୪୬ ବର୍ଷରେ ଯମଜ ସନ୍ତାନର ଜନନୀ ହେଲେ ଡିମ୍ପଲ ଗର୍ଲ

ବମ୍ବେ: ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ତାଙ୍କର ଯମଜ ସନ୍ତାନ ହୋଇଛି। ଏହି ଖୁସି ଖବରକୁ ପ୍ରିତି ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ତେବେ ସରୋଗେସୀ ଜରିଆରେ ପ୍ରୀତିଙ୍କ ସନ୍ତାନ ହୋଇଛି। ସେ ଉଭୟଙ୍କ ନାମ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ ରଖିଛନ୍ତି। ୨୦୧୬ରେ ଆମେରିକୀୟ ପ୍ରେମିକ ଜିନ୍‌ ଗୁଡଇନଫଙ୍କୁ ବିବାହ କରିଥିଲେ।

ପ୍ରୀତି କହିଛନ୍ତି, ମୁଁ ଆଜି ଆପଣ ସମସ୍ତଙ୍କ ସହ ଏକ ଖୁସି ଖବର ବାଣ୍ଟିବାକୁ ଚାହୁଁଥିଲି। ଜିନ୍‌ ଆଉ ମୁଁ ବହୁତ ଖୁସି ଅଛୁ। ଆମେ ଆମେ ପରିବାରରେ ନିଜର ଯମଜ ସନ୍ତାନ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ଙ୍କ ସ୍ବାଗତ କରୁଛୁ। ଆମେ ଜୀବନର ଏହି ସୋପାନକୁ ନେଇ ବହୁତ ଉତ୍ସାହିତ ଅଛୁ। ଏହି ଅବିଶ୍ୱସନୀୟ ଯାତ୍ରାରେ ଆମ ସହ ଥିବା ଡାକ୍ତରମାନେ, ନର୍ସ ଏବଂ ଆମ ସରୋଗେଟ୍‌ଙ୍କୁ ହୃଦୟରୁ ଧନ୍ୟବାଦ। ବହୁତ ଭଲପାଇବା-ଜିନ୍‌, ପ୍ରୀତି, ଜୟ ଏବଂ ଜିୟା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ...

ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୪୨, ୧୧ଅକ୍ଟୋବରରେ ଉତ୍ତର ପ୍ରଦେଶର ଇଲହାବାଦରେ ଜନ୍ମ ଗ୍ରହଣ କରିଥିଲେ।...

କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ବିପାଶା: ଫିଲ୍ମ ନିର୍ମାତା ପଠାଉଥିଲେ ଏଭଳି ମେସେଜ୍‌.. ହେଲେ..

ବମ୍ବେ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ଲାକ୍‌ ବିଉଟି ଭାବେ ବିପାଶା ବାସୁଙ୍କୁ କିଏ ବା ନଜାଣେ। ଦୁଇ ଦଶକ ଧରି ସିନେଜଗତରେ ରାଜ୍‌ କରିଥିବା ବିପାଶା...

ଗେରୁଆ ରଙ୍ଗର ପୋଷାକ ସାଙ୍ଗକୁ ମଥାରେ ତିଳକ: ଚର୍ଚ୍ଚାରେ ଜୁନିୟର ଏନ୍‌ଟିଆର୍‌…

ହାଇଦ୍ରାବାଦ: ନୂଆ ଗେଟ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଜୁନିୟର ଏନ୍‌ଟିଆର୍‌। ଗେରୁଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ପାଇଜାମା, ବେକରେ ମାଳ, ମଥାରେ ତିଳକ ମାରିଥିବା ତାଙ୍କର କିଛି...

ନୀଲ୍‌ ନୀତିନ୍‌ ମୁକେଶ ୩୮ ବର୍ଷରେ: ସୋନମ୍‌ଙ୍କ ସହିତ ୩୦ ଥର କିସିଂ ସିନ୍‌ ଦେଇଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶ ବୁଧବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ...

ଦୀପିକାଙ୍କ ବଡିଗାର୍ଡଙ୍କ ବାର୍ଷିକ ଦରମା ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ସେଲିବ୍ରେଟିମାନେ ବ୍ୟକ୍ତିଗତ ବଡିଗାର୍ଡ ରଖିଥାନ୍ତି। ବିଭିନ୍ନ ସ୍ଥାନକୁ ଗଲେ ସେମାନେ ବଡିଗାର୍ଡଙ୍କୁ ସାଙ୍ଗରେ ନେଇ ଯାନ୍ତି। ସଲମାନ ଖାନଙ୍କ ବଡିଗାର୍ଡ ଶେରା, ଅମିତାଭ ବଚ୍ଚନଙ୍କ...

୧୨ ବର୍ଷ ଧରି ବିଛଣାରେ ପଡ଼ିଥିଲେ ଏହି ଯୁବକ, ଜୀବନ ବଦଳାଇଲେ ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ଯୋଗୁ ଲକ୍‌ଡାଉନ ସମୟରୁ ଚର୍ଚ୍ଚାରେ ରହିଆସିଛନ୍ତି। ସୋନୁଙ୍କୁ କରନାଲସ୍ଥିତ ବିର୍କି ହସ୍ପିଟାଲର ଯୁବ ନ୍ୟୁରୋ ସର୍ଜନ ଡାକ୍ତର ଅଶି୍ବନୀଙ୍କ...

ମାତ୍ର ୩୨ ବର୍ଷ ବୟସରେ ୧୦୪ କୋଟିର ମାଲିକ

ବମ୍ବେ: ଅଭିନେତାଙ୍କ ପୁଅ ଭାବେ ନୁହେଁ ବରଂ ଜଣେ ଦକ୍ଷ କଳାକାର ଭାବେ ବଲିଉଡ୍‌ର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଟାଇଗର ଶ୍ରଫ। ଲଗାତାର...

Advertisement
Archives

Model This Week