ବଡ଼ବଡ଼ିଆଙ୍କୁ ଫସାଇବାକୁ ଓଡ଼ିଶା ଆସିଥିଲେ ପ୍ରୀତି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାକାର୍‌ନାମାକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥିତିରେ ଓଡ଼ିଶା ଆସି ମାୟାଜାଲରେ ଫସାଇ ସମ୍ପତ୍ତି ଲୁଟ୍‌ କରିବାକୁ ଯୋଜନା କରୁଥିବା ପ୍ରୀତି ଦେଶାଇ ନାମ୍ନୀ ଜଣେ ରହସ୍ୟମୟୀ ଅଣଓଡ଼ିଆ ମହିଳାଙ୍କୁ ରାଜସ୍ଥାନର କୋତଓ୍ବାଲି ଥାନା ପୋଲିସ ଭୁବନେଶ୍ୱରରୁ ଗିରଫ କରିବା ଘଟଣା ଆହୁରି ଚର୍ଚ୍ଚା ସୃଷ୍ଟି କରିଛି। ପ୍ରୀତିଙ୍କ ଘର କର୍ନାଟକ ବେଲଗାଭି ଜିଲା ତିଲକୱାଡ଼ି ଥାନା ଅଞ୍ଚଳରେ। ତେବେ କର୍ନାଟକରେ ଏକାଧିକ ମହିଳା ଏହି ବ୍ଲାକ୍‌ମେଲିଂ ଗ୍ୟାଙ୍ଗରେ ଥିବା ରାଜସ୍ଥାନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପ୍ରୀତି ଏଠାରେ ବହୁ ବଡ଼ବଡ଼ିଆଙ୍କୁ ଫସାଇବାକୁ ଆସିଥିବା ସ୍ପଷ୍ଟ ହୋଇଛି। ଏଠାରେ ତାଙ୍କର କେତେଜଣ ସହଯୋଗୀ ଥିବା ରାଜସ୍ଥାନ ପୋଲିସ ସୂଚନା ଦେଇଥିବାରୁ କମିଶନରେଟ ପୋଲିସ ଏହାର ଖୋଳତାଡ଼ କଲେ ଆହୁରି ବହୁ ତଥ୍ୟ ପଦାକୁ ଆସିବ।
ସୂଚନା ଅନୁଯାୟୀ, ରାଜସ୍ଥାନର ଭରତପୁର ଜିଲା କୋତୱାଲି ଥାନା ଅନ୍ତର୍ଗତ ରଞ୍ଜିତନଗରରେ ଏକ ବୃଦ୍ଧାଶ୍ରମ ଚଳାଉଥିବା ବରିଷ୍ଠ ନାଗରିକ ଅନିଲ କୁମାର ଗୋଏଲଙ୍କ ନିକଟକୁ ୨୦୨୦ କରୋନା ସମୟରେ ପ୍ରୀତି ଯାଇଥିଲେ। ସେ ନିଜକୁ ଗରିବ କହି ଉକ୍ତ ବୃଦ୍ଧାଶ୍ରମରେ ରହିଥିଲେ। ଏହାପରେ ନାନା ଭୟ ଦେଖାଇ ୩୦ ଲକ୍ଷ ଟଙ୍କା ଦାବି କରିବା ସହ ଉକ୍ତ ବୃଦ୍ଧାଶ୍ରମକୁ ନିଜ ନାଁରେ କରିବାକୁ ସେ ବାଧ୍ୟ କରିଥିଲେ। ଏନେଇ ମାଲିକ ଅନିଲ ଅରାଜି ହେବାରୁ ପ୍ରୀତି ତାଙ୍କ ନାମରେ ଉଦ୍ୟୋଗ ନଗର ଥାନାରେ ଏକ ବଳାତ୍କାର ମାମଲା (ନଂ.୨୧୭/୨୦୨୨) ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା ମିଛ ବୋଲି ପ୍ରମାଣିତ ହୋଇଥିଲା। ହେଲେ ପରେ ସେ ଅନିଲଙ୍କ ଝିଅଙ୍କୁ ଅଶ୍ଳୀଳ ଫଟୋ ଓ ମେସେଜ୍‌ ପଠାଇଥିଲେ। ଏନେଇ ଅନିଲଙ୍କ ଝିଅଙ୍କ ଅଭିଯୋଗକ୍ରମେ ପୋଲିସ ଆଉଏକ ମାମଲା (ନଂ.୨୭୭/୨୦୨୧) ରୁଜୁ କରି ତଦନ୍ତ କରିଥିଲା। ତେବେ ତଦନ୍ତ ସମୟରେ ପ୍ରୀତିଙ୍କ ଏକାଧିକ ଗୁମର କଥା ପୋଲିସ ଜାଣିବାକୁ ପାଇଥିଲା। ଦୁଇଜଣ ବ୍ୟକ୍ତିଙ୍କୁ ପ୍ରୀତି ପ୍ରେମ ଜାଲରେ ଫସାଇ ବ୍ଲାକ୍‌ମେଲ କରିଥିବା ବେଳେ ଜଣେ ତାଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିଲେ। ତେବେ ଏହି ଘଟଣାରେ ତାଙ୍କ ନାମରେ ୨ଟି ମାମଲା ଥିବା ଜଣାପଡ଼ିଥିଲା। ସ୍ଥାନୀୟ ପୋଲିସ ପ୍ରୀତିଙ୍କୁ ଗିରଫ କରିବା ପରେ ଜେଲ ପଠାଇଥିଲା। ହେଲେ ମାସେ ପରେ ସେ ବେଲ୍‌ରେ ଆସିଥିଲେ। ମାମଲାର ଶୁଣାଣି ସମୟରେ ସେ କୋର୍ଟରେ ହାଜର ନ ହେବାରୁ ସ୍ଥାନୀୟ କୋର୍ଟ ପ୍ରୀତିଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ।
ଉଲ୍ଲେଖଯୋଗ୍ୟ, କିଛିମାସ ତଳେ ପ୍ରୀତି ଭୁବନେଶ୍ୱର ଆସି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ୩ ଯୁବତୀଙ୍କ ସହ ରହୁଥିଲେ। ଶନିବାର ସେ ପରିବା କିଣିବାକୁ ବାହାରକୁ ଆସିବାବେଳେ ରାଜସ୍ଥାନ ପୋଲିସ ଟିମ୍‌ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri