ଟ୍ରେଣ୍ଡି ଷ୍ଟୋଲ୍‌

ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଟ୍‌, ଜ୍ୟାକେଟ୍‌, ଓ୍ବିଣ୍ଟର୍‌ କ୍ୟାପ୍‌, ଗ୍ଲୋଭ୍ସ ତଥା ସକ୍ସର ବ୍ୟବହାର ଯେତିକି ଜରୁରୀ ଷ୍ଟୋଲ୍‌ର ବ୍ୟବହାର ମଧ୍ୟ ସେତିକି ଆବଶ୍ୟକ। କାରଣ ଷ୍ଟୋଲ୍‌ ବି ଶୀତରୁ ରକ୍ଷା କରିବା ସହ ଯୁବତୀଙ୍କର ପର୍ସନାଲିଟିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ତେବେ ଷ୍ଟୋଲ୍‌ର କ’ଣ ସବୁ ଲାଟେଷ୍ଟ ଟ୍ରେଣ୍ଡ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଲିଓପାର୍ଡ ପ୍ରିଣ୍ଟ ଷ୍ଟୋଲ୍‌: ଲିଓପାର୍ଡ ପ୍ରିଣ୍ଟ ଯେକୌଣସି ଆଉଟ୍‌ଫିଟ୍‌କୁ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ତେଣୁ ଏହି ପ୍ରିଣ୍ଟର ଷ୍ଟୋଲ୍‌ର ଚାହିଦା ସବୁବେଳେ ରହି ଆସିଛି। ଖାସ୍‌ କରି ଏହି ଷ୍ଟୋଲ୍‌କୁ ଟ୍ରେଞ୍ଚ କୋଟ୍‌ କିମ୍ବା ଯେକୌଣସି ଉଲେନ୍‌ ଟପ୍ସ ସହ ମ୍ୟାଚ୍‌ କରି ପିନ୍ଧିଲେ ଶୀତରୁ ରକ୍ଷା ପାଇବା ସହ କ୍ଲାସି ଲୁକ୍‌ ମିଳିଥାଏ।

* ପମ୍‌ ପମ୍‌ ଷ୍ଟୋଲ୍‌: ପମ୍‌ ପମ୍‌ ଡିଜାଇନ୍‌ର ଜୁଏଲେରି ଓ ଆଉଟ୍‌ଫିଟ୍‌ ତ ଅନେକ ଟ୍ରାଏ କରିଥିବେ, ଏଥର ଟିକେ ପମ୍‌ ପମ୍‌ ଡିଜାଇନ୍‌ ବାଲା ଷ୍ଟୋଲ୍‌କୁ ତ ବ୍ୟବହାର କରନ୍ତୁ। ଏହା ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ବିଶେଷକରି ସିମ୍ପଲ୍‌ କାମ ହୋଇଥିବା ଉଲେନ୍‌ ଟପ୍ସ ସହ ଏହା ଭଲ ମାନିଥାଏ।

* ମଲ୍ଟିକଲର୍‌ ଷ୍ଟୋଲ୍‌: ଆପଣ ଚାହିଁଲେ ମଲ୍ଟିକଲର୍‌ ଷ୍ଟୋଲ୍‌କୁ ବି ଏଥର ଶୀତଦିନେ ବ୍ୟବହାର କରିପାରିବେ। ଏହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତା’ଛଡ଼ା ଏହାକୁ ଯେ କୌଣସି ଡ୍ରେସ୍‌ ସହ ମ୍ୟାଚିଂ କରି ବ୍ୟବହାର କରିହୁଏ। ଆପଣ ଚାହିଁଲେ ଏହାକୁ ଉଲେନ୍‌ ଟପ୍ସ କିମ୍ବା ବ୍ଲେଜର୍‌ ଅବା ଶାଢ଼ି ସହିତ ବି ଟ୍ରାଏ କରିପାରିବେ। ସେହିପରି ଏହି ଗେଟ୍‌ଅପ୍‌ ସହିତ ଲଙ୍ଗ୍‌ ବୁଟ୍ସ ପିନ୍ଧିଲେ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିଥାଏ।

* ଫ୍ଲୋରାଲ୍‌ ଡିଜାଇନ୍‌ ଷ୍ଟୋଲ୍‌: ଫ୍ଲୋରାଲ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌ ସବୁବେଳେ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେଇଥାଏ। ସେହି ଅନୁଯାୟୀ, ଫ୍ଲୋରାଲ୍‌ ଡିଜାଇନ୍‌ର ଷ୍ଟୋଲ୍‌ ବି ଲୁକ୍‌କୁ ଆଟ୍ରାକ୍ଟିଭ୍‌ କରିବା ସହ ଶୀତ ଦାଉରୁ ରକ୍ଷା କରିବାରେ ଅନେକ ସାହାଯ୍ୟ କରିଥାଏ। ଖାସ୍‌ କରି ବେକ ଚାରିପଟେ ଏହି ଡିଜାଇନ୍‌ର ଷ୍ଟୋଲ୍‌କୁ ଷ୍ଟାଇଲିଶ୍‌ ଓ୍ବେରେ କ୍ୟାରି କଲେ ଲୁକ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

* ଏମ୍ବ୍ରୋଡୋରୀ ଷ୍ଟୋଲ୍‌: ଏମ୍ବ୍ରୋଡୋରୀ କାମ ହୋଇଥିବା ଯେ କୌଣସି ଆଉଟ୍‌ଫିଟ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଠିକ୍‌ ସେମିତି ଏମ୍ବ୍ରୋଡୋରୀ କାମ ହୋଇଥିବା ଷ୍ଟୋଲ୍‌ ବି ଲୁକ୍‌କୁ ସୁନ୍ଦର କରିବାରେ ବେଶ୍‌ ସହାୟକ ହୋଇଥାଏ। ତେବେ ଏହି ଷ୍ଟାଇଲ୍‌ର ଷ୍ଟୋଲ୍‌କୁ ଖାସ୍‌ କରି ସାଲଓ୍ବାର୍‌ କମିଜ୍‌ କିମ୍ବା ଲଙ୍ଗ୍‌ ସ୍କର୍ଟ ଓ ଟପ୍ସ ସହ ପେୟାର୍‌ କରି ପିନ୍ଧିଲେ ସୁନ୍ଦର ଦେଖାଯାଇଥାଏ।

* ଫକ୍ସ ଫର୍‌ ନେକ୍‌ ଓ୍ବାର୍ମର୍‌: ଏହି ଷ୍ଟୋଲ୍‌ ମୁଖ୍ୟତଃ ଦେଖିବାକୁ ଲୋମଶ ଡିଜାଇନ୍‌ର ହୋଇଥାଏ। ଯାହାକୁ ଷ୍ଟାଇଲ୍‌ରେ ବେକ ଚାରିପଟେ ପକାଇଲେ ବେକ ଓ ଗାଲକୁ ବେଶ୍‌ କୋମଳ ଲାଗିବା ସହ ମଡର୍ନ ଲୁକ୍‌ ମିଳିଥାଏ। ତା’ ସହିତ ଏହାକୁ ବ୍ୟବହାର କଲେ ଶରୀରକୁ ଉଷ୍ମତା ମିଳିଥାଏ। ତେବେ ଏହି ଷ୍ଟାଇଲିଶ୍‌ ଷ୍ଟୋଲ୍‌କୁ ବ୍ଲେଜର୍‌, କୋଟ୍‌ କିମ୍ବା ପାର୍ଟି ଡ୍ରେସ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?