Posted inଜାତୀୟ

ପ୍ରତାପ ଷଡଙ୍ଗୀଙ୍କୁ ଧକ୍କା ଦେବା ଘଟଣା! ରାହୁଲଙ୍କୁ ହେବ କି ଜେଲ୍‌…

ନୂଆଦିଲ୍ଲୀ,୧୯।୧୨: ସଂସଦ ପରିସରରେ ଖଣ୍ଡଯୁଦ୍ଧକୁ ନେଇ ରାଜନୀତି ଉଠୁଛି ପଡୁଛି। ଏବେ ଭାଜପା ଲୋକ ସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଦଳର ଏମପି ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଠେଲି ଦେଇଥିବା ଅଭିଯୋଗ ଆଣି ଭାଜପା ପୋଲିସ ପାଖରେ ଫେରାଦ ହୋଇଛି। ଅନ୍ୟପଟେ ରାହୁଲ ଦାବି କରିଛନ୍ତି ଯେ, ସଂସଦରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଷଡଙ୍ଗୀ ତାଙ୍କୁ ଠେଲି ଦେଇଛନ୍ତି। ତେବେ ସଂସଦ ପରିସରରେ ହୋଇଥିବା ଘଟଣାରେ ଜଣେ ଏମପିଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଆସିଲେ କଣ ତାଙ୍କୁ ଜେଲ ହେବ କି? ସରକାର ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେବେ କି।

ନିୟମ ଅନୁଯାୟୀ, ଯଦି ଏହି ମାମଲାର କୌଣସି ଭିଡିଓ ପ୍ରମାଣ ନଥାଏ, ତେବେ ଏହା କେବଳ ଦୁଇ ଏମ୍ପିଙ୍କ ମଧ୍ୟରେ କଥା କଟାକଟି ଭାବରେ ଦେଖାଯିବ। ଲୋକ ସଭାର ପୂର୍ବତନ ସାଧାରଣ ସମ୍ପାଦକ ପିଡିଟି ଆଚାର୍ଯ୍ୟ କହିଛନ୍ତି ଯେ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଡିଓ ପ୍ରମାଣ। ଯଦି କୌଣସି ଭିଡିଓ ନାହିଁ, ଜଣେ ଏମପିଙ୍କୁ ଅନ୍ୟ ଏମପିଙ୍କ ମିଛ ଅଭିଯୋଗ ବୋଲି ଧରାଯିବ।

ସଂସଦ ନିୟମ ଅନୁଯାୟୀ, ଯଦି କୌଣସି ସଦସ୍ୟ ସଂସଦର କାର୍ଯ୍ୟକାଳ ସମୟରେ କିମ୍ବା ସଂସଦକୁ ଯିବା ସମୟରେ କୌଣସି ଅସୁବିଧା କିମ୍ବା ଆକ୍ରମଣର ସମ୍ମୁଖୀନ ହୁଅନ୍ତି, ତେବେ ଏହା ଏକ ବିଶେଷାଧିକାରର ଉଲ୍ଲଂଘନ ବୋଲି ବିବେଚନା କରାଯିବ।

ଯେହେତୁ ଭାଜପା ପୋଲିସ ପାଖରେ ଅଭିଯୋଗ ଦାଖଲ କରିଛି, ରାହୁଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ଏବେ ତାହା ସବୁଠାରୁ ବଡ ପ୍ରଶ୍ନ। ନିୟମ ଅନୁସାରେ ମାମଲାର ତଦନ୍ତ କରିପାରିବ ପୋଲିସ। କିନ୍ତୁ ସଂସଦ ପରିସରରେ ଘଟଣା ଘଟିଥିବାରୁ ବାଚସ୍ପତିଙ୍କ ଅନୁମତି ଲୋଡ଼ିପାରେ ପୋଲିସ। ଆଉ ଠେଲାପେଲା ମାମଲାରେ ଯେଉ ଭିଡିଓ ସାମ୍ନାକୁ ଆସୁଛି ତାହା ଏବେ ସବୁଠୁ ବଡ଼ ପ୍ରମାଣ। ଭିଡିଓ ସହ କିଛି ସାକ୍ଷୀଙ୍କ ବୟାନ ମଧ୍ଯ ପୋଲିସ ନେଇପାରେ ଯାହାକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିପାରେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri