ଶ୍ରୀଲଙ୍କାରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ, ଭାରତ-ଚାଇନା ହସ୍ତକ୍ଷେପରୁ ଦୂରେଇ ରହିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ…

କଲମ୍ବୋ, ୩୦।୮ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ମଙ୍ଗଳବାର କହିଛନ୍ତି ଯେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଏକ ବେଲଆଉଟ୍‌ ପ୍ୟାକେଜ ଉପରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହିତ ସେ ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଯାହା ଦ୍ୱାରା ରାଜସ୍ବ ବୃଦ୍ଧି ତଥା ଦେଶର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟରେ ପୀଡିତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇ ପାରିବ। ରାଷ୍ଟ୍ରପତି ୱିକ୍ରେମସିଂଘେ ମଧ୍ୟ ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ସଂସଦକୁ କହିଛନ୍ତି ଯେ ମଧ୍ୟବର୍ତ୍ତୀ ବଜେଟ ଦେଶରେ ଆର୍ଥିକ ଢାଞ୍ଚା ବଦଳାଇବା ପାଇଁ ମୂଳଦୁଆ ପକାଇବ।

ସେ କହିଛନ୍ତି ଯେ ଆମ ଦେଶକୁ ଋଣ ସହାୟତା ପ୍ରଦାନ କରୁଥିବା ପ୍ରମୁଖ ଦେଶମାନଙ୍କ ସହ ଋଣ ପୁନର୍ଗଠନ ଉପରେ ଆଲୋଚନା କରାଯିବ। ମିଳିତ ଜାତିସଂଘ, ପ୍ରମୁଖ ଆନ୍ତର୍ଜାତୀୟ ସଂଗଠନଗୁଡ଼ିକର ସହଯୋଗରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏକ ଆଇଏମଏଫ ଟିମ ବର୍ତ୍ତମାନ ଶ୍ରୀଲଙ୍କାରେ ରହି ଏହି ବେଲଆଉଟ୍‌ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି, ଯାହା ଦେଶର ସାଂପ୍ରତିକ ଅର୍ଥନୈତିକ ସଙ୍କଟର ପ୍ରତିକାର ହୋଇପାରେ।

ଦେଶର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟକୁ ମୁକାବିଲା କରିବା ଏବଂ ଶକ୍ତିଶାଳୀ ଅର୍ଥବ୍ୟବସ୍ଥାକୁ ହସ୍ତକ୍ଷେପର ସାଧନ ରୂପେ ବ୍ୟବହାର ନକରିବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ମଙ୍ଗଳବାର ସମସ୍ତ ଦଳଙ୍କୁ ଏକତା ସରକାରରେ ଯୋଗ ଦେଇ ମିଳିତ ଭାବେ କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି। ଦେଶର ହମ୍ବନଟୋଟା ବନ୍ଦରରେ ଏକ ଉଚ୍ଚ-ବୈଷୟିକ ଚାଇନାର ଜାହାଜକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ କଥାବାର୍ତ୍ତା ପରେ କିଛି ଦିନ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ବାଳିକା: ସୁରକ୍ଷିତ ଜୀବନ ଓ ଅଧିକାର ଅପେକ୍ଷାରେ

କନ୍ୟାରତ୍ନ , କହିବା ଯେତିକି ସହଜ ତାହାକୁ ରତ୍ନ ଭଳି ଆଦର କରିବା ସେତିକି କଷ୍ଟ ମନେକରୁଛି ଆଜିର ସମାଜ। ଝିଅ-ପୁଅ ସମାନ ସ୍ଲୋଗାନ୍‌କୁ ନେଇ...

କିଭ୍‌ରେ ରୁଷିଆ ପକ୍ଷରୁ ଜୋରଦାର କ୍ଷେପଣାସ୍ତ୍ର ମାଡ଼, ଜଣେ ମୃତ-୨୮ ଆହତ…

କିଭ୍‌,୧।୧ : ଶନିବାର-ରବିବାର ବିଳମ୍ବିତ ରାତିରେ ରୁଷିଆ ପକ୍ଷରୁ ୟୁକ୍ରେନ୍‌ ଉଉପରେ ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ୟୁକ୍ରେନ୍‌ ଉପରେ ୨୦ରୁ ଅଧିକ କ୍ରୁଜ କ୍ଷେପଣାସ୍ତ୍ର...

ଆଉ ୨ ଯୁଦ୍ଧ ଅପରାଧୀଙ୍କୁ ୧୧ ବର୍ଷ ଜେଲ

କିଭ୍‌, ୧ା୬: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍‌ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ବିକଳ୍ପ ଶକ୍ତି ଭବିଷ୍ୟତର ଭରସା

ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ...

ମାତା-ପିତାଙ୍କଠାରୁ ଅଲଗା ହୋଇଥିବା ୬୨୮ ଶିଶୁ ଆମେରିକା ସୀମାରେ: ଆଖିରେ ପରିବାରକୁ ଫେରିବା ସ୍ବପ୍ନ

ଓ୍ବାଶିଂଟନ,୩।୧୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଆରମ୍ଭରେ କେତେକ ଶିଶୁ ସେମାନଙ୍କ ମାତା-ପିତା ଏବଂ ପରିବାରଠାରୁ ଅଲଗା ହୋଇଯାଇଥିଲେ। ଆମେରିକାରେ ଅନୁପ୍ରବେଶ କରୁଥିବା ସମୟରେ କରାଯାଇଥିବା...

ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ

ୱାଶିଂଟନ,୨୮।୬: ଆମେରିକାର ଟେକ୍ସାସ ଆଣ୍ଟୋନିଓରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଟ୍ରକ ଭିତରୁ ୪୬ ମୃତେଦହ ମିଳିଛି। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି।...

ଗ୍ରୀଷ୍ମରେ ବେହାଲ ଆମେରିକାବାସୀ, ଘୋଷଣା ହେଲା ହିଟ ଏମରଜେନ୍ସି

ଓ୍ବାଶିଂଟନ,୨୯।୭: ଆମେରିକାରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ମିଡଓ୍ବେଷ୍ଟ ଓ ଇଷ୍ଟ କୋଷ୍ଟରେ ବିଶ୍ୱାସ ନ ହେବା ଭଳି ଗରମ ଅନୁଭୁତ ହୋଇଛି। ଏହା ଏକ...

ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟଙ୍କ ପ୍ରସଙ୍ଗକୁ ନେଇ କଥା ହେଲେ ଏସ ଜୟଶଙ୍କର

କଲମ୍ବୋ,୨୪।୮: ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟ ସହ ଜଡିତ ୧୩ ତମ ସାମ୍ବିଧାନିକ ସଂଶୋଧନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସମ୍ପର୍କରେ ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହେ ଅନେକ ବିବୃତ୍ତି ଦେଇଛନ୍ତି।...

Advertisement
Archives

Model This Week