ଓମିକ୍ରନ୍‌ ମୁକାବିଲା ପ୍ରସ୍ତୁତି

ନୂଆଦିଲ୍ଲୀ, ୧ା୧୨: ବିଶ୍ୱର ଅନେକ ଦେଶକୁ ବ୍ୟାପିବାରେ ଲାଗିଥିବା କୋଭିଡ୍‌ ଭାରିଆଣ୍ଟ ଓମିକ୍ରନ ବିରୋଧରେ ଲଢ଼େଇ ଭାରତରେ ପ୍ରସ୍ତୁତି ଚାଲିଛି। ଦେଶରେ ଏ ପର୍ଯ୍ୟନ୍ତ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇ ନ ଥିବା କେନ୍ଦ୍ର ସରକାର କହିଛନ୍ତି। କୌଣସି ସଂକ୍ରମିତ ଯେପରି ଟେଷ୍ଟିଂ ବା ମନିଟରିଂରୁ ବର୍ତ୍ତି ନ ଯାଆନ୍ତି ତାହା ଉପରେ ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଇଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଚିବମାନଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଓମିକ୍ରନ ଭାରିଆଣ୍ଟ ଆର୍‌ଟି-ପିସିଆର୍‌ ଏବଂ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ(ଆର୍‌ଏଟି)ରେ ଡିଟେକ୍ଟ ହୋଇପାରିବ। ତେଣୁ ବିଭିନ୍ନ ବିମାନବନ୍ଦର, ପୋର୍ଟ, ଭୂସୀମା ଦେଇ ଆସୁଥିବା ବିଦେଶୀ ଯାତ୍ରୀଙ୍କ ଉପରେ ବିଶେଷ ନଜର ରଖି ଅଧିକରୁ ଅଧିକ ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆଇସିୟୁ, ଭେଣ୍ଟିଲେଟର, ଅକ୍ସିଜେନ ମହଜୁଦ୍‌ ସମେତ ଜରୁରୀ ସ୍ବାସ୍ଥ୍ୟ ଭିତ୍ତିଭୂମି, ଆଇସୋଲେଶନ ବ୍ୟବସ୍ଥା, ସର୍ବେକ୍ଷଣ, ସମସ୍ତ ଅଞ୍ଚଳରେ ସମ୍ପୂର୍ଣ୍ଣ ଟିକାକରଣ ଏବଂ ସଂକ୍ରମଣ ହଟ୍‌ସ୍ପଟ୍‌ ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି।
ସଭାରେ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ କହିଛନ୍ତି, ଏ ପର୍ଯ୍ୟନ୍ତ ଓମିକ୍ରନର କୌଣସି ମାମଲା ଭାରତରେ ଚିହ୍ନଟ ହୋଇନାହିଁ। ସନ୍ଦିଗ୍ଧ ନମୁନାର ତୁରନ୍ତ ଜିନୋମ ସିକ୍ୱେନ୍ସିଂ କରାଯାଉଛି। ମହମାରୀରୁ ଅନେକ ଶିକ୍ଷା ମିଳିଛି। ଆମ ନିକଟରେ ଯଥେଷ୍ଟ ସଂଖ୍ୟାରେ ଲାବରେଟୋରି ଏବଂ ଅନ୍ୟ ଆବଶ୍ୟକ ସମ୍ବଳ ରହିଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି। ‘ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌, ଭାକ୍ସିନେଟ’କୁ ଅସ୍ତ୍ର କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି। ଏୟାରପୋର୍ଟଗୁଡ଼ିକରେ ଟେଷ୍ଟିଂ ବଢ଼ାଇବାକୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଆସନ୍ତା ୧୫ ତାରିଖରୁ ବିଦେଶକୁ ଯାତ୍ରା ଉପରେ କଟକଣା ହଟାଇବା ପାଇଁ ଘୋଷଣା ହେବା ପରେ ଏହାର ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଏକ ବୈଠକ ଡାକିଛନ୍ତି। ଓମିକ୍ରନ୍‌ ବିରୋଧରେ ଟିକା ପ୍ରଭାବୀ ହୋଇ ନ ପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏବେ ଉପଲବ୍ଧ ଥିବା କରୋନା ଟିକା ଓମିକ୍ରନ ବିରୋଧରେ ଫଳପ୍ରଦ ହୋଇ ନ ପାରେ ବୋଲି ଭାକ୍ସିନ ପ୍ରସ୍ତୁତକାରୀ ଆମେରିକୀୟ କମ୍ପାନୀ ମଡର୍ନା କହିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୩୦ ହଜାର ଅକ୍ସିଜେନ ବେଡ୍‌ ପ୍ରସ୍ତୁତ କରିଛନ୍ତି। ଫେବୃୟାରୀ ସୁଦ୍ଧା ୧୭ ହଜାର ଆଇସିୟୁ ବ୍ୟବସ୍ଥା ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। ଏଥିସହ ୭୫୦ ଟନ୍‌ ମେଡିକାଲ ଅକ୍ସିଜେନ୍‌ ଗଚ୍ଛିତ ରହିଛି। ଚାଇନାରୁ ୬ ହଜାର ଖାଲି ଅକ୍ସିଜେନ ସିଲିଣ୍ଡର ମଗାଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୧ ତାରିଖରୁ ସ୍କୁଲ ଖୋଲାଯିବା ପାଇଁ ଘୋଷଣା ହୋଇଥିବାବେଳେ ତାହାକୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ସରକାର କଣ୍ଟେନମେଣ୍ଟ କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଗତ ୨୫ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଘରକୁ ଘର ଯାଇ ଟିକାକରଣ ଅଭିଯାନ ‘ହର୍‌ ଘର୍‌ ଦସ୍ତକ୍‌’କୁ କେନ୍ଦ୍ର ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri