୫ କି.ମି. ଖଟିଆରେ ବୁହାହେଲେ ଗର୍ଭବତୀ

ଭବାନୀପାଟଣା,୩୧।୧୨(ସ୍ବ.ପ୍ର.): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଭାରରେ ବୁହା ହେଲେ ଗର୍ଭବତୀ। ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଆଉ ସେଥି ପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକ ମୁଖ୍ୟଳୟଠାରୁ ମାତ୍ର ୨୫ କି.ମି. ଦୂରରେ ଥିବା ଖମନପଡା ଗାଁରେ। ଗାଁର ଦ୍ରୋପଦୀ ଗୌଡ଼ଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ପ୍ରସବ ନିମନ୍ତେ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ଆସିଥିଲା। କିନ୍ତୁ ଗାଁକୁ ରାସ୍ତା ଓ ନଦୀରେ ପୋଲ ନ ଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇ ପାରି ନ ଥିଲା। ପରେ ପରିବାର ଓ ଗ୍ରାମବାସୀ ମିଶି ଦ୍ରୋପଦୀଙ୍କୁ ଖଟିଆରେ ବୋହି ଇନ୍ଦ୍ରାବତୀ ନଦୀ ପାରି କରାଇ ଗାଁରୁ ୫ କି.ମି. ଡେଲାଗାଁ ପର୍ଯ୍ୟନ୍ତ ବୋହି ଆଣିଥିଲେ। ସେଠାରୁ ଆମୁଲାନ୍ସରେ ଦ୍ରୋପଦୀଙ୍କୁ ନେଇ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଦ୍ରୋପଦୀ ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ଜଣାପଡିଛି। ଖମାନପଡା ଗାଁକୁ ସବୁଦିନିଆ ରାସ୍ତା ନ ଥିବାରୁ ଅନେକ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗ୍ରାମବାସୀ ନଦୀରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି। ହେଲେ ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସିଲେ ମଧ୍ୟ ଓ ଗ୍ରାମବାସୀଙ୍କ ଅଭିଯୋଗ ପରେ ସୁଦ୍ଧା ଶୋଇ ଥାଇ ଚେଇଁ ଥିବା ଅଭିନୟ କରୁଛିି ଉଭୟ ଶାସନ ଓ ପ୍ରଶାସନ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?