Posted inଜାତୀୟ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ନିର୍ମାଣ କରିବେ କେନ୍ଦ୍ର ସରକାର; ଝିଅ PM ମୋଦିଙ୍କୁ କହିଲେ ଥ୍ୟାଙ୍କ ୟୁ…

ନୂଆଦିଲ୍ଲୀ,୭।୧: ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ପରଲୋକ ପରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରିବା ଲାଗି କଂଗ୍ରେସ ଦାବି କରିଆସୁଛି। ଏହାକୁ ନେଇ ଗତ ଦୁଇ ସପ୍ତାହ ଧରି ବିବାଦ ଲାଗି ରହିଛି। ଏସବୁ ମଧ୍ୟରେ କେନ୍ଦ୍ର ସରକାର ନୂଆଦିଲ୍ଲୀର ‘ରାଷ୍ଟ୍ରୀୟ ସ୍ମୃତି’ ଅଞ୍ଚଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏକ ସ୍ମାରକୀ ନିମାଣ କରିବାକୁ ଘୋଷଣା କରିଛନ୍ତି।

୨୦୨୦ ଅଗଷ୍ଟ ୩୧ରେ ପ୍ରଣବଙ୍କର ପରଲୋକ ହୋଇଥିଲା। ତାଙ୍କ ସମ୍ମାନରେ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଥିବାରୁ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ପ୍ରଣବଙ୍କ ସମାଧି ନିର୍ମାଣ ପାଇଁ ରାଜଘାଟ ପରିସର ଅନ୍ତର୍ଗତ ରାଷ୍ଟ୍ରୀୟ ସ୍ମୃତି କମ୍ପ୍ଲେକ୍ସ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇଛି। ସରକାର ଏକ ଚିଠି ମାଧ୍ୟମରେ ଶର୍ମିଷ୍ଠାଙ୍କୁ ଏହି ନିଷ୍ପତ୍ତି ଜଣାଇଥିଲେ।

ତେବେ ଶର୍ମିଷ୍ଠା କହିଛନ୍ତି, ବାପା କହୁଥିଲେ ଯେ ରାଜକୀୟ ସମ୍ମାନ ଦାବି କରାଯାଏନାହିଁ, ମିଳିଥାଏ। ମୁଁ କୃତଜ୍ଞ ଯେ ପ୍ରଧାନମନ୍ତ୍ରୀ ମୋଦି ବାପାଙ୍କ ସ୍ମୃତିର ସମ୍ମାନ କରିବାକୁ ଯାଇ ଏଭଳି କରିଛନ୍ତି। ଏଥିରୁ ବାପାଙ୍କୁ ଫରକ ପଡେନାହିଁ, କାରଣ ସେ ପ୍ରଶଂସା କିମ୍ବା ଆଲୋଚନାଠାରୁ ଊର୍ଦ୍ଧ୍ୱରେ ଅଛନ୍ତି। ହେଲେ ତାଙ୍କ ଝିଅ ହିସାବରେ ମୋର ଖୁସି ବ୍ୟକ୍ତ କରିବା ଲାଗି ଶବ୍ଦର ଅଭାବ ପଡ଼ୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭତ୍ସ! ଗର୍ଭବତୀ ପତ୍ନୀଙ୍କ ପେଟ ଉପରେ ବସିପଡ଼ିଲେ ୨୧ ବର୍ଷର ଯୁବକ, ଗର୍ଭରୁ ବାହାରି ଆସିଲା ୭ ମାସର ଭ୍ରୁଣ

ହାଇଦ୍ରାବାଦ,୨୧।୧: ପ୍ରେମ ପରେ ବିବାହ କରି ଘରକୁ ଆଣିଥିଲେ। କିଛି ଦିନ ସମ୍ପର୍କ ଠିକ୍‌ ଚାଲିବା ପରେ ପତ୍ନୀ ଗର୍ଭବତୀ ହୋଇଥିଲେ। ପରେ ଧିରେ ଧିରେ...

୨୫୦ ଟଙ୍କା କ୍ଷତି ହେବା ଯୋଗୁ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କଲେ ଯୁବକ, ପୁରା ଘଟଣା ଜାଣିଲେ…

ପାଟନା,୨୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯୋଗୁ ବିହାରର ଜଣେ ଯୁବକଙ୍କ ୨୫୦ ଟଙ୍କା କ୍ଷତି ହୋଇଥିଲା। ଏହାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ...

ମହାକାଶରେ ବିରଳ ଦୃଶ୍ୟ, ପୃଥିବୀ ପାଖକୁ ମାଡି ଆସିଲେ