ଜୀ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ହରାଇଥିଲେ। ଭାଗ୍ୟ ତାଙ୍କର ସାଥ୍‌ ଦେଇ ନ ଥିଲା। ୨୦୦୯ରେ ସେ ଅଳ୍ପକେ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚତ୍ତ ହୋଇଥିଲେ। ନିିଜର ଲମ୍ବା ରାଜନୈତିକ କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ପଦ ପଦବୀରେ ରହିଆସିଥିଲେ ହେଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇ ନ ଥିଲେ। ନେହେରୁ-ଗାନ୍ଧୀ ପରିବାର ପ୍ରତି ଯେହେତୁ ତାଙ୍କର ଆନୁଗତ୍ୟ ରହିଥିଲା, ସେଥିଲାଗି ସେ ହିଁ ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ କରାଯାଇଥିଲା। ହେଲେ ଶେଷରେ ସୋନିଆ ଗାନ୍ଧୀ ମନମୋହନ ସିଂଙ୍କୁ ଏଥିଲାଗି ମନୋନୀତ କରିଥିଲେ। ୧୦ ବର୍ଷ ଧରି ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ଦ୍ୱିତୀୟ ବରିଷ୍ଠ ମନ୍ତ୍ରୀ ଭାବେ ପ୍ରଣବଙ୍କୁ ସମ୍ମାନ ମିଳିଆସିଥିଲା। ଜଣେ ସଙ୍କଟମୋଚନ ଭାବେ ସେ ଦଳରେ ଉଭା ହୋଇଥିଲେ। ନିର୍ବାଚନ ପ୍ରଚାର ହେଉ କି ଦଳୀୟ ସଙ୍ଗଠନ ସବୁଠାରେ ପ୍ରଣବଙ୍କ ଦବ୍‌ଦବା ରହିଆସିଥିଲା। ଇନ୍ଦିରା ଗାନ୍ଧୀଙ୍କ ଦ୍ୱିତୀୟ ପ୍ରଧାନମନ୍ତ୍ରିତ୍ୱ କାଳରେ ପ୍ରଣବ କ୍ୟାବିନେଟ ମନ୍ତ୍ରୀ ଥିଲେ। ଇନ୍ଦିରାଙ୍କ ଦେହାନ୍ତ ପରେ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ହେବା ଲାଗି ପ୍ରଣବଙ୍କ ପାଖରେ ସୁଯୋଗ ସୃଷ୍ଟି ହୋଇଥିଲା। ସେ ଅଳ୍ପକେ ଏହାକୁ ହାତଛଡ଼ା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?