ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ବୈଠକ: ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨।୫(ବ୍ୟୁରୋ): ଆସନ୍ତା ୬ ତାରିଖରେ ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ ହେବା ସହ ଫନିକୁ ମନେ ପକାଇ ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତା’ର ଆକଳନ ଅଧିକ ଜଟିଳ । ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ।
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ ଏନ୍‌ଡିଆର୍‌ଏଫ, ଓଡିଆରଏଏଫ ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ସବୁ ଅତ୍ୟାବଶ୍ୟକ ମେସିନ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଥିଲେ । ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ବାତ୍ୟା ସମ୍ପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ବତନ୍ତ୍ର ରିଲିଫ କମିଶନର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ବୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri