Posted inଜାତୀୟ

୫କି.ମି. ଯାଏ ବାଉଁଶ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ଶିଲଂ,୬।୯: ଜନସାଧରଣଙ୍କୁ ସମସ୍ତ ସୁବିଧା ସହ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ଜ୍ୱଳନ୍ତ ଉଦାହରଣ ଅନେକ ଥର ଦେଖିବାକୁ ମିଳିଛି। ଆଜିବି ଅନେକ ରାଜ୍ୟରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। କିଛି ଏଭଳି ହୃଦୟବିଦାରକ ଦୃଶ୍ୟ ମେଘାଳୟରୁ ଆସିଛି। ମେଘାଳୟର ରି-ଭୋଇ ଜିଲାରେ କୌଣସି ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଯାନବାହନ ନ ମିଳିବାରୁ ସୋମବାର ଜଣେ ଗର୍ଭବତୀ ମହିଳାଙ୍କୁ ଜଲିଲାମ ଗାଁର ସ୍ବେଚ୍ଛାସେବୀମାନେ ୫କିଲୋମିଟର ଯାଏ ବାଉଁଶ ଷ୍ଟ୍ରେଚରରେ ବୋହି ହସ୍ପିଟାଲକୁ ନେଇଥିଲେ। ମହିଳା ଜଣକ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଏବେ ମା’ ଛୁଆ ସୁସ୍ଥ ଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଯାତ୍ରା ସମୟରେ ଗର୍ଭବତୀଙ୍କର ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥିବା ବେଳେ ପ୍ରସବ ପୀଡ଼ା ସହ ସେ ସଂଘର୍ଷ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେ ଠିକ୍‌ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଯାଇଥିଲେ। ଏହାପରେ ତାଙ୍କର ଚିକିତ୍ସା ହୋଇଥିଲା। ଅନ୍ୟପଟେ ଗର୍ଭବତୀ ମହିଳାଙ୍କୁ ଅସ୍ଥାୟୀ ଷ୍ଟ୍ରେଚରରେ ନିଆଯିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ଲୋକମାନେ ପ୍ରଶାସନକୁ କଡ଼ା ସମାଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ୨୦ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୧ ।୧୨: କେନ୍ଦ୍ର ସରକାର ଭାରତ ବିରୋଧି ପ୍ରୋପାଗଣ୍ଡା ଓ ଫେକ ନ୍ୟୁଜ ପ୍ରଚାର ପ୍ରସାର କରୁଥିବା ଅଭିଯୋଗରେ ସୋମବାର ପାକିସ୍ତାନର ୨୦ଟି ୟୁଟ୍ୟୁବ ଚ୍ୟାନେଲ...

ହାଥରସ୍‌ ଘଟଣା: ସାମ୍ପ୍ରଦାୟିକ ଦଙ୍ଗା ପାଇଁ ରାତା ରାତି ତିଆରି କରାଯାଇଥିଲା ଓ୍ବେବସାଇଟ୍‌

ନୂଆଦିଲ୍ଲୀ, ୫।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ଗୋଇନ୍ଦା ବିଭାଗ ବଡ଼ ଷଡ଼ଯନ୍ତ୍ର ସମ୍ପର୍କରେ ଗୁପ୍ତ ତଥ୍ୟ ହାସଲ କରିଛି। ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଲାଗି ରାତା...

ହୃଦଘାତରେ ବିଧାୟକଙ୍କ ପରଲୋକ

ଲକ୍ଷ୍ନୌ,୬।୯: ଉତ୍ତରପ୍ରଦେଶର ଗୋଲା ବିଧାନସଭାର ପାଞ୍ଚ ଥରର ବିଧାୟକ ଅରବିନ୍ଦ ଗିରିଙ୍କ ହୃଦଘାତରେ ମଙ୍ଗଳବାର ସକାଳୁ ପରଲୋକ ଘଟିଛି। ଅରବିନ୍ଦ ବର୍ତ୍ତମାନ ଭାଜପାର ବିଧାୟକ ଥିଲେ।...

ବିରିୟାନୀ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର

ବିଶାଖାପଟ୍ଟନମ୍‌,୧୯।୫: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବିରିୟାନୀ ପରସାକୁ କେନ୍ଦ୍ର କରି ବର ପକ୍ଷ ଏବଂ କନ୍ୟା ଘର...

୫୧ ବର୍ଷ ତଳେ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୧୨ର ଭଗ୍ନାବଶେଷ ମିଳିଲା

ଚଣ୍ଡିଗଡ଼,୧୯।୮: ବାୟୁସେନାର ଏନ୍‌-୧୨ ବିଏଲ୍‌-୫୩୪ ବିମାନ ୫୧ ବର୍ଷ ତଳେ ୧୯୬୮ ଫେବୃୟାରୀ ୭ରେ ହିମାଚଳପ୍ରଦେଶ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଯାଇଥିଲା। ସେତେବେଳେ ଏନେଇ ବହୁ...

କରନ ଜୋହର ସମାପ୍ତ କରିଛନ୍ତି ସୁଶାନ୍ତଙ୍କ କ୍ୟାରିୟର: କଙ୍ଗନା

ମୁମ୍ବାଇ, ୧୮।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ...

ଚାଇନାକୁ ଝଟ୍‌କା: ଉଦ୍ଧବ ସରକାର ରଦ୍ଦ କଲେ ୫ ହଜାର କୋଟିର ୩ ଚୁକ୍ତି

ମୁମ୍ବାଇ, ୨୨।୬: ଗଲଓ୍ବାନ ଘାଟିରେ ଭାରତ ସୀମା ଭିତରକୁ ଅନୁପ୍ରବେଶ କରିବା ଚାଇନା ପାଇଁ ମହଙ୍ଗା ପଡ଼ିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ଚାଇନା...

୯ଘଣ୍ଟା ଶୋଇବାକୁ ଏହି କମ୍ପାନୀ ଦେଉଛି ଲକ୍ଷେ ଟଙ୍କା ଦରମା

ବେଙ୍ଗାଲୁରୁ: କର୍ମଚାରୀଙ୍କ କାର୍ଯ୍ୟରେ ଖୁସି ହୋଇ କମ୍ପାନୀ କର୍ତ୍ତୃପକ୍ଷ ଦରମା ବଢ଼ାଇବା ସହ ଇନ୍‌ସେଟିଭ୍‌ ଦେଉଥିବା କଥା ବହୁ ଥର ଶୁଣିଥିବେ ବା ଜାଣିଥିବେ। ହେଲେ...

Advertisement
Archives

Model This Week