Posted inଜାତୀୟ

ପ୍ରଣବଙ୍କୁ ପ୍ରଣାମ

ଭାରତରତ୍ନ ପ୍ରଣବ ମୁଖାର୍ଜୀ ଥିଲେ ରାଷ୍ଟ୍ରନୀତିଜ୍ଞ। ଭାରତୀୟ ଜାତୀୟ କଂଗ୍ରେସର ତୁଙ୍ଗ ନେତା ଭାବେ ସେ ଥିଲେ ଜଣାଶୁଣା। ବିଭିନ୍ନ ସରକାରରେ ଭିନ୍ନ ଭିନ୍ନ ମନ୍ତ୍ରୀ ହେବା ସହ ଭାରତର ରାଷ୍ଟ୍ରପତି ହେବାର ସୌଭାଗ୍ୟ ସେ ଅର୍ଜନ କରିଥିଲେ। ଜଣେ ଲେଖକ, ଅର୍ଥନୀତିଜ୍ଞ, ସୁବକ୍ତା ଓ ପ୍ରଜ୍ଞା ପୁରୁଷ ଭାବେ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଭାରତରତ୍ନ ଉପାଧିରେ ଭୁଷିତ କରିଥଲେ।
୧୯୬୯ରେ ରାଜନୀତିକୁ ପ୍ରବେଶ କରିଥିଲେ ସେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ କଂଗ୍ରେସ ଟିକେଟରେ ରାଜ୍ୟ ସଭାକୁ ପଠାଇବାରେ ସହାୟତା କରିଥିଲେ। ଏହା ପରେ ସେ ଗାନ୍ଧୀ ପରିବାର ସହ ଯୋଡ଼ିହୋଇ ୧୯୭୩ରେ କ୍ୟାବିନେଟ ମନ୍ତ୍ରୀ ପଦ ହାସଲ କରିଥିଲେ। ୧୯୮୨ରେ ସେ ଭାରତର ଅର୍ଥମନ୍ତ୍ରୀ ହୋଇଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତାଙ୍କୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଏହା ପରେ ପ୍ରଣବ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ନାମକ ରାଜନୈତିକ ଦଳ ଗଠନ କରିଥିଲେ। ପରେ ଏହି ଦଳର କଂଗ୍ରେସରେ ବିଲୟ ଘଟିଥିଲା। ରାଜୀବ ଗାନ୍ଧୀଙ୍କ ମୃତ୍ୟୁ(୧୯୯୧) ପରେ ପି.ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପ୍ରଣବ ଯୋଜନା କମିଶନ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ୧୯୯୫ରେ ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ହୋଇଥିଲେ। କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର କ୍ଷମତାକୁ ଆସିବା ପରେ ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ କାଳରେ ସେ ପ୍ରତିରକ୍ଷା, ବହିର୍ବ୍ୟାପାର ମନ୍ତ୍ରଣାଳୟର ପଦଭାର ସମ୍ଭାଳିଥିଲେ। ପରେ ନିଜର ଅଭିଜ୍ଞତା ଓ ପ୍ରତିଭା ବଳରେ ସେ ୨୦୧୨ରେ ଦେଶର ରାଷ୍ଟ୍ରପତି ହୋଇଥିଲେ। ୨୦୧୭ରେ ସ୍ବାସ୍ଥ୍ୟଗତ କାରଣରୁ ସେ ରାଜନୀତିରୁ ସନ୍ୟାସ ନେଇଥିଲେ।

ବାଲ୍ୟାବସ୍ଥା
ପଶ୍ଚିମବଙ୍ଗର ବୀରଭୂମ ଜିଲା ମିରତି ଗ୍ରାମରେ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ। ବାପା କାମଦା କିଙ୍କର ମୁଖାର୍ଜୀ ଓ ମା’ ରାଜଲକ୍ଷ୍ମୀ ମୁଖାର୍ଜୀଙ୍କ ସେ ଜଣେ ସୁଯୋଗ୍ୟ ସନ୍ତାନ। ବାପା ସ୍ବାଧୀନତା ସଂଗ୍ରାମରେ ଜଣେ ସକ୍ରିୟ ସଦସ୍ୟ ରହିବା ସହ ରାଜ୍ୟ ବିଧାନ ପରିଷଦର ସଦସ୍ୟ ରହିଥିଲେ। ଏଆଇସିସି ପ୍ରତି ତାଙ୍କର ଆନୁଗତ୍ୟ ରହିଥିଲା। କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଣବ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସହ ଆଇନ ଡିଗ୍ରୀ କରିଥିଲେ। ପାଠପଢ଼ା ପରେ ସେ କଲିକତାରେ ଅପର ଡିଭିଜନାଲ କ୍ଲର୍କ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ଏହା ପରେ ବିଦ୍ୟାନଗର କଲେଜରେ ସେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାର୍ଯ୍ୟ କଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ‘ଦେଶର ଡାକ’ରେ ଖବରଦାତା ଭାବେ କାର୍ଯ୍ୟ କରିଥିଲେ।
ରାଜନୈତିକ ବୃତ୍ତି
ମିଦ୍‌ନାପୁର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭି.କେ. କ୍ରିଷ୍ଣା ମେନନ୍‌ଙ୍କ ଲାଗି ୧୯୬୯ରେ ପ୍ରଚାର ଆରମ୍ଭ କରି ସଫଳ ହୋଇଥିଲେ। ପରେ ସେ ନିଜ ଦକ୍ଷତା ଓ ପ୍ରତିଭା ବଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦୃଷ୍ଟି ଆsକର୍ଷଣ କରିପାରିଥିଲେ। ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦେବା ପରେ ମୁଖାର୍ଜୀଙ୍କୁ ସେଇବର୍ଷ ରାଜ୍ୟ ସଭାକୁ ପଠାଯାଇଥିଲା। ୧୯୭୫, ୧୯୮୧, ୧୯୯୩, ୧୯୯୯ରେ ସେ ରାଜ୍ୟ ସଭାକୁ ପୁନଃ ନିର୍ବାଚିତ ହୋଇଥିଲେ। ୧୯୭୩ରେ ତାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ୧୯୭୭ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପରାଜୟର ରାସ୍ତା ଦେଖିବାକୁ ପଡ଼ିଥିଲେ ହେଁ ପରବର୍ତ୍ତୀ ମୁହୂର୍ତ୍ତ (୧୯୮୨)ରେ ସେ ଦେଶର ଅର୍ଥମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ମନମୋହନ ସିଂଙ୍କୁ ଆର୍‌ବିଆଇ ଗଭର୍ନର କରିବା ପଛରେ ତାଙ୍କର ପ୍ରଚ୍ଛନ୍ନ ହାତ ଥିଲା। ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି, ଭାରତୀୟ ଯୋଜନା କମିଶନର ଉପାଧ୍ୟକ୍ଷ, ଏଆଇସିସି ସାଧାରଣ ସମ୍ପାଦକ, ଦେଶର ବହିର୍ବ୍ୟାପାର ମନ୍ତ୍ରୀ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ହେବାରେ ସେ ସଫଳ ହୋଇଥିଲେ। ୨୦୦୪ରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଇଥିବାବେଳେ ମନମୋହନଙ୍କ ପ୍ରତି ଦଳୀୟ ନେତୃବୃନ୍ଦଙ୍କ ସମର୍ଥନ ମିଳିଥିଲା।ପ୍ରେତ୍ୟକ୍ଷ ରାଜନୀତିରୁ ଦୂରେଇବା ଲାଗି ମନ ବଳାଇଥିବା ପ୍ରଣବ ୨୦୧୨ରେ ଦେଶର ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।
ରାଷ୍ଟ୍ରପତି
୨୦୧୨ ଜୁନ୍‌ ୧୫ରେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ। ଏନ୍‌ଡିଏ ପ୍ରାର୍ଥୀ ପି.ଏ. ସାଙ୍ଗମାଙ୍କୁ ପରାସ୍ତ କରି ସେ ଜୁଲାଇ ୨୫ରେ ପ୍ରଥମ ବେଙ୍ଗଲି ଭାବେ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ। ଜଣେ ରାଷ୍ଟ୍ରପତି ଭାବେ ସେ ୨୪ କ୍ଷମା ଆବେଦନକୁ ଖାରଜ କରିଥିଲେ। ଫଳରେ ଦେଶଦ୍ରୋହୀ ୟାକୁବ ମେନନ୍‌, ଅଜମଲ କସବ, ଅଫ୍‌ଜଲ ଗୁରୁଙ୍କୁ ଫାଶୀ ମିଳିପାରିଥିଲା। ୨୦୧୭ ଜାନୁୟାରୀରେ ବୟସାଧିକ କାରଣରୁ ନିର୍ବାଚନରୁ ଦୂରେଇ ରହିବାକୁ ଶ୍ରେୟସ୍କର ମଣିଥିଲେ।

