ଧାନ ଅମଳ ପୂର୍ବରୁ ରୋଗପୋକ ଆତଙ୍କ

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡ଼ା ଅଞ୍ଚଳର ଏକର ଏକର ଜମିରେ ଦେଖାଦେଇଛି ଭିନ୍ନ ଏକ ପ୍ରଜାତିର ପୋକ ବ୍ଲାଷ୍ଟ। ଧାନ ଗଛକୁ ପାଳକୁଟାରେ ପରିଣତ କରୁଛି ଏହି ପୋକ। ଚଳିତ ଖରିଫ ଋତୁର ଧାନଚାଷରେ ଦେଖାଦେଇଛି ସଙ୍କଟ। ସବୁଜ ଧାନ କ୍ଷେତର ମୂଳରେ ବ୍ଲାଷ୍ଟ ପ୍ରଜାତିର କୀଟ ଲାଗିଛି । ଧାନଗଛର ଗର୍ଭ ଧାରଣ ସମୟରେ ମୂଳ ଖାଇଯାଉଛି । ପାଳକୁଟାରେ ପରିଣତ ହେବାକୁ ଯାଉଛି ଜମିର ସବୁଜ ଧାନକେଣ୍ଡା। ବାରମ୍ବାର କୀଟନାଶକ ପ୍ରୟୋଗ ପରେ ବି ଦୂର ହେଉନି ସମସ୍ୟା। ଧାନ କ୍ଷୀର ଢୋକିବା ସମୟରେ ପୋକ ଆକ୍ରାନ୍ତ କରିଥିବାରୁ ଅମଳ କମିବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚାଷୀ ଏମ୍‌. ସାରଥି, ବି. ଗୁରୁପ୍ରସାଦ ପ୍ରମୁଖ। ଚଳିତ ବର୍ଷ ଜିଲାର ବିଭିନ୍ନ ସ୍ଥାନରେ ୨୫,୯୦୦ ହେକ୍ଟର ଜମିରେ ଧାନଚାଷ ହୋଇଛି। ଅନୁକୂଳ ବାତାବରଣ ଯୋଗୁ ଭଲ ଅମଳ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ ଅଞ୍ଚଳର ଏକର ଏକର ଜମିରେ ପୋକ ଲାଗି ଧାନ ଗଛ ନଷ୍ଟହେବାରେ ଲାଗିଛି। ଖବରପାଇ କୃଷି କର୍ମଚାରୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୋକ ଦାଉରୁ ରକ୍ଷା ପାଇବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଯେଉଁ ସବୁ ଅଞ୍ଚଳରେ ଧାନ ପାଚିବା ପୂର୍ବରୁ ପୋକର ଆକ୍ରାନ୍ତ ହୋଇଛି ସେହି ଅଞ୍ଚଳରେ ଅମଳ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ପ୍ରଭାବିତ ଚାଷୀଙ୍କୁ କ୍ଷତି ପୂରଣ ବାବଦରେ କୃଷି ବୀମା କିମ୍ବା ଅନ୍ୟ କୌଣସି ତ୍ୱରିତ ସହାୟତାର ବ୍ୟବସ୍ଥା ନ ଥିବା ବେଳେ ରବିଚାଷ ସମୟରେ ପ୍ରଭାବିତ ଚାଷୀଙ୍କୁ ମାଗଣା ବିହନ ସହ ସାର ଓ କୀଟନାଶକ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି ଜିଲା କୃଷି ଅଧିକାରୀ କୈଳାସ ଚନ୍ଦ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri