ଅଧ୍ୟବସାୟରୁ ବ୍ୟବସାୟିକ ସଫଳତା

ବାଣିଜ୍ୟ ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ଉଚ୍ଚଶିକ୍ଷା ପରେ ଦେଶର କିଛି ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନରେ ଯୋଗଦେବା ସହ ସେ ୧୯୯୧-୯୨ରେ ସୁପ୍ରିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ସହ ଯୋଡ଼ିହୋଇଥିଲେ। ଦୀର୍ଘ ବର୍ଷର ଅଭିଜ୍ଞତା ଥିବାରୁ କମ୍ପାନୀ ତାଙ୍କୁ ଅଧିକାରୀ ରୂପେ ନିଯୁକ୍ତି ଦେଇ ପୂର୍ବଭାରତର ବ୍ୟବସାୟ ତାଙ୍କ ଉପରେ ନ୍ୟସ୍ତ କରିଛି। ଅଧ୍ୟବସାୟରୁ ହିଁ ବ୍ୟବସାୟିକ ସଫଳତା ମିଳିଥାଏ ବୋଲି ନିକଟରେ କଟକ ଆସିଥିବା କମ୍ପାନୀ ଫର୍ନିଚର ଡିଭିଜନ ବରିଷ୍ଠ ମହାପ୍ରବନ୍ଧକ ମୁକେଶ କୁମାର କୌଲ ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତ୍‌କାର ବେଳେ କହିଛନ୍ତି।

ପ୍ଲାଷ୍ଟିକ ଶିଳ୍ପର ଭବିଷ୍ୟତ ସମ୍ପର୍କରେ
କ’ଣ କହିବେ?
ଭାରତ ବଜାରରେ ପ୍ଲାଷ୍ଟିକ କମ୍ପାନୀଗୁଡ଼ିକର ପ୍ରଦର୍ଶନ ଭଲ ରହିଛି। ବିଶେଷକରି ଘରେ ବ୍ୟବହୃତ ହୋଇପାରୁଥିବା ସାମଗ୍ରୀର ପ୍ରସ୍ତୁତକର୍ତ୍ତାଙ୍କ ପାଇଁ ଏହି ଶିଳ୍ପରେ ପର୍ଯ୍ୟାପ୍ତ ସୁଯୋଗ ରହିଛି।
ମହାମାରୀରେ ପ୍ଲାଷ୍ଟିକ ଶିଳ୍ପ କିଭଳି ପ୍ରଭାବିତ ହୋଇଥିଲା ଏବଂ ବର୍ତ୍ତମାନ ଏହାର ସ୍ଥିତି କିଭଳି ରହିଛି?
କୋଭିଡ୍‌ ମହାମାରୀ ଯୋଗୁ ପ୍ଲାଷ୍ଟିକ ବ୍ୟବସାୟ ପ୍ରାୟ ୩୦ରୁ ୪୦% ହ୍ରାସ ପାଇଥିଲା। ହେଲେ ସରକାରଙ୍କ ସହଯୋଗ ଓ ଗ୍ରାହକଙ୍କ ଚାହିଦା ଯୋଗୁ ପ୍ରାୟ ୩ ରୁ ୪ ମାସର ଉତ୍ପାଦନ ପରେ ସବୁ କିଛି ଠିକ୍‌ ହୋଇଯାଇଥିଲା। ପ୍ରଥମ ଲହରରେ ଏହି ଶିଳ୍ପ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା।
ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରରେ
କିଭଳି ପରିବର୍ତ୍ତନ ଆସିଛି?
ବର୍ତ୍ତମାନ ଗ୍ରାହକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି। ବିଶେଷକରି କୋଭିଡ୍‌ ପରଠାରୁ ଲୋକଙ୍କ ଜୀବନଶୈଳୀ ମଧ୍ୟ ବଦଳିଯାଇଛି। ଫଳରେ ଗ୍ରାହକ ନିମ୍ନମାନର ଉତ୍ପାଦ ପରିବର୍ତ୍ତେ ଗୁଣାତ୍ମକ ଓ ପ୍ରିମିୟମ ଉତ୍ପାଦ କିଣିବାକୁ ପସନ୍ଦ କରୁଛନ୍ତି।
ଓଡ଼ିଶାରେ ପ୍ଲାଷ୍ଟିକ ବ୍ୟବସାୟର ଭବିଷ୍ୟତକୁ କିଭଳି ଦେଖୁଛନ୍ତି?
ଓଡ଼ିଶାରେ ପ୍ଲାଷ୍ଟିକ ଫର୍ନିଚର ବ୍ୟବସାୟ ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ଏବଂ ଏଠାରେ ମଧ୍ୟ ଅନେକ ସମ୍ଭାବନା ରହିଛି। ପ୍ରତିବର୍ଷ କମ୍ପାନୀ ପ୍ରିମିୟମ ବର୍ଗରେ ୮ରୁ ୧୦ଟି ନୂଆ ଉତ୍ପାଦ ବଜାରକୁ ଛାଡୁଛି। ବିଶେଷକରି ମୋଲଡେଡ୍‌ ଫର୍ନିଚରର ଭବିଷ୍ୟତକୁ ନେଇ ଆମେ ଆଶାବାଦୀ।
ଦେଶର ଅନ୍ୟ ବଜାର ତୁଳନାରେ ଓଡ଼ିଶା ବଜାରକୁ ଆପଣ କିପରି ଦେଖୁଛନ୍ତି?
କମ୍ପାନୀ ପୂର୍ବ ଭାରତରେ ୧ନମ୍ବର ତଥା ବଜାର ଲିଡର ଭାବେ ପରିଚିତ। ପ୍ରତିବର୍ଷ ଆମେ ୧୨ରୁ ୧୫% ଅଭିବୃଦ୍ଧି ହାସଲ ଆଶା ରଖିଛୁ। ଓଡ଼ିଶାର ଗ୍ରାହକଙ୍କ ମଧ୍ୟରେ ଆମ ଉତ୍ପାଦ ବେଶ୍‌ ଆଦୃତି ଲାଭ କରିଛି।
ସୁପ୍ରିମର ଉତ୍ପାଦଗୁଡ଼ିକ ଅନ୍ୟ ବ୍ରାଣ୍ଡ୍‌ଠାରୁ କିଭଳି ସ୍ବତନ୍ତ୍ର?
କମ୍ପାନୀ ୧୦୦% ଭର୍ଜିନ ମାଟେରିଆଲ ବ୍ୟବହାର କରୁଛି। ଆମେ ଶସ୍ତା ଜିନିଷ ଉତ୍ପାଦନ ଓ ବ୍ୟବହାରଠାରୁ ଦୂରରେ ରହିଥାଉ। ଅନ୍ୟ କମ୍ପାନୀଗୁଡ଼ିକ ସାଧାରଣ ଉତ୍ପାଦ ଉପରେ ଧ୍ୟାନ ଦେଉଥିବାବେଳେ ଆମେ ପ୍ରିମିୟମ ଉତ୍ପାଦ ଉପରେ ଅଧିକ ଫୋକସ୍‌ କରୁଛୁ। ପ୍ରତି ବର୍ଷ ଆମ ପୋର୍ଟଫୋଲିଓରେ ୮ରୁ ୧୦ ନୂଆ ପ୍ରଡକ୍ଟ ଯୋଗକରୁଥିବା ବେଳେ ବର୍ତ୍ତମାନ ଆମର ୧୫୦ରୁ ୧୬୦ ସୁପ୍ରିମ ପ୍ରଡକ୍ଟ ରେଞ୍ଜ ରହିଛି।
ମୋଲଡେଡ୍‌ ପ୍ଲାଷ୍ଟିକ ଶିଳ୍ପରେ ବଜାର ଟ୍ରେଣ୍ଡ୍‌ କିଭଳି ରହିଛି?
ବର୍ତ୍ତମାନ ଏହି ଶିଳ୍ପରେ ଏକ ପ୍ରକାରର ବିପ୍ଳବ ଆସିଛି। ପୂର୍ବରୁ ଶସ୍ତା, କମ୍‌ ରେଞ୍ଜ ଏବଂ କମନ ଚେୟାର ବିକ୍ରି ହେଉଥିଲା। ଲୋକଙ୍କ ମୁଣ୍ଡପିଛା ଆୟ ଏବଂ ଜୀବନ ଧାରଣ ମାନରେ ମଧ୍ୟ ଉନ୍ନତି ଆସିବା ଯୋଗୁ ଏବେ ପ୍ରିମିୟମ ଚେୟାର ବିକ୍ରି ବଢ଼ିଛି। ନନ୍‌ ପେଣ୍ଟେଡ ପ୍ରିମିୟମ ସେଟ୍‌ ଆମର ସବୁଠାରୁ ଷ୍ଟ୍ରଙ୍ଗ ପଏଣ୍ଟ ହୋଇଥିବା ବେଳେ ଆମର ଡାଇନିଂ ଟେବୁଲ ଏବଂ ଚେୟାର ସେଟ୍‌ର ଲୋକପ୍ରିୟତା ସହ ବଜାର ଲିଡର ରହିଆସୁଛୁ।
ଓଡ଼ିଶା ବଜାର ସମ୍ପର୍କରେ କ’ଣ କହିବେ?
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ବିକାଶ ଧାରା ସହ ତାଳ ଦେଇ ଆଗକୁ ବଢୁଛନ୍ତି। ଆଗାମୀ ଦିନରେ ଓଡ଼ିଶା ପୂର୍ବାଞ୍ଚଳର ଏକ ନମ୍ବର ରାଜ୍ୟ ହେବାର କ୍ଷମତା ରଖିଛି। ଏପରିକି ଓଡିଶାର ଶିଳ୍ପ ନୀତି କିମ୍ବା ଶିଳ୍ପକୁ ପ୍ରୋତ୍ସାହନ ଦେବା ଭଳି ବିଭିନ୍ନ କାମ ରାଜ୍ୟ ସରକାର କରୁଛନ୍ତି। ପୂର୍ବାଞ୍ଚଳ ରାଜ୍ୟଗୁଡିକରେ କୌଣସି ପ୍ରତିଷ୍ଠାନ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହିଁଥିଲେ ଓଡ଼ିଶାକୁ ହିଁ ପ୍ରାଥମିକତା ଦେଉଛନ୍ତି। ଓଡିଶାର ବଜାର ବ୍ୟବସ୍ଥା ଓ ବ୍ୟବସାୟ ପାଣିପାଗ ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ରହିଛି।
ଓଡ଼ିଶା ବଜାରରେ ସୁପ୍ରିମର ଉପସ୍ଥିତି କିଭଳି ରହିଛି?
ଓଡିଶା ଆମ ପାଇଁ ସବୁ ବେଳେ ଏକ ଭଲ ବଜାର ହୋଇ ରହିଆସିଛି। ବର୍ତ୍ତମାନ ଆମେ ୧୫ରୁ ୨୦% ଅଭିବୃଦ୍ଧି ସହ ଆଗକୁ ବଢୁଛୁ। ଆଗାମୀ କିଛି ବର୍ଷରେ ଆମେ ପ୍ରାୟ ୨୫ରୁ ୩୦% ଅଭିବୃଦ୍ଧି କରିବୁ ବୋଲି ଆଶା ରହିଛି। ସେହିଭଳି କଟକରେ ଆଗାମୀ ୩ ମାସ ମଧ୍ୟରେ ଆମର ଏକ ପାଇପ ଫ୍ୟାକ୍ଟ୍ରି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଯଦି ସବୁ କିଛି ଠିକ୍‌ ରୁହେ ତା’ ହେଲେ ଉକ୍ତ ଫ୍ୟାକ୍ଟ୍ରିରୁ ଫର୍ନିଚରର ଏକ ୟୁନିଟ କରାଯିବା ନେଇ ମଧ୍ୟ ବିଚାର ଚାଲିଛି।
ମହାମାରୀ ଫଳରେ କିଭଳି ପ୍ରଭାବିତ ହୋଇଛନ୍ତି ?
କୋଭିଡ୍‌ ମହାମାରୀ ଯୋଗୁ ଗତ ୨ବର୍ଷ ହେବ କମ୍ପାନୀର କାରବାର କେତେକାଂଶରେ ପ୍ରଭାବିତ ହୋଇଥିଲା। ସେହିପରି ସରକାରଙ୍କ କରୋନା କଟକଣା ଯୋଗୁ ଫ୍ୟାକ୍ଟ୍ରିଗୁଡିକରେ କାମ ବନ୍ଦ ହୋଇଯାଇଥିଲା। ଫଳରେ ଏହି ସମୟରେ ଆମେ ଅନେକ କ୍ଷତି ସହିଛୁ ହେଲେ ଚଳିତ ବର୍ଷ କାରବାର ଟ୍ରାକକୁ ଫେରିବା ସହ ପୂର୍ବ ବର୍ଷର କ୍ଷତିକୁ ଭରଣା ପାଇଁ ପ୍ରୟାସ କରିବୁ ବୋଲି ଆଶା ରହିଛି।
ଓଡିଶା ବଜାର ପାଇଁ କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
କୋଭିଡ୍‌ ଯୋଗୁ ମାନ୍ଦା ରହିଥିବା କାର୍ଯ୍ୟକ୍ରମକୁ ଆରମ୍ଭ ସହ ଓଡିଶା ବଜାରରେ ସୁପ୍ରିମର ଅନେକଗୁଡିଏ ଏକ୍ସକ୍ଲୁସିଭ ଷ୍ଟୋର ଖୋଲାଯିବା ନେଇ ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ କଟକରେ ୨ଟି ଲକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରିଛୁ। ସେହିଭଳି ଆମର ୨.୦ କନ୍‌ସେପ୍ଟକୁ ମଧ୍ୟ ଅଗ୍ରଗତି କରାଉଛୁ। ଯେଉଁଠାରେ କମ୍ପାନୀର ପ୍ରଡକ୍ଟଗୁଡିକର ବିସ୍ତୁତ ଶୃଙ୍ଖଳାକୁ ଗୋଟିଏ ଛାତ ତଳେ ପ୍ରଦର୍ଶନ କରାଯାଉଛି। ସେହିଭଳି ପ୍ରାୟ ୧୪ ଏକ୍ସକ୍ଲୁସିଭ ଷ୍ଟୋର ପୂର୍ବାଞ୍ଚଳରେ ଖୋଲାଯାଇଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା ଆଉ ୧୦୦ ଏଭଳି ଷ୍ଟୋରର ଶୁଭାରମ୍ଭ କରିବା ନେଇ ଲକ୍ଷ୍ୟ ରଖାଯାଇଛି।
ଅବସର ସମୟରେ କ’ଣ କରିବାକୁ ପସନ୍ଦ କରିଥାନ୍ତି?
ବ୍ୟସ୍ତବହୁଳ ଜୀବନ ଯାତ୍ରାରେ ଅବସରର ଶବ୍ଦ ନ ଥାଏ, ହେଲେ ବିନା ଅବସରରେ ଅବସାଦ ପୂରଣ ହୋଇ ନ ଥାଏ। ସେଥିପାଇଁ ଅବସର ସମୟରେ ଘରେ ଥିଲେ ଖବରକାଗଜ, ଟିଭି ଓ ପରିବାରଜନଙ୍କ ସହ ସମୟ ଅତିବାହିତ କରିଥାଏ। ଯେ ହେତୁ ମୁଁ ବହୁ ସମୟ ବାହାରେ ରୁହେ ସେଥିପାଇଁ ପରିଭ୍ରମଣ ସହ ମନୋରଞ୍ଜନ ଏବଂ କ୍ରୀଡା ଓ ପଶୁପ୍ରେମରେ ସମୟ ଅତିବାହିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୯୦,୩୯୫ କୋଟି ଋଣ ପ୍ରଦାନର ସମ୍ଭାବନା

