Posted inଜାତୀୟ

ଜନ୍ମ-ମୃତ୍ୟୁ ଡାଟାବେସ୍‌ ମାଧ୍ୟମରେ ଏନପିଆର ଅପଡେଶନ ପାଇଁ ପ୍ରସ୍ତୁତି, ଶୀତ ଅଧିବେଶନରେ ବିଲ୍‌ ଆଣି ପାରନ୍ତି ସରକାର…

ନୂଆଦିଲ୍ଲୀ,୨୭।୧୧ : ସଂସଦର ଆଗାମୀ ଶୀତ ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରିନ୍ତ୍‌ି। ଜନ୍ମ ଏବଂ ମୃତ୍ୟୁ ଡାଟାବେସ ମାଧ୍ୟମରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ର ଅପଡେଶନକୁ ଅନୁମତି ଦେବା ସହିତ ଜଡିତ ଏକ ବିଲ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇପାରେ। ଏହି ବିଲ ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଙ୍କେୁ ଜନ୍ମ ଏବଂ ମୃତ୍ୟୁ ଡାଟାବେସ ବଜାୟ ରଖିବାକୁ ଏବଂ ଏନପିଆରକୁ ଅପଡେଟ କରିବାକୁ ଅନୁମତି ଦେଇଥାଏ।

ଏହି ବିଲ ମାଧ୍ୟମରେ, ରେଜିଷ୍ଟ୍ରେଶନ ଅଫ ବାର୍ଥ ଆଣ୍ଡ ଡେଥ (ଆରବିଡି) ଆକ୍ଟ, ୧୯୬୯ରେ ସଂଶୋଧନ ଲୋଡାଯାଇଛି। ଗତ ବର୍ଷ ଅକ୍ଟୋବରରେ ପ୍ରସ୍ତାବ ଉପରେ ସର୍ବସାଧାରଣଙ୍କ ମତାମତ ଏବଂ ପରାମର୍ଶ ପାଇଁ ଏହାକୁ ଉପସ୍ଥାପନ କରାଯାଇଥିଲା। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଭୋଟର ତାଲିକା, ଆଧାର ଡାଟାବେସ, ରାଶନ କାର୍ଡ, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ ଅପଡେଟ କରିବା ପାଇଁ ଏହି ଡାଟା ବ୍ୟବହାର କରାଯିବ।

ରିପୋର୍ଟ ଅନୁଯାୟୀ, ଆରବିଡି ଆକ୍ଟରେ ସରକାର ଧାରା ୩-ଏ ଯୋଡିବାକୁ ଚାହୁଁଛନ୍ତି। ବିଲରେ ଦର୍ଶାଯାଇଛି ଯେ ରେଜିଷ୍ଟ୍ରାର ଜେନେରାଲ ଭାରତରେ ଜନ୍ମ ଏବଂ ମୃତ୍ୟୁର ଏକ ଜାତୀୟ ସ୍ତରରେ ପଞ୍ଜୀକୃତ ଡାଟାବେସ ବଜାୟ ରଖିବେ, ଯାହାର ବ୍ୟବହାର ଅନୁମତି ସହିତ କରାଯାଇପାରିବ। ଜନ୍ମ ଏବଂ ମୃତ୍ୟୁ ବିଷୟରେ ସୂଚନା ଦେବା ପାଇଁ ନାଗରିକ ତଥା ଘରର ମୁଖ୍ୟଙ୍କ ଆବଶ୍ୟକତା ସହିତ କାର୍ଯ୍ୟ କରୁଥିବା ଧାରା ୮ ରେ ମଧ୍ୟ ଏକ ସଂଶୋଧନ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri