ସରପଞ୍ଚ, ପୂର୍ବତନ ସମିତିସଭ୍ୟଙ୍କୁ ଅପହରଣ

ଚଣ୍ଡିଖୋଲ,୬ା୬(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ କିଛିଦିନ ତଳେ ଜଣେ ସରକାରୀ କର୍ମଚାରୀଙ୍କୁ ଅପହରଣ କରାଯାଇଥିବାବେଳେ ଶନିବାର ରାତିରେ ଉକ୍ତ ଥାନା ଅଧୀନ ନଳିପୁର ସରପଞ୍ଚ ଓ ପ୍ରାକ୍ତନ ସମିତିସଭ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖାଯାଇଥିଲା। ୫ଲକ୍ଷ ଟଙ୍କାଦେଲେ ସେମାନଙ୍କୁ ଛଡ଼ାଯିବ ବୋଲି ଅପହରଣକାରୀ ଦାବି କରିଥିଲେ। ତେବେ ୪ ଘଣ୍ଟା ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସେମାନେ ମୁକୁଳିଛନ୍ତି। ଏହି ଘଟଣାରେ ପୋଲିସ ଅପହରଣକାରୀଙ୍କୁ ରବିବାର ଅଟକ ରଖିଛି। ତାଙ୍କ ନିକଟରୁ ଏକ ବନ୍ଧୁକ, ୬ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା ଓ ଦୁଇଟି ଭୁଜାଲି ଜବତ କରାଯାଇଛି।
ସୂଚନା ଅନୁସାରେ, ନଳିପୁର ସରପଞ୍ଚ ସେକ୍‌ ଅବଦୁଲ ଗନି ଓ ପୂର୍ବତନ ସମିତିସଭ୍ୟ ସେକ୍‌ ଅବଦୁଲ ମଜିଦ ଚାରିନଙ୍ଗଳ ବଜାରରୁ ଘରକୁ ଫେରୁଥିବାବେଳେ କେନାଲ ବନ୍ଧ ନିକଟରେ ସେମାନଙ୍କୁ ସେକ୍‌ ମହେମୁଦ ନିଜ ଘରକୁ ଡାକିଥିଲେ। ତେବେ ପଞ୍ଚାୟତ ସମ୍ପର୍କରେ କୌଣସି ଆଲୋଚନା ପାଇଁ ଡାକିଥିବା ଆଶାକରି ଉଭୟ ତାଙ୍କ ଘରକୁ ଯାଇଥିଲେ। ମହେମୁଦ ସେମାନଙ୍କୁ ଘରେ ବସାଇବା ପରେ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ବନ୍ଧୁକ ଦେଖାଇ ଭୟଭୀତ କରି ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏପରି କି ୫ ଲକ୍ଷ ଟଙ୍କା ନ ଦେଲେ ତୁମକୁ ଛାଡ଼ିବି ନାହଁି ବୋଲି ଧମକ ଦେଇଥିଲେ। ଘରକୁ ଫେରିବା ଡେରିହେବା ଦେଖି ଉଭୟଙ୍କ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିତ୍ଲେ। ତେବେ ମହେମୁଦଙ୍କ ଘର ଆଗରେ ସେମାନଙ୍କ ମୋଟରସାଇକେଲ ଦେଖି ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ମହେମୁଦ ଏହା ଦେଖି ଦୁହଁିକୁ ଛାଡ଼ି ଦେଇଥିଲେ। ଏନେଇ ସେକ୍‌ ମଜିଦ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମହେମୁଦଙ୍କୁ ଚାରିନଙ୍ଗଳରୁ କାବୁ କରିଛି। ତେବେ ପୋଲିସ ମହେମୁଦଙ୍କ ଜଣେ ସହଯୋଗୀ ଘରେ ଚଢ଼ାଉ କରିଥିଲେ ମଧ୍ୟ ସେ ଫୋରର ହୋଇଯାଇଛନ୍ତି। ଏନେଇ ଥାନା ନଂ.୨୧୨/୨୨ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଉଦାହରଣ ସୃଷ୍ଟି କରିଛି ସାପ-ମଣିଷ ସମ୍ପର୍କ

ମାଲକାନଗିରି, ୩ା୧୦(ଡି.ଏନ.ଏ.): ସମ୍ପର୍କ କେବଳ ବାପ ପୁଅ, ମାଆ ଝିଅ ଓ ଝିଅପୁଅଙ୍କ ମଧ୍ୟରେ ହୋଇ ନ ଥାଏ। ପଶୁ, ପକ୍ଷୀ ଓ ସରିସୃପଙ୍କ ମଧ୍ୟରେ...

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସାବିତ୍ରୀ ରଥ

କଟକ ଅଫିସ,୧୧।୬- ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ସାବିତ୍ରୀ ରଥ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ତାଙ୍କୁ...

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

କଟକ ସହରରୁ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨।୯-କଟକ ସହରରୁ ବୁଧବାର ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରାଣ୍ଟାଇନରୁ ୧୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୨ ଲୋକାଲ କଣ୍ଟାକ୍ଟ କେସ...

ଅତ୍ୟାଧୁନିକ ହସ୍ପିଟାଲର ଭିତ୍ତିପ୍ରସ୍ତର

ଯୋଡ଼ା,୪ା୨(ଡି.ଏନ.ଏ): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ଶାଖା, ଜେଏସପି ଫାଉଣ୍ଡେଶନ ପକ୍ଷରୁ କେନ୍ଦୁଝର ଜିଲା ବଡ଼ବିଲଠାରେ ଏକ ଅତ୍ୟାଧୁନିକ ହସ୍ପିଟାଲ, ‘ଜିନ୍ଦଲ...

ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍‌

ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା...

ସିବିଆଇ ଜାଲରେ ସହକାରୀ ପୋଷ୍ଟମାଷ୍ଟର

ଚିତ୍ରଡା,୧୯ା୧୦(ଡି.ଏନ୍‌.ଏ.)- କମିଶନି ଟଙ୍କା କରାଇଦେବାକୁ ଏଜେଣ୍ଟଙ୍କଠାରୁ ଲାଞ୍ଚ ନେବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡା ଉପ ଡାକଘରର ସହକାରୀ ପୋଷ୍ଟମାଷ୍ଟର ଶୁକ୍ରବାର...

ଅସ୍ତିତ୍ୱ ହରାଉଛି ଚଣ୍ଡିଆ ପାହାଡ଼

ଯାଜପୁର ଅଫିସ୍‌/ବାଲିଚନ୍ଦ୍ରପୁର, ୧୭।୧୧(ସ୍ବ.ପ୍ର):  ମୁଗୁନି, ଖଡ଼ି, ଶାଣ ଏବଂ କନ୍ଦା ଆଦି ପଥରରେ ନିର୍ମିତ ମୂର୍ତ୍ତି, ମନ୍ଦିର ଓ ଘରକରଣା ସାମଗ୍ରୀ ପାଇଁ ଯାଜପୁର ଜିଲାର...

Advertisement
Archives

Model This Week