ସିନେମାରେ ଲାଗିଥିଲା ପ୍ରତାପଙ୍କ ଟଙ୍କା

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି) ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ତାଙ୍କୁ ବୁଧବାର ଗିରଫ କରାଯାଇଛି। ସେ ଏବେ ଜେଲ୍‌ରେ ଥିବାବେଳେ ତାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି।

ପ୍ରତାପଙ୍କ ଓଲିଉଡ୍‌ ଲିଙ୍କ ନେଇ ଖୋଳତାଡ ଆରମ୍ଭ ହୋଇଛି। ପ୍ରତାପ ପୂର୍ବରୁ ୨ଟି ବ୍ୟୟବୋହୁଳ ଓଡ଼ିଆ ସିନେମାରେ ଟଙ୍କା ଲଗାଇଥିଲେ ବୋଲି ଜଣାପଡିଛି। ଫଲ୍ମରେ ସ୍ତ୍ରୀ ସସ୍ମୀତା ସାମଲଙ୍କୁ ଆଗକୁ ଆଣି ତାଙ୍କୁ ସହ ପ୍ରଯୋଜକ ଦର୍ଶାଇଥିଲେ। ତେବେ ଏହା ଜଣାପଡିବା ପରେ କୋଟିପତି ପ୍ରତାପଙ୍କୁ ନେଇ ସର୍ଚ୍ଚା ଜୋର ଧରିଛି। କୁହାଯାଉଛି ଆଗକୁ ଓଲିଉଡ୍‌ ଜଗତରେ ପ୍ରତାପ କୋଟି କୋଟି ଟଙ୍କା ନିବେଶ କରିଥାନ୍ତେ। ତେବେ ପ୍ରତାପ ଜେଲ୍‌ରେ ଥିବାରୁ ଭିଜିଲାନ୍ସ ତାଙ୍କୁ ରିମାଣ୍ଡରେ ଆଣି ଆୟବହିର୍ଭୂତ୍ତ ସମ୍ପତ୍ତିର ଉତ୍ସ ଖୋଜିବା ସହ ଓଲିଉଡ୍‌ ଲିଙ୍କ ନେଇ ପଚରାଉଚାର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ଲୁଚିଥିଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ,୧୫।୪: କଟକ ବଡ଼ ମେଡିକାଲ(ଏସ୍‌ସିବି)ରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ୫ ଦିନ ପରେ କମିଶନରେଟ ପୋଲିସ ଧରିବାରେ ସଫଳ ହୋଇଛି। ତେଲଙ୍ଗାନାର ସଙ୍ଗାରେଡି ଜିଲାରୁ ହାଇଦରଙ୍କୁ...

କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ରାୟଗଡ଼ା ଅଫିସ,୬।୧୧: ରାୟଗଡ଼ା ରେଳଷ୍ଟେଶନଠାରେ ରବିବାର ଏକ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଛି। ବିଶାଖାପାଟଣାରୁ ରାୟଗଡ଼ା ଆସି ଷ୍ଟେଶନରେ ଛିଡା ହୋଇଥିବା ବେଳେ ହଠାତ୍‌...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୨।୭(ବ୍ୟୁରୋ): ସିବିଏସ୍‌ଇ ଦଶମ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.cbse.nic.in ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଛାତ୍ରୀଛାତ୍ର ପରୀକ୍ଷାଫଳ ଦେଖିପାରିବେ । ଚଳିତ ବର୍ଷ ୯୪.୪୦% ପାସ୍‌ ହାର...

ଅବସର ନେଲେ ମୋନା ଶର୍ମା, ନିକୁଞ୍ଜ ସୁନ୍ଦରାୟ

ଭୁବନେଶ୍ବର, ୧ା୪(ବ୍ୟୁରୋ): ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ୨ ଅଧିକାରୀ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ମୋନା ଶର୍ମା ଓ ନିକୁଞ୍ଜ ସୁନ୍ଦରାୟ ଶୁକ୍ରବାର ସରକାରୀ...

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୦ରୁ ଊର୍ଦ୍ଧ୍ୱ ଆହତ

ଖୋର୍ଦ୍ଧା ଅଫିସ,୩ା୭: ଖୋର୍ଦ୍ଧା ବାଘମାରୀ-ସିମୋର ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଛି ଏକ ଯାତ୍ରୀବାହୀ ବସ୍‌। ଉକ୍ତ ବସ୍‌ଟି ବାଙ୍କୀରୁ ଭୁବନେଶ୍ୱର ଆସୁଥିଲା। ଏହି...

ବ୍ରହ୍ମପୁରକୁ ପୋଲିସ ଡିଜିଙ୍କ ଅଚାନକ ଗସ୍ତ: କୋଭିଡ-୧୯ ମୁକାବିଲା ଉପରେ ସମୀକ୍ଷା, ସଂଗରୋଧ କକ୍ଷ ବାହାରେ ସୁରକ୍ଷା କଡ଼ାକଡ଼ି ଉପରେ ଗୁରୁତ୍ୱାରୋପ

ବ୍ରହ୍ମପୁର ଅଫିସ,୧୦।୫- ସୁରଟ ଫେରନ୍ତାଙ୍କୁ ନେଇ ରାଜ୍ୟରେ ଗଞ୍ଜାମ ଜିଲାର ଚିତ୍ର ସମୂର୍ଣ୍ଣ ଭାବେ ବଦଳି ଯାଇଛି। ଲକ୍‌ଡାଉନ୍‌ କୋହଳ ହେବା ପରେ ଜିଲାରେ ଏବେ...

ଫୁଲ ତୋଳିବାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ

ଖୋର୍ଦ୍ଧା ଅଫିସ,୧୦ା୪: ସୋମବାର ସକାଳେ ଖୋର୍ଦ୍ଧା ଟାଉନ ଥାନା ପାନବରଜ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଫୁଲ ତୋଳିବାକୁ ଯାଇ ଜଣେ ମହିଳାଙ୍କୁ ହାତୀ...

୨୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣଙ୍କ ନାହିଁ ବିଦେଶ ଲିଙ୍କ୍‌

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ ‘ଓମିକ୍ରନ’ କାୟାବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ ଦିନକରେ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା...

Advertisement
Archives

Model This Week