ଏଡୁନମ୍‌ ପକ୍ଷରୁ ପ୍ରି ଡିପାର୍ଚର ସେରେମନି

ଭୁବନେଶ୍ୱର,୪।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଡୁନାମ ପକ୍ଷରୁ ଏକ ପ୍ରି ଡିପାର୍ଚର ସେରେମନି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସମ୍ଭାବ୍ୟ ଡାକ୍ତରୀ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବିଦାୟ ସମ୍ବର୍ଦ୍ଧନା ଉତ୍ସବ’ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଏମ୍‌ସି କର୍ପୋରେଟର ମହାମାୟା ସ୍ବାଇଁଙ୍କ ସମେତ ସୁଦୀପା ଦାସ,ଶାନ୍ତନୁ ପାଣି,କିଶୋର ଦ୍ୱିବେଦୀ, ପ୍ରୀତି ଦାଶ ଏବଂ ଲମ୍ବୋଦର ରାଉତ ପ୍ରମୁଖ ବକ୍ତାଭାବେ ଯୋଗଦେଇଥିଲେ। ଏଡୁନମ୍‌ ଛାତ୍ରମାନଙ୍କୁ ରୁଷିଆ, ବାଂଲାଦେଶ, ନେପାଳ, ପୋଲାଣ୍ଡ, ଜର୍ଜିଆ, ଉଜ୍‌ବେକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ମରିସସ୍‌ ଏବଂ ଜର୍ମାନୀ ଭଳି ଦେଶରେ ଏମ୍‌ବିବିଏସ୍‌ ମେଡିକାଲ ଶିକ୍ଷା ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିଥାଏ। ଅଷ୍ଟ୍ରେଲିଆ ଭଳି ଦେଶରେ ଆଡମିଶନ ପାଇଁ ଭାରତୀୟ ଛାତ୍ରମାନଙ୍କୁ ଅଧ୍ୟୟନର ବିକଳ୍ପ ପ୍ରଦାନ କରିବା ସହିତ ସିଙ୍ଗାପୁର, ଜର୍ମାନୀ, ଦୁବାଇ, ମାଲେସିଆ, ଫ୍ରାନ୍ସ, ଆମେରିକା, ୟୁକେ ଓ କାନାଡା ଭଳି ଦେଶରେ ୨୦୦୦ରୁ ଅଧିକ ଛାତ୍ରୀଛାତ୍ରୀ ପୂର୍ବରୁ ଏଡୁନମ୍‌ ମାଧ୍ୟମରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡମିଶନ ହୋଇସାରିଛନ୍ତି। ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀଠାରେ ଥିବାବେଳେ ଭୁବନେଶ୍ୱରଠାରେ ଶାଖା କାର୍ଯ୍ୟାଳୟ ରହିଛି। ଉଲ୍ଲେଖଯୋଗ୍ୟ, ଏଡୁନମ୍‌ ଗାଇଡିଂ କ୍ୟାରିୟର ଶ୍ରେଷ୍ଠ ଶିକ୍ଷାବିତ୍‌ ତଥା କ୍ୟାରିୟର ପରାମର୍ଶଦାତା ଲମ୍ବୋଦର ରାଉତଙ୍କ ଦ୍ୱାରା ୨୦୦୭ରେ ପ୍ରତିଷ୍ଠିତ ହୋଇଥିଲା। ଏହା ଏକ ପ୍ରାଥମିକ ଶିକ୍ଷା ପରାମର୍ଶଦାତା ସଂଗଠନ, ଯାହାକି ଛାତ୍ରୀଛାତ୍ରଙ୍କ ବଜେଟ ଏବଂ ଆଶା ଅନୁଯାୟୀ ବିଦେଶରେ ଡାକ୍ତରୀ ଅଧ୍ୟୟନ ତଥା ବିଦେଶରେ ଅଧ୍ୟୟନ କରିବାକୁ ସାହାଯ୍ୟ ଏବଂ ମାର୍ଗଦର୍ଶନ ଯୋଗାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଜିତ ଦୀପକେଙ୍କର ବଡ ଘୋଷଣା, ‘ଆମେ ଜନ୍ତର ମନ୍ତ୍ରରେ ବସିବୁ ଏବଂ …’

ନୂଆଦିଲ୍ଲୀ,୧।୨୬: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR କୁ ନେଇ ଚାଲିଥିବା ବିବାଦ ମଧ୍ୟରେ, Cockroach Janata Party (CJP) ଶୁକ୍ରବାର ମୁମ୍ବାଇରେ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?