ଭୁବନେଶ୍ୱର,୨୮-୧: ବର୍ଷ ୨୦୨୦-୨୧ ଲାଗି ରାଜ୍ୟର ଅଗ୍ରାଧିକାର କ୍ଷେତ୍ରଗୁଡିକୁ ପ୍ରାୟ ୯୦,୩୯୫ କୋଟି ଟଙ୍କାର ଋଣ ଯୋଗାଣ ନେଇ ସମ୍ଭାବନା ରହିଛି। ବ୍ୟାଙ୍କଗୁଡିକ ଏ ଦିଗରେ...

ଡ୍ରେନ୍‌ ସଫେଇକୁ ପଦାରେ ପକାଇଲା ବର୍ଷା : ବଡ଼ଦାଣ୍ଡ, ବେଳାଭୂମି ରାସ୍ତାରେ ଜମିଲା ପାଣି

ପୁରୀ ଅଫିସ, ୨୬।୭ : ରଥଯାତ୍ରା ପୂର୍ବରୁ ଜିଲା ପ୍ରଶାସନ ଡ୍ରେନ୍‌ ସଫେଇକୁ ଏକପ୍ରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲା। ଖୋଦ୍‌ ଜିଲାପାଳ ଏହି ଦାୟିତ୍ୱ ନିଜ...

ତେଲଙ୍ଗାନାରେ ଲୁଚିଥିଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ,୧୫।୪: କଟକ ବଡ଼ ମେଡିକାଲ(ଏସ୍‌ସିବି)ରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ୫ ଦିନ ପରେ କମିଶନରେଟ ପୋଲିସ ଧରିବାରେ ସଫଳ ହୋଇଛି। ତେଲଙ୍ଗାନାର ସଙ୍ଗାରେଡି ଜିଲାରୁ ହାଇଦରଙ୍କୁ...

‘କାନନ ଫଟୋକପି ମଡେଲ ପ୍ରଦର୍ଶନୀ’

ଭୁବନେଶ୍ୱର,୩୦।୪: କାନନ ଇଣ୍ଡିଆ ଓ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଉଦ୍ୟମରେ ‘କାନନ ଫଟୋ କପି ମଡେଲର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ...

ନାଲ୍‌କୋ ଅଧ୍ୟକ୍ଷଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ

ଭୁବନେଶ୍ୱର,୧୮-୬:ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ ମିଳିଛି। ଉଲ୍ଲେଖନୀୟ ବୃତ୍ତିଗତ ସଫଳତା ଏବଂ ସାମାଜିକ ଅବଦାନ ଲାଗି ଚାନ୍ଦଙ୍କୁ...

ଆସନ୍ତା ୨୦ ବର୍ଷରେ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ ଭାରତ: ଅମ୍ବାନୀ

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ। ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ଏକ ଭିଡିଓ...

ରେଲଓ୍ବେ ପକ୍ଷରୁ ୧୦ ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି

ନୂଆଦିଲ୍ଲୀ,୨୮।୯: କରୋନା ମହାମାରୀ ଯୋଗୁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ ବନ୍ଦ କାରଣରୁ ଶ୍ରମିକମାନେ ଘରେ ହାତ ବାନ୍ଧିି ବସିଛନ୍ତି। ଏହି ମହାମାରୀ ସମୟରେ ଭାରତୀୟ ରେଳ...

ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟ ଝଟ୍‌କା

କଟକ ଅଫିସ,୭ା୨:ବାଲେଶ୍ୱରର ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଝଟ୍‌କା ଲାଗିଛି। ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ରବୀନ୍ଦ୍ରଙ୍କ ଲିଙ୍କ୍‌ ସଂକ୍ରାନ୍ତୀୟ ଶୁଣାଣି ଜାରି ରହିବ...

Advertisement
Archives

Model This Week