Posted inଜାତୀୟ

କଂଗ୍ରେସ ଉପରେ ରାଗିଲେ ପ୍ରୀତି ଜିଣ୍ଟା, ଜବାବରେ ଦଳ କହିଲା, ଖୁସି ଲାଗିଲା ଯେ ଆପାଣ…

ଥିରୁଭାନନ୍ତପୁରମ,୨୫।୨: ମଙ୍ଗଳବାର ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କେରଳ କଂଗ୍ରେସ ମଧ୍ୟରେ ଅଭିଯୋଗ ଏବଂ ପ୍ରତିଅଭିଯୋଗର ଧାରା ଚାଲିଥିଲା। କେରଳ କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରୀତି ଜିଣ୍ଟାଙ୍କ ୧୮ କୋଟି ଟଙ୍କାର ଋଣ ଛାଡ କରାଯାଇଛି ଏବଂ ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଭାରତୀୟ ଜନତା ପାର୍ଟିକୁ ହସ୍ତାନ୍ତର କରିଛନ୍ତ। ହେଲେ ପ୍ରୀତି ଜିଣ୍ଟା କଂଗ୍ରେସର ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି ଏବଂ ତାଙ୍କ ଋଣର ସ୍ଥିତି ମଧ୍ୟ ସ୍ପଷ୍ଟ କରିଛନ୍ତି। ଏବେ ପୁଣି ଥରେ କେରଳ କଂଗ୍ରେସ ଏହା ଉପରେ ପ୍ରତିକ୍ରିୟା ଦେଇଛି।
ଅଭିନେତ୍ରୀଙ୍କ ଉତ୍ତର ପରେ, କେରଳ କଂଗ୍ରେସ ମଧ୍ୟ ଏକ୍ସରେ ପୋଷ୍ଟ କରି କହିଛି, ‘ଏହା ଜାଣି ଖୁସି ଲାଗିଲା ଯେ ଆପଣ ନିଜେ ଆପଣଙ୍କର ଆକାଉଣ୍ଟ ପରିଚାଳନା କରୁଛନ୍ତି।’ ଅନ୍ୟ ସେଲିବ୍ରିଟିମାନଙ୍କ ପରି ନୁହେଁ ଯେଉଁମାନେ ନିଜର ଆକାଉଣ୍ଟଗୁଡ଼ିକୁ ଆଇଟି ସେଲକୁ ହସ୍ତାନ୍ତର କରିଛନ୍ତି। ଆପଣଙ୍କ ଋଣ ସ୍ଥିତି ବିଷୟରେ ଆମକୁ ଜଣାଇ ଥିବାରୁ ଧନ୍ୟବାଦ। ଯଦି ଆମେ ଭୁଲ କରିବୁ, ଆମେ ତାହାକୁ ସଂଶୋଧନ କରିବୁ। ଆମେ କେବଳ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଖବର ଶେୟାର କରିଥିଲୁ।
ପ୍ରୀତି ଜିଣ୍ଟା ଏକ୍ସରେ ପୋଷ୍ଟ କରି କହିଥିଲେ, ମୁଁ ମୋର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ନିଜେ ବ୍ୟବହାର କରେ ଏବଂ ତୁମକୁ ନକଲି ଖବର ପ୍ରଚାର କରିବାରେ ଲଜ୍ଜିତ ହେବା ଉଚିତ। ମୋ ପାଇଁ କେହି କୌଣସି ଋଣ ଛାଡ଼ କରିନଥିଲେ। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ କୌଣସି ରାଜନୈତିକ ଦଳ କିମ୍ବା ଏହାର ପ୍ରତିନିଧି ନକଲି ଖବରକୁ ପ୍ରୋତ୍ସାହିତ କରୁଛନ୍ତି। ସେ ମୋ ନାମ ଏବଂ ଫଟୋ ବ୍ୟବହାର କରି ଅବାନ୍ତର ଗପ ପ୍ରଚାର କରୁଛନ୍ତି। ରେକର୍ଡ ପାଇଁ, ଋଣଟି ୧୦ବର୍ଷରୁ ଅଧିକ ସମୟ ପୂର୍ବରୁ ନିଆଯାଇଥିଲା ଏବଂ ପରିଶୋଧ କରାଯାଇଥିଲା। ଆଶା କରୁଛି ଏହା ଆପଣଙ୍କୁ ସାହାଯ୍ୟ କରିବ ଯାହା ଦ୍ୱାରା ଭବିଷ୍ୟତରେ କୌଣସି ଭୁଲ ବୁଝାମଣା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?