Posted inଜାତୀୟ

କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି:ଉପତ୍ୟକାରେ ଇସି ଟିମ୍‌

ଶ୍ରୀନଗର,୯ା୮(ପି.ଟି.):ଭାରତର ନିର୍ବାଚନ କମିଶନ୍‌ର ଏକ ଟିମ୍‌ ଗୁରୁବାର ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୩ ସଦସ୍ୟ ବିଶିଷ୍ଟ ଇସି ଟିମ୍‌ ଗୁରୁବାର ସକାଳେ କଶ୍ମୀରରେ ପହଞ୍ଚତ୍ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟ ସମୟସୀମା ଧାର୍ଯ୍ୟ କରିଥିଲେ। ଇସି ସମସ୍ତ ରାଜନୈତିକ ଦଳ, ଜିଲା ମୁଖ୍ୟ ଏବଂ ପ୍ରଶାସନ ଓ ପୋଲିସ ବିଭାଗର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ଆଲୋଚନା ବେଳେ ତୁରନ୍ତ ନିର୍ବାଚନ କରାଇବା ପାଇଁ ରାଜନୈତିକ ଦଳଗୁଡ଼ିକ ଦାବି କରିଥିଲେ। ୨୦୧୪ରୁ ଜମ୍ମୁ-କଶ୍ମୀରରେ ନିର୍ବାଚନ ହୋଇନାହିଁ। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ବିଭିନ୍ନ କାରଣରୁ ନିର୍ବାଚନ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଏପିର ପ୍ରେସର ପଲିଟିକ୍ସରେ ଫିସିଲା କଂଗ୍ରେସ!

ଚଣ୍ଡିଗଡ଼,୯।୯: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ପାଇଁ ଆମ ଆଦମୀ ପାର୍ଟି(ଏଏପି) ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଏକ ଦ୍ୱନ୍ଦ୍ୱ ରହିଛି। ସୋମବାର ଏଏପିର ହରିୟାଣା...

ମହିଳା ଟ୍ରେନି ଡାକ୍ତର ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ, କହିଲେ ପୀଡ଼ିତାଙ୍କ ସମସ୍ତ…

ନୂଆଦିଲ୍ଲୀ/କୋଲକାତା,୯ା୯: ପଶ୍ଚିବମଙ୍ଗ ଆର୍‌ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ଆଜି ଅର୍ଥାତ୍‌ ୯ ତାରିଖରେ ମାସେ ପୂରିଛି।...

କୋଲକାତା ବଳାତ୍କାର ହତ୍ୟା ମାମଲାରେ ସିବିଆଇକୁ କେଉଁ ନୂଆ ରିପୋର୍ଟ ମାଗିଲେ କୋର୍ଟ, ଜାଣନ୍ତୁ କେତେଦିନ ମିଳିଲା ସମୟ

ନୂଆଦିଲ୍ଲୀ,୯।୯: ସୁପ୍ରିମକୋର୍ଟରେ ସୋମବାର କୋଲକାତା ମାମଲାର ଶୁଣାଣି ଚାଲିଛି। ସୁପ୍ରିମକୋର୍ଟ ନିଜ ଆଡୁ ପ୍ରଥମ ଥର ପାଇଁ ଅଗଷ୍ଟ ୨୨ରେ କୋଲକାତାର ଆର.ଜି କର ମେଡିକାଲ...

ଗିରଫ ହେବେ ମମତା! ହଠାତ୍‌ କାହିଁକି ଉଠିଲା ଏହି ଦାବି

କୋଲକାତା,୯।୯: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ବର୍ଷ ବୟସ୍କା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପରେ ସାରା ଦେଶରେ...

ସେ ପପୁ ନୁହଁନ୍ତି…, ପାଖରେ ବସିଥିବା ରାହୁଲଙ୍କୁ ନେଇ କାହିଁକି ଏମିତି କହିଲେ ପିଟ୍ରୋଡା

ଟେକ୍ସାସ,୯।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ସେ ତିନି ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି, ଯେଉଁଠାରେ ସେ ବିଭିନ୍ନ ଫୋରମରେ...

ମୁଁ ବୁଢା ହୋଇ ଗଲେଣି, କାହିଁକି ଏମିତି କହିଲେ ଖାର୍ଗେ, ବଦଳିବେ କି କଂଗ୍ରେସ ଅଧ୍ୟକ୍ଷ?

ନୂଆଦିଲ୍ଲୀ,୯।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ଏହି ରାଜନୈତିକ ଖେଳରେ କଂଗ୍ରେସ ଏବଂ ଭାଜପା ଧୀରେ ଧୀରେ ସେମାନଙ୍କରକାର୍ଡ ଖୋଲୁଛନ୍ତି। କୁସ୍ତି...

ପ୍ରଥମ ଭାଷଣରେ ରାହୁଲଙ୍କୁ ନେଇ ଭିନେଶ ଫୋଗଟ କହିଲେ ଏମିତି…

ଚଣ୍ଡୀଗଡ଼,୯ା୯: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ୍‌ ବାଜି ସାରିଛି। ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଜୁଲାନା ଆସନରୁ ମହିଳା ରେସ୍‌ଲର ଭିନେଶ...

ଭାଜପା ନେତାଙ୍କୁ ଗୁଳି କରି ହତ୍ୟା

ପାଟନା,୯।୯: ବିହାରର ରାଜଧାନୀ ପାଟନାରେ ସୋମବାର ସକାଳେ ଜଣେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପାଟନା ସହରର ମଙ୍ଗଲ ତାଲାବ ନିକଟ ମନୋଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri