ସରପଞ୍ଚ, ପୂର୍ବତନ ସମିତିସଭ୍ୟଙ୍କୁ ଅପହରଣ

ଚଣ୍ଡିଖୋଲ,୬ା୬(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ କିଛିଦିନ ତଳେ ଜଣେ ସରକାରୀ କର୍ମଚାରୀଙ୍କୁ ଅପହରଣ କରାଯାଇଥିବାବେଳେ ଶନିବାର ରାତିରେ ଉକ୍ତ ଥାନା ଅଧୀନ ନଳିପୁର ସରପଞ୍ଚ ଓ ପ୍ରାକ୍ତନ ସମିତିସଭ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖାଯାଇଥିଲା। ୫ଲକ୍ଷ ଟଙ୍କାଦେଲେ ସେମାନଙ୍କୁ ଛଡ଼ାଯିବ ବୋଲି ଅପହରଣକାରୀ ଦାବି କରିଥିଲେ। ତେବେ ୪ ଘଣ୍ଟା ପରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସେମାନେ ମୁକୁଳିଛନ୍ତି। ଏହି ଘଟଣାରେ ପୋଲିସ ଅପହରଣକାରୀଙ୍କୁ ରବିବାର ଅଟକ ରଖିଛି। ତାଙ୍କ ନିକଟରୁ ଏକ ବନ୍ଧୁକ, ୬ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା ଓ ଦୁଇଟି ଭୁଜାଲି ଜବତ କରାଯାଇଛି।
ସୂଚନା ଅନୁସାରେ, ନଳିପୁର ସରପଞ୍ଚ ସେକ୍‌ ଅବଦୁଲ ଗନି ଓ ପୂର୍ବତନ ସମିତିସଭ୍ୟ ସେକ୍‌ ଅବଦୁଲ ମଜିଦ ଚାରିନଙ୍ଗଳ ବଜାରରୁ ଘରକୁ ଫେରୁଥିବାବେଳେ କେନାଲ ବନ୍ଧ ନିକଟରେ ସେମାନଙ୍କୁ ସେକ୍‌ ମହେମୁଦ ନିଜ ଘରକୁ ଡାକିଥିଲେ। ତେବେ ପଞ୍ଚାୟତ ସମ୍ପର୍କରେ କୌଣସି ଆଲୋଚନା ପାଇଁ ଡାକିଥିବା ଆଶାକରି ଉଭୟ ତାଙ୍କ ଘରକୁ ଯାଇଥିଲେ। ମହେମୁଦ ସେମାନଙ୍କୁ ଘରେ ବସାଇବା ପରେ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ବନ୍ଧୁକ ଦେଖାଇ ଭୟଭୀତ କରି ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏପରି କି ୫ ଲକ୍ଷ ଟଙ୍କା ନ ଦେଲେ ତୁମକୁ ଛାଡ଼ିବି ନାହଁି ବୋଲି ଧମକ ଦେଇଥିଲେ। ଘରକୁ ଫେରିବା ଡେରିହେବା ଦେଖି ଉଭୟଙ୍କ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିତ୍ଲେ। ତେବେ ମହେମୁଦଙ୍କ ଘର ଆଗରେ ସେମାନଙ୍କ ମୋଟରସାଇକେଲ ଦେଖି ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ମହେମୁଦ ଏହା ଦେଖି ଦୁହଁିକୁ ଛାଡ଼ି ଦେଇଥିଲେ। ଏନେଇ ସେକ୍‌ ମଜିଦ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମହେମୁଦଙ୍କୁ ଚାରିନଙ୍ଗଳରୁ କାବୁ କରିଛି। ତେବେ ପୋଲିସ ମହେମୁଦଙ୍କ ଜଣେ ସହଯୋଗୀ ଘରେ ଚଢ଼ାଉ କରିଥିଲେ ମଧ୍ୟ ସେ ଫୋରର ହୋଇଯାଇଛନ୍ତି। ଏନେଇ ଥାନା ନଂ.୨୧୨/୨୨ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri