ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ, ସରୋଜ ମେହେର ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୬ା୬(ବ୍ୟୁରୋ): ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ ମିଳିଛି। ସେହିପରି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସଚେତକ କରାଯାଇଛି। ଏ ନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ପଦବୀରେ ଥିବା ପ୍ରମିଳା ମଲ୍ଲିକ ରବିବାର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମିଳିଛି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ୨୧ ଜଣିଆ ମନ୍ତ୍ରିମଣ୍ଡଳରେ ଜଗତ୍‌ସିଂହପୁର ଜିଲାରୁ କାହାରିକୁ ସ୍ଥାନ ମିଳି ନାହିଁ। ଏହାପୂର୍ବରୁ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ହୋଇଥିଲେ। ସେ ଶନିବାର ଇସ୍ତଫା ଦେବାପରେ ସମ୍ଭାବ୍ୟ ନୂଆ ମନ୍ତ୍ରୀ ତାଲିକାରେ ଜଗତ୍‌ସିଂହପୁର ଜିଲାରୁ କେହି ନ ଥିଲେ। କିନ୍ତୁ ପ୍ରଶାନ୍ତ ମୁଦୁଲିଙ୍କୁ ଉପରୋକ୍ତ ଦାୟିତ୍ୱ ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସେହିପରି ସରକାରୀ ଦଳ ଉପ ମୁଖ୍ୟ ସଚେତକ ପଦବୀରେ ଥିବା ରୋହିତ ପୂଜାରୀଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ସେ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ। ତାଙ୍କ ସ୍ଥାନରେ ପାଟଣାଗଡ଼ ବିଧାୟକ ମେହେରଙ୍କୁ ନିଯୁକ୍ତ କରାଯାଇଛି। ସେ ୨୦୧୯ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ପାଟଣାଗଡ଼ର ଟାଣୁଆ ନେତା ତଥା ଭାଜପାର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଔଷଧ କାରବାର: ଔଷଧ ଯୋଗାଉଥିବା ୨ ବ୍ୟବସାୟୀ ଚିହ୍ନଟ

କଟକ ଅଫିସ,୨୪।୯: କଟକ ନକଲି ଔଷଧ କାରବାର ମାମଲାରେ ବିହାରର ଦୁଇ ବ୍ୟବସାୟୀଙ୍କୁ ପୋଲିସ ଚିହ୍ନଟ କରିଛି। ଏହି ୨ ଜଣ ନକଲି ଔଷଧ ଯୋଗାଉଥିବା...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା:୫-ଟି ଆଧାରରେ ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ ହେଉ

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ):ରତ୍ନଭଣ୍ଡାର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ଦେଢ଼ବର୍ଷରୁ ଅଧିକ ଦିନ ବିତିଗଲାଣି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ...

ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ବିରୋଧୀ-ଶାସକ ମୁହଁାମୁହିଁ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଅବସର ଗ୍ରହଣ କରିଥିବା ଲୋକଙ୍କୁ ନିଯୁକ୍ତି ଦେବା ନେଇ ଭାଜପା ସରକାରଙ୍କୁ ଘେରିଛି। ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ...

ହିତାଧିକାରୀଙ୍କୁ ଶୀତକାଳୀନ ସହାୟତା ଦେବେ ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଭତ୍ତା ହିତାଧିକାରୀଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଅଧିକ ୩୦୦ ଟଙ୍କା...

ରାତାରାତି ବଦଳିଗଲା ନିର୍ବାଚନୀ ଚିହ୍ନ

ବରଗଡ଼ ଅଫିସ୍‌,୨୯।୧: ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ଘଡ଼ିକେ ଘୋଡ଼ା ଛୁଟୁଛି। ଜିଲାର ଅମ୍ବାଭୋନା ବ୍ଲକର ଜିଲା ପରିଷଦ ଜୋନ-୨ରୁ କଂଗ୍ରେସ ଓ ଭାଜପା...

ଏ.ଜି . କାର୍ଯ୍ୟାଳୟରେ ପହଞ୍ଚିନି ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌ କାଗଜପତ୍ର ଭୁବନେଶ୍ୱରସ୍ଥିତ ଏ.ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାକୁ...

ଫଳକରେ ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର, ୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ଶହୀଦ ପୀଠର ଉନ୍ନତୀକରଣ କେବଳ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ବିଭାଗର ଫଳକରେ...

ପରଲୋକରେ ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦ

କଟକ ଅଫିସ,୩୦।୧୧: ଲୋକପ୍ରିୟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ...

Advertisement
Archives

Model This Week