ଖଲ୍ଲିକୋଟ୍‌ରେ ୧୪୪ ଧାରା ଜାରି

ଖଲ୍ଲିକୋଟ,୧୭ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇଛି ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ। ରାଜନୈତିକ ହିଂସାରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମର ଦିଲ୍ଲୀପ ପାହାନ ଓ ଗୁରୁତର ଆହତମାନେ ହେଲେ ଜିତେନ୍ଦ୍ର ପାହାନ, ବାପୁଜୀ ପାହାନ, ଅଭି ପାହାନ, ସୁଦର୍ଶନ ପାହାନ, କାର୍ତ୍ତିକ ପରିଡ଼ା। ଏହି ଘଟଣାକୁ ନେଇ ପୋଲିସ ଓ ଜନସାଧାରଣ ମୁହଁାମୁହିଁ ହୋଇଛନ୍ତି। ଉତ୍ତେଜିତ ଲୋକେ ଥାନା ଘେରାଉ କରିବା ସହିତ ପୋଲିସ ଓ ଗିରଫ ଅଭିଯୁକ୍ତଙ୍କୁ ଟେକା ପଥର ମାଡ଼ କରିଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ପାଲଟା ଲାଠିଚାର୍ଜ କରିଛି। ଏଥିରେ କେତେଜଣ ପୋଲିସ କର୍ମଚାରୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି। ଉତ୍ତେଜନାକୁ ପ୍ରଶମିତ କରିବାକୁ ପ୍ରଶାସନ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିଛି। ଏହି ଘଟଣାରେ ପୋଲିସ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅପରପକ୍ଷରେ ହିଂସାକାଣ୍ଡ ପଛରେ ଖଲ୍ଲିକୋଟର ଦିବଂଗତ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପୁତୁରାଙ୍କ ହାତ ଥିବା ଭାଜପା ଅଭିଯୋଗ କରିଛି।
ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଆସନ୍ତା ୨୦ତାରିଖରେ ଭୋଟ ଗ୍ରହଣ ହେବ। ଏଥିପାଇଁ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ବୁଧବାର ରାତିରେ ଭାଜପା କର୍ମୀମାନେ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନିର୍ବାଚନ ପୋଷ୍ଟର ମାରୁଥିଲେ। ଏହାକୁ କିଛି ବିଜେଡି କର୍ମୀ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଖଣ୍ଡାରେ ହଣାହଣି ହୋଇ ୬ଜଣ ଗୁରୁତର ହୋଇଥିଲେ। ଗୁରୁତରମାନେ ହେଲେ ଭାଜପା ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ, ସମ୍ପର୍କୀୟ ଦାଦା ଅଭି ପାହାନ ଏବଂ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡ଼ା। ସେମାନଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀପଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ରାତିରେ ଖଲ୍ଲିକୋଟ ଥାନା ଘେରାଉ କରିବା ସହିତ ଧାରଣାରେ ବସିଥିଲେ। ଗୁରୁବାର ହିଂସା ଉଗ୍ରରୂପ ଧାରଣ କରିଥିଲା। ଖଲ୍ଲିକୋଟ ଥାନା ସମ୍ମୁଖରେ ମୃତକଙ୍କ ପରିବାର ଓ ହଜାର ହଜାର ଭାଜପା କର୍ମୀଙ୍କ ସହିତ ସାଧାରଣ ଜନତା ଧାରଣାରେ ବସିଥିଲେ। ଏଥିସହିତ ଆସିକା-ଭୁବନେଶ୍ୱର ରାଜ୍ୟ ରାଜପଥକୁ ଭାଜପା କର୍ମୀମାନେ ଅବରୋଧ କରିଥିଲେ। ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ବାସଭବନ ସମ୍ମୁଖରେ ରଖାଯାଇଥିବା ତାଙ୍କ ବ୍ୟକ୍ତିଗତ ବୋଲେରୋ, ବିଧାୟିକାଙ୍କ ପ୍ରଚାର ଗାଡ଼ି, ଗୋଟିଏ କାର ଏବଂ ୪ଟି ବାଇକ୍‌କୁ ଉତ୍ତେଜିତ ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ପୋଲିସକୁ ଦାୟୀ କରିବା ସହିତ ବିଜେଡି ନେତା ଦୈତାରୀ ବେହେରାଙ୍କ ବିରୋଧରେ ଭାଜପା କର୍ମୀମାନେ ନାରା ଦେଇଥିଲେ। ଖଲ୍ଲିକୋଟ ଭାଜପା ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠି ଓ ଆସିକା ଏମପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ, ଭାଜପା ନେତା ମହେଶ ମହାନ୍ତି ପ୍ରମୁଖ ଥାନାକୁ ଆସି ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ପୋଲିସ ଉତ୍ତେଜନା ପରିସ୍ଥିତିକୁ ପ୍ରଶମିତ କରିବାକୁ ୮ଜଣ ଅଭିଯୁକ୍ତ ବାନାମ୍ବର ପ୍ରଧାନ ଓରଫ ବାନା (୩୮), କୁମାର ତରେଇ (୨୮), ସମୀର ସାହୁ (୨୨), ଶ୍ରୀକାନ୍ତ ପ୍ରଧାନ (୨୧), ମନୁଆ ତରେଇ (୩୨), କନ୍ଧ ତରେଇ (୫୮), ମନୋଜ କୁମାର ପ୍ରଧାନ (୨୭), ଦୀପକ ନାହାକ (୨୦)ଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଥାନାକୁ ଆଣୁଥିବା ବେଳେ ଉତ୍ତେଜିତ ଲୋକେ ଅଭିଯୁକ୍ତ ଓ ପୋଲିସଙ୍କୁ ଟେକା, ପଥର ଓ ପାଣି ବୋତଲ ମାଡ଼ କରିଥିଲେ। ପୋଲିସ ମଧ୍ୟ ପାଲଟା ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଗୋଡ଼େଇ ଗୋଡ଼େଇ ଲୋକମାନଙ୍କୁ ପିଟିବା ସହ ଥାନା ସମ୍ମୁଖରେ ରଖାଯାଇଥିବା ବହୁ ବାଇକ, ସ୍କୁଟି ଓ କାର୍‌ଗୁଡିକୁ ଲାଠିରେ ବାଡ଼େଇ ଓ ପଥରରେ ଛେଚି ଭାଙ୍ଗି ଦେଇଥିଲା। ଫଳରେ ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଥିଲା। ଖବର ପାଇ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ଅତିରିକ୍ତ ଏସପି, ଏସ୍‌ଡିପିଓ ଗୌରହରି ସାହୁ, ବିଡିଓ, ତହସିଲଦାର ପ୍ରମୁଖ ପହଞ୍ଚି ସ୍ଥିତି ଉପରେ ସମୀକ୍ଷା କରିଥିଲେ। ପୋଲିସ ଉପରକୁ ପଥର ମାଡ଼ ଘଟଣାରେ ୫ ଜଣ ଭାଜପା କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ କହିଛନ୍ତି। ଗୁରୁବାର ରାତିରେ ଅନ୍ୟ ଜଣେ ଅବିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଚ ଧରିବା ପାଇଁ ଦୌଡ଼ିଲେ ୩ ଫିଲ୍ଡର: ପାକିସ୍ତାନୀ ଫିଲ୍ଡରଙ୍କ ହାସ୍ୟାସ୍ପଦ କାରନାମା

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଫିଲ୍ଡିଂ। ଏକ ସହଜ କ୍ୟାଚ ଧରିବାକୁ ଯାଇ ୩ ଜଣ ଖେଳାଳି ଏପରି ଗୋଲମାଳ କଲେ ଯେ, ଶେଷରେ…

ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ରୋହିତ ଶର୍ମା, ଜାଣନ୍ତୁ କେତେ ନିକଟରେ ଅଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଦଳର ଜଣେ କିମ୍ବଦନ୍ତୀ ବ୍ୟାଟର ରୋହିତ ଶର୍ମା, ଦିନିକିଆ (ODI) କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅଟନ୍ତି। ସେ ହେଉଛନ୍ତି ଏକମାତ୍ର ବ୍ୟାଟର…

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜକୁ ନେଇ ଆସିଲା ବଡ଼ ଖବର: ଦଳରେ ଯୋଗଦେବେ ୩ ଖେଳାଳି

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପ୍ରସ୍ତୁତିକୁ ମଜଭୁତ କରିବେ ତିନି ଯୁବ ବୋଲର। ଅର୍ଶଦୀପ ସିଂହ, ଆକିବ ନବି ଓ ଗୁରନୁର…

ଦୀପାବଳି ଅବସରରେ ଅଭିଜିତ ଦିପକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ବାର୍ତ୍ତା କହିଲେ, ‘ମୁଁ ବୁଝିପାରୁନାହିଁ…’

ନୂଆଦିଲ୍ଲୀ,୯।୧୧: ‘କକରୋଚ ଜନତା ପାର୍ଟି’ର ତିନିଜଣ ପ୍ରମୁଖ ନେତା ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଅଭିଜିତ ଦିପକେ, ଆଶୁତୋଷ ରଙ୍କା ଏବଂ ସୌରଭ ଦାସ ସୋସିଆଲ ମିଡିଆ ପ୍ଲାଟଫର୍ମରେ…

ଡିଏଚ୍‌ଏଚ୍‌ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ମିଳିଲାନି ପୋଡ଼ା ଘା’ ମଲମ, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ

ସମ୍ବଲପୁର,୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ପୋଡ଼ା ରୋଗୀଙ୍କୁ ଅତ୍ୟାବଶ୍ୟକୀୟ…

ଗୁଜୁରାଟ ଟାଇଟନ୍ସରେ ଯୋଗଦେବାକୁ ପ୍ରସ୍ତୁତ ଆଶୁତୋଷ ଶର୍ମା! ଦିଲ୍ଲୀ କ୍ୟାପିଟାଲ୍ସକୁ ଦିଆଗଲା ଟ୍ରେଡ ପ୍ରସ୍ତାବ

ନୂଆଦିଲ୍ଲୀ,୯।୧୧: IPL 2027 ପାଇଁ ସମସ୍ତ ୧୦ଟି ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆସନ୍ତା ମାସରେ ଗୋଆରେ IPL 2027 ନିଲାମ ଅନୁଷ୍ଠିତ ହେବ। ଏହା ପୂର୍ବରୁ,…

ଦୀପାବଳିରେ ବୈଭବ ସୂର୍ଯ୍ୟବଂଶୀଙ୍କ ଘରକୁ ଆସିଲା ନୂଆ ଅତିଥି, ନିଜ ପରିବାର ସହ ଖୁସି ମନାଇଲେ କ୍ରିକେଟର

ନୂଆଦିଲ୍ଲୀ,୯।୧୧: ଭାରତର ଦମଦାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ଧନତେରସ ଏବଂ ଦୀପାବଳିର ଶୁଭ ଅବସରରେ, ସେ ଏକ ‘ଟାଟା ସିଏରା’…

ମହମ୍ମଦ ସାମିଙ୍କୁ ନେଇ ଏମିତି କହିଲେ ଟିମ ଇଣ୍ଡିଆର ବୋଲିଂ କୋଚ, ଯାହା ହେଲାଣି ଭାଇରାଲ

ନୂଆଦିଲ୍ଲୀ,୯।୧୧: ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି; ସେ ଗତ ଶୁକ୍ରବାର ନିଜର ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ଏହାର ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?