ବ୍ୟକ୍ତିଗତ ଜୀବନ
ପ୍ରଣବ ମୁଖାର୍ଜୀ ୧୯୫୭ ଜୁଲାଇ ୧୩ରେ ବାଂଲାଦେଶର ନରେଲରେ ଜନ୍ମିତ ଶୁଭ୍ରା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ଶୁଭ୍ରାଙ୍କ ୭୪ ବର୍ଷ ବୟସରେ ୨୦୧୫ ଅଗଷ୍ଟ ୧୮ରେ ଦେହାନ୍ତ ହୋଇଥିଲା। ତାଙ୍କର ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ବହି ପଢ଼ିବା, ବଗିଚା ସଜାଡ଼ିବା ଓ ମ୍ୟୁଜିକ୍‌ ପ୍ରତି ପ୍ରଣବଙ୍କ ବିଶେଷ ରୁଚି ରହିଥିଲା। ବଡ଼ ପୁଅ ଅଭିଜିତ୍‌ ମୁଖାର୍ଜୀ ଜଙ୍ଗିପୁରାରୁ କଂଗ୍ରେସ ଏମ୍‌ପି ଥିବାବେଳେ ଝିଅ ଶର୍ମିଷ୍ଠା ଜଣେ ଭଲ କଥନ ନୃତ୍ୟାଙ୍ଗାନା ଓ କଂଗ୍ରେସ ନେତ୍ରୀ।

ସମ୍ମାନ
ସମ୍ମାନ: ପ୍ରଣବ ମୁଖାର୍ଜୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ୨୦୧୯ରେ ପ୍ରଦାନ କରାଯାଇଥିବାବେଳେ ଦ୍ୱିତୀୟ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ୨୦୦୮ରେ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସେ ୨୦୧୩ରେ ବାଂଲାଦେଶ ମୁକ୍ତିଯୁଦ୍ଧ ସମ୍ମାନ ସହ ବିଦେଶରୁ ଏକାଧିକ ଉପାଧି ପାଇଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟରେଟ୍‌, ଡି. ଲିଟ୍‌ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୩ରେ ତାଙ୍କୁ ବାଂଲାଦେଶର ସର୍ବୋଚ୍ଚ ସମ୍ମାନ ‘ବାଂଲାଦେଶ ମୁକ୍ତିଯୋଦ୍ଧା ସମ୍ମାନ’, ୨୦୧୬ରେ ଆଇଭରୀ ପୋଷ୍ଟର ‘ନ୍ୟାସନାଲ ଅର୍ଡର ଅଫ୍‌ ଆଇଭରୀ ପୋଷ୍ଟ’, ୨୦୧୭ରେ ସାଇପ୍ରସ୍‌ର ‘ଅର୍ଡର ଅଫ୍‌ ମାକାରୋସ୍‌-୩’ ସମ୍ମାନରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା…

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri