Posted inଜାତୀୟ

ପ୍ରଣବଙ୍କୁ ପ୍ରଣାମ

ଭାରତରତ୍ନ ପ୍ରଣବ ମୁଖାର୍ଜୀ ଥିଲେ ରାଷ୍ଟ୍ରନୀତିଜ୍ଞ। ଭାରତୀୟ ଜାତୀୟ କଂଗ୍ରେସର ତୁଙ୍ଗ ନେତା ଭାବେ ସେ ଥିଲେ ଜଣାଶୁଣା। ବିଭିନ୍ନ ସରକାରରେ ଭିନ୍ନ ଭିନ୍ନ ମନ୍ତ୍ରୀ ହେବା ସହ ଭାରତର ରାଷ୍ଟ୍ରପତି ହେବାର ସୌଭାଗ୍ୟ ସେ ଅର୍ଜନ କରିଥିଲେ। ଜଣେ ଲେଖକ, ଅର୍ଥନୀତିଜ୍ଞ, ସୁବକ୍ତା ଓ ପ୍ରଜ୍ଞା ପୁରୁଷ ଭାବେ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଭାରତରତ୍ନ ଉପାଧିରେ ଭୁଷିତ କରିଥଲେ।
୧୯୬୯ରେ ରାଜନୀତିକୁ ପ୍ରବେଶ କରିଥିଲେ ସେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ କଂଗ୍ରେସ ଟିକେଟରେ ରାଜ୍ୟ ସଭାକୁ ପଠାଇବାରେ ସହାୟତା କରିଥିଲେ। ଏହା ପରେ ସେ ଗାନ୍ଧୀ ପରିବାର ସହ ଯୋଡ଼ିହୋଇ ୧୯୭୩ରେ କ୍ୟାବିନେଟ ମନ୍ତ୍ରୀ ପଦ ହାସଲ କରିଥିଲେ। ୧୯୮୨ରେ ସେ ଭାରତର ଅର୍ଥମନ୍ତ୍ରୀ ହୋଇଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତାଙ୍କୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଏହା ପରେ ପ୍ରଣବ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ନାମକ ରାଜନୈତିକ ଦଳ ଗଠନ କରିଥିଲେ। ପରେ ଏହି ଦଳର କଂଗ୍ରେସରେ ବିଲୟ ଘଟିଥିଲା। ରାଜୀବ ଗାନ୍ଧୀଙ୍କ ମୃତ୍ୟୁ(୧୯୯୧) ପରେ ପି.ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପ୍ରଣବ ଯୋଜନା କମିଶନ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ୧୯୯୫ରେ ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ହୋଇଥିଲେ। କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର କ୍ଷମତାକୁ ଆସିବା ପରେ ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ କାଳରେ ସେ ପ୍ରତିରକ୍ଷା, ବହିର୍ବ୍ୟାପାର ମନ୍ତ୍ରଣାଳୟର ପଦଭାର ସମ୍ଭାଳିଥିଲେ। ପରେ ନିଜର ଅଭିଜ୍ଞତା ଓ ପ୍ରତିଭା ବଳରେ ସେ ୨୦୧୨ରେ ଦେଶର ରାଷ୍ଟ୍ରପତି ହୋଇଥିଲେ। ୨୦୧୭ରେ ସ୍ବାସ୍ଥ୍ୟଗତ କାରଣରୁ ସେ ରାଜନୀତିରୁ ସନ୍ୟାସ ନେଇଥିଲେ।

ବାଲ୍ୟାବସ୍ଥା
ପଶ୍ଚିମବଙ୍ଗର ବୀରଭୂମ ଜିଲା ମିରତି ଗ୍ରାମରେ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ। ବାପା କାମଦା କିଙ୍କର ମୁଖାର୍ଜୀ ଓ ମା’ ରାଜଲକ୍ଷ୍ମୀ ମୁଖାର୍ଜୀଙ୍କ ସେ ଜଣେ ସୁଯୋଗ୍ୟ ସନ୍ତାନ। ବାପା ସ୍ବାଧୀନତା ସଂଗ୍ରାମରେ ଜଣେ ସକ୍ରିୟ ସଦସ୍ୟ ରହିବା ସହ ରାଜ୍ୟ ବିଧାନ ପରିଷଦର ସଦସ୍ୟ ରହିଥିଲେ। ଏଆଇସିସି ପ୍ରତି ତାଙ୍କର ଆନୁଗତ୍ୟ ରହିଥିଲା। କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଣବ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସହ ଆଇନ ଡିଗ୍ରୀ କରିଥିଲେ। ପାଠପଢ଼ା ପରେ ସେ କଲିକତାରେ ଅପର ଡିଭିଜନାଲ କ୍ଲର୍କ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ଏହା ପରେ ବିଦ୍ୟାନଗର କଲେଜରେ ସେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାର୍ଯ୍ୟ କଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ‘ଦେଶର ଡାକ’ରେ ଖବରଦାତା ଭାବେ କାର୍ଯ୍ୟ କରିଥିଲେ।
ରାଜନୈତିକ ବୃତ୍ତି
ମିଦ୍‌ନାପୁର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭି.କେ. କ୍ରିଷ୍ଣା ମେନନ୍‌ଙ୍କ ଲାଗି ୧୯୬୯ରେ ପ୍ରଚାର ଆରମ୍ଭ କରି ସଫଳ ହୋଇଥିଲେ। ପରେ ସେ ନିଜ ଦକ୍ଷତା ଓ ପ୍ରତିଭା ବଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦୃଷ୍ଟି ଆsକର୍ଷଣ କରିପାରିଥିଲେ। ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦେବା ପରେ ମୁଖାର୍ଜୀଙ୍କୁ ସେଇବର୍ଷ ରାଜ୍ୟ ସଭାକୁ ପଠାଯାଇଥିଲା। ୧୯୭୫, ୧୯୮୧, ୧୯୯୩, ୧୯୯୯ରେ ସେ ରାଜ୍ୟ ସଭାକୁ ପୁନଃ ନିର୍ବାଚିତ ହୋଇଥିଲେ। ୧୯୭୩ରେ ତାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ୧୯୭୭ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପରାଜୟର ରାସ୍ତା ଦେଖିବାକୁ ପଡ଼ିଥିଲେ ହେଁ ପରବର୍ତ୍ତୀ ମୁହୂର୍ତ୍ତ (୧୯୮୨)ରେ ସେ ଦେଶର ଅର୍ଥମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ମନମୋହନ ସିଂଙ୍କୁ ଆର୍‌ବିଆଇ ଗଭର୍ନର କରିବା ପଛରେ ତାଙ୍କର ପ୍ରଚ୍ଛନ୍ନ ହାତ ଥିଲା। ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି, ଭାରତୀୟ ଯୋଜନା କମିଶନର ଉପାଧ୍ୟକ୍ଷ, ଏଆଇସିସି ସାଧାରଣ ସମ୍ପାଦକ, ଦେଶର ବହିର୍ବ୍ୟାପାର ମନ୍ତ୍ରୀ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ହେବାରେ ସେ ସଫଳ ହୋଇଥିଲେ। ୨୦୦୪ରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଇଥିବାବେଳେ ମନମୋହନଙ୍କ ପ୍ରତି ଦଳୀୟ ନେତୃବୃନ୍ଦଙ୍କ ସମର୍ଥନ ମିଳିଥିଲା।ପ୍ରେତ୍ୟକ୍ଷ ରାଜନୀତିରୁ ଦୂରେଇବା ଲାଗି ମନ ବଳାଇଥିବା ପ୍ରଣବ ୨୦୧୨ରେ ଦେଶର ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।
ରାଷ୍ଟ୍ରପତି
୨୦୧୨ ଜୁନ୍‌ ୧୫ରେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ। ଏନ୍‌ଡିଏ ପ୍ରାର୍ଥୀ ପି.ଏ. ସାଙ୍ଗମାଙ୍କୁ ପରାସ୍ତ କରି ସେ ଜୁଲାଇ ୨୫ରେ ପ୍ରଥମ ବେଙ୍ଗଲି ଭାବେ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ। ଜଣେ ରାଷ୍ଟ୍ରପତି ଭାବେ ସେ ୨୪ କ୍ଷମା ଆବେଦନକୁ ଖାରଜ କରିଥିଲେ। ଫଳରେ ଦେଶଦ୍ରୋହୀ ୟାକୁବ ମେନନ୍‌, ଅଜମଲ କସବ, ଅଫ୍‌ଜଲ ଗୁରୁଙ୍କୁ ଫାଶୀ ମିଳିପାରିଥିଲା। ୨୦୧୭ ଜାନୁୟାରୀରେ ବୟସାଧିକ କାରଣରୁ ନିର୍ବାଚନରୁ ଦୂରେଇ ରହିବାକୁ ଶ୍ରେୟସ୍କର ମଣିଥିଲେ।

ବ୍ୟକ୍ତିଗତ ଜୀବନ
ପ୍ରଣବ ମୁଖାର୍ଜୀ ୧୯୫୭ ଜୁଲାଇ ୧୩ରେ ବାଂଲାଦେଶର ନରେଲରେ ଜନ୍ମିତ ଶୁଭ୍ରା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ଶୁଭ୍ରାଙ୍କ ୭୪ ବର୍ଷ ବୟସରେ ୨୦୧୫ ଅଗଷ୍ଟ ୧୮ରେ ଦେହାନ୍ତ ହୋଇଥିଲା। ତାଙ୍କର ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ବହି ପଢ଼ିବା, ବଗିଚା ସଜାଡ଼ିବା ଓ ମ୍ୟୁଜିକ୍‌ ପ୍ରତି ପ୍ରଣବଙ୍କ ବିଶେଷ ରୁଚି ରହିଥିଲା। ବଡ଼ ପୁଅ ଅଭିଜିତ୍‌ ମୁଖାର୍ଜୀ ଜଙ୍ଗିପୁରାରୁ କଂଗ୍ରେସ ଏମ୍‌ପି ଥିବାବେଳେ ଝିଅ ଶର୍ମିଷ୍ଠା ଜଣେ ଭଲ କଥନ ନୃତ୍ୟାଙ୍ଗାନା ଓ କଂଗ୍ରେସ ନେତ୍ରୀ।

ସମ୍ମାନ
ସମ୍ମାନ: ପ୍ରଣବ ମୁଖାର୍ଜୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ୨୦୧୯ରେ ପ୍ରଦାନ କରାଯାଇଥିବାବେଳେ ଦ୍ୱିତୀୟ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ୨୦୦୮ରେ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସେ ୨୦୧୩ରେ ବାଂଲାଦେଶ ମୁକ୍ତିଯୁଦ୍ଧ ସମ୍ମାନ ସହ ବିଦେଶରୁ ଏକାଧିକ ଉପାଧି ପାଇଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟରେଟ୍‌, ଡି. ଲିଟ୍‌ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୩ରେ ତାଙ୍କୁ ବାଂଲାଦେଶର ସର୍ବୋଚ୍ଚ ସମ୍ମାନ ‘ବାଂଲାଦେଶ ମୁକ୍ତିଯୋଦ୍ଧା ସମ୍ମାନ’, ୨୦୧୬ରେ ଆଇଭରୀ ପୋଷ୍ଟର ‘ନ୍ୟାସନାଲ ଅର୍ଡର ଅଫ୍‌ ଆଇଭରୀ ପୋଷ୍ଟ’, ୨୦୧୭ରେ ସାଇପ୍ରସ୍‌ର ‘ଅର୍ଡର ଅଫ୍‌ ମାକାରୋସ୍‌-୩’ ସମ୍ମାନରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?