Posted inଜାତୀୟ

କରୋନାର ସୁପର ସ୍ପେଡର ହୋଇପାରେ ମାଘ ମେଳା

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମାଘ ମେଳା । ଏବେ ଅନୁମାନ କରାଯାଉଛି କି ଆସ୍ଥା ଓ ବିଶ୍ୱାସର ଏହି ମେଳା କରୋନାର ସୁପର ସ୍ପେଡର ହୋଇପାରେ । ଶୁକ୍ରବାର ମକର ସଂକ୍ରାନ୍ତି ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ ପକାଇବେ । ୪୭ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ କରୋନା ସଂକ୍ରମଣକୁ ଆହୁରି ବଢାଇଦେବ ବୋଲି କୁହାଯାଉଛି । କରୋନା ମହାମାରୀର ତୃତୀୟ ଲହର ମଧ୍ୟରେ ମାଘ ମେଳାରେ ଏପର୍ଯ୍ୟନ୍ତ ୫୧ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ସମ୍ପୂର୍ଣ୍ଣ ପ୍ରୟାଗରାଜ ଜିଲାରେ ୩୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ଏଭଳି ପରିସ୍ଥିତିରେ ମାଘ ମେଳା ଆଉ ଏକ ଅସୁବିଧା ସୃଷ୍ଟି କରିବାକୁ ଯାଉଛି ।
ଜାନୁୟାରୀ ୧୭ ପୌଷ ପୂର୍ଣ୍ଣିମା ହୋଇଥିବା ବେଳେ ୧ ଲକ୍ଷରୁ ଊର୍ଦ୍ଧ୍ୱ ସାଧୁ ସନ୍ଥ ମାଘ ମେଳାରେ ଏକାଠି ହେବେ । ତେବେ ମାଘ ମେଳାକୁ ସୁନ୍ଦର କରିବାକୁ ସରକାର ଖୁବ୍ ପ୍ରସ୍ତୁତି କରିଛନ୍ତି । କିନ୍ତୁ ଏହା ଯେ କରୋନାକୁ ନିମନ୍ତ୍ରଣ କରୁଛି ଏଥିରେ ସନ୍ଦେହ ନାହିଁ । ଗୋଟିଏ ପଟେ ସରକାର ବଡ ବଡ ଦାବି କରୁଥିବା ବେଳେ ଅନ୍ୟପଟେ ମାଘ ମେଳାର ଆୟୋଜନ ଅନେକ ପ୍ରଶ୍ନ ଉଠାଇଛି । ଏହାସହ ଅସଲରେ ଯେ କୋଭିଡ ନିୟମର ଖୋଲା ଖୋଲି ଉଲ୍ଲଂଘନ କରାଯାଉଛି ତାହା ସ୍ପଷ୍ଟ ବାରିହୋଇ ପଡୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡରାଇଲା କରୋନା: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣ ବେଳକୁ ବେଳ ଦେଶରେ ଭୟଙ୍କର ରୂପ ନେବାକୁ ଯାଉଛି। କେତେଜଣ ବିଶେଷଜ୍ଞଙ୍କ କହିବା କଥା ହେଲା ଜୁନ୍‌ ମାସ ବେଳକୁ ଦେଶରେ...

‘ପିଓକେ’ରେ ୩୦୦ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ,୧୧ା୧(ପି.ଟି.): ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଲାଗି ସୀମା ସେପଟେ ଅପେକ୍ଷା କରିଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ୫୦ ଆଫଗାନ୍‌ ଆତଙ୍କବାଦୀଙ୍କ ସହ ଏମାନେ...

ନାଥୁରାମଙ୍କୁ ‘ଦେଶଭକ୍ତ’ କହିଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହିଛନ୍ତି। ଲୋକ ସଭାରେ ତାଙ୍କର ଏଭଳି ମନ୍ତବ୍ୟକୁ ବିରୋଧୀ...

ତୀର୍ଥଯାତ୍ରା ହେଲା ମହାଯାତ୍ରା: ସଡ଼କ ଦୁର୍ଘଟଣାରେ ୧୪ ମୃତ

କୁରନୋଲ,୧୪।୨: ତୀର୍ଥଯାତ୍ରା ପାଲଟିଛି ମହାଯାତ୍ରା। ଆନ୍ଧ୍ରପ୍ରଦେଶର କୁରନୋଲ ଜିଲାର ଭେଲଡୁରୁଟି ଗାଁଠାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା...

ଷ୍ଟେଶନ ମାଷ୍ଟରଙ୍କୁ ପଣବନ୍ଦୀ ରଖିଲେ ମାଓବାଦୀ

ପାଟନା, ୧।୮: ସଶସ୍ତ୍ର ମାଓବାଦୀମାନଙ୍କର ଏକ ଗୋଷ୍ଠୀ ଶନିବାର ସକାଳେ ପାଟନା-କୋଲକାତା ରୁଟ୍‌ର ଏକ ରେଳଷ୍ଟେଶନ ଉପରେ ଆକ୍ରମଣ କରିବା ସହ ଷ୍ଟେଶନ ମାଷ୍ଟରଙ୍କୁ ଅଧଘଣ୍ଟା...

ଉତ୍ତରପୂର୍ବରେ ନିଆଁ

ଅଗରତାଲା/ଗୁଆହାଟୀ/ନୂଆଦିଲ୍ଲୀ, ୧୨ା୧୨(ପି.ଟି./ଆଇଏଏନ୍‌ଏସ୍‌): ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ପାସ୍‌ ହୋଇ ବୁଧବାର ରାତିରେ ରାଜ୍ୟ ସଭାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା...

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ: ୯ ବିଚାରପତି ନେଲେ ଶପଥ

ନୂଆଦିଲ୍ଲୀ,୩୧।୮: ମଙ୍ଗଳବାର ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ଏକ ଘଟଣା ଘଟିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣ ସୁପ୍ରିମକୋର୍ଟର ବିଚାରପତି ଭାବରେ ତିନିଜଣ...

୬୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ କାଟିବା ଉପରେ ରୋକ ଲଗାଇଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧।୧୧: ରାଜଧାନୀ ଦିଲ୍ଲୀର ଇନ୍ଦରପୁରୀଠାରେ ଥିବା ଏକ ୬୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛକୁ କାଟିବା ପାଇଁ ହେଉଥିବା ଯୋଜନା ଉପରେ ରୋକ ଲାଗିଛି। ଦିଲ୍ଲୀ...

Advertisement


Archives

Model This Week