କଏଦୀରୁ ରାଷ୍ଟ୍ରପତି

ବିସ୍‌କେକ୍‌,୨୯।୧: ପପୁଲିଷ୍ଟ ସାଦିର ଜାପାରୋଭ ଗୁରୁବାର କିର୍ଗିଜସ୍ତାନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ମାତ୍ର କିଛି ମାସରେ ଜଣେ କଏଦୀରୁ ଦେଶର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରି ସେ ବେଶ୍‌ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୫୨ ବର୍ଷୀୟ ଜାପାରୋଭ ନିକଟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ। ରାଜ୍ୟପାଳଙ୍କୁ ଅପହରଣ କରିବା ମାମଲାରେ ୨୦୧୭ରେ ତାଙ୍କୁ ଜେଲ ଦଣ୍ଡ ହୋଇଥିଲା। ଗତ ବର୍ଷ ଅକ୍ଟୋବରରେ କିର୍ଗିଜସ୍ତାନ ରାଷ୍ଟ୍ରପତି ସୁରନବାଇ ଜେନବେକୋଭ କ୍ଷମତାରୁ ଓହରିବା ପରେ ନିର୍ବାଚନ ହୋଇଥିଲା। ସୁରନବାଇ ବେଆଇନ ଭାବେ ନିର୍ବାଚିତ ହୋଇଥିବା କହି ତାଙ୍କୁ ରାଷ୍ଟ୍ରପତି ପଦ ଛାଡିବା ଦାବିରେ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ସମୟରେ ଜାପାରୋଭ ଜେଲରୁ ମୁକୁଳିଥିଲେ। ପରେ ଜାପାରୋଭ ଆନ୍ଦୋଳନକୁ ଜୋର୍‌ଦାର କରିବାକୁ ଲୋକଙ୍କୁ ଏକାଠି କରି ଏହାର ନେତୃତ୍ୱ ନେଇଥିଲେ। ପରେ ସେ ନିର୍ବାଚନ ଲଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ପିଙ୍ଗ୍‌ଙ୍କ ସାମୁଦ୍ରିକ ଅଭିସନ୍ଧି

ନୂଆଦିଲ୍ଲୀ,୧୯ା୮:ଆଫ୍ରିକୀୟ ରାଷ୍ଟ୍ର ଜିବୁଟିରେ ଚାଇନାର ନୌସେନା ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଭାରତ ମହାସାଗରରେ ଡ୍ରାଗନ୍‌ ନିଜ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିବା ଉପଗ୍ରହ ଚିତ୍ରରୁ...

ଆଶ୍ୱସ୍ତ ହେଲେ ଇମ୍ରାନ

ଇସ୍‌ଲାମାବାଦ,୨୩।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଜଫର ମିର୍ଜା...

ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଧମକ ଦେଲା ରୁଷିଆ

ମସ୍କୋ,୧୩।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ...

୧୩୫ କିଲୋ ଓଜନର ଆଇଏସ୍‌ ଆତଙ୍କବାଦୀ ଗିରଫ: ଟ୍ରକରେ ବୋହି ଜେଲକୁ ଅଣାଗଲା

ମୋସୁଲ୍‌,୧୯।୧: ଇରାକର ମୋସୁଲ୍‌ଠାରୁ ଆଇଏସ୍‌ ଆତଙ୍କବାଦୀଙ୍କୁ ସ୍ଥାନୀୟ ଗିରଫ କରିଛି। ୧୩୫ କିଲୋ ଓଜନ ଥିବା ଶିଫା ଅଲ୍‌ ନିମା ନାମକ ଏହି ଆତଙ୍କବାଦୀଙ୍କୁ ଗିରଫ...

୭ ଅକ୍ଟୋବର ପୂର୍ବରୁ ପୁଟିନଙ୍କୁ ହତ୍ୟା କରାଯିବା ନେଇ ଦାବି…

ମସ୍କୋ,୧୪।୧ : ସମ୍ପ୍ରତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ତିନୋଟି ଭିନ୍ନ ଦାବି କରାଯାଉଛି। ପୁଟିନଙ୍କ ମୃତ୍ୟୁ ବିଷୟରେ ସମସ୍ତେ କେତେକ ଉଲ୍ଲେଖ କରିଛନ୍ତି।...

ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ନୌସେନା ମୁଖ୍ୟ

ଲଣ୍ଡନ,୨୯ା୧୦: ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ନେଇ ନୌସେନା ମୁଖ୍ୟ ଚିନ୍ତିତ ବୋଲି କହିଛନ୍ତି। ବୁଡ଼ାଜାହାଜ ମଧ୍ୟରେ ମହିଳାଙ୍କୁ ଧମକ ଓ ବଳାତ୍କାର ମାମଲାରେ ତଦନ୍ତ ନିର୍ଦ୍ଦେଶ...

୩ ବର୍ଷ ପରେ ପୁଣି ଥରିଲା ନେପାଳ

କାଠମାଣ୍ଡୁ,୨୪।୪: ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବୁଧବାର ସକାଳ ୬ଟା ୨୯ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା...

ମାସ୍କରେ ରହିବ ପଲିପ୍ରୋପାଇଲିନ୍‌ ଫିଲ୍ଟର

ଓଟାଓ୍ବା, ୨୮।୧୧: କରୋନା ସଂକ୍ରମଣ ରୋକିବା ଲାଗି ଏବେ କପଡ଼ା ପ୍ରସ୍ତୁତ ଫେସ୍‌ ମାସ୍କରେ ପଲିପ୍ରୋପାଇଲିନ୍‌ କପଡ଼ାର ତୃତୀୟ ସ୍ତର ରଖିବା ଲାଗି କାନାଡାର ଜନସ୍ବାସ୍ଥ୍ୟ...

Advertisement
Archives

Model This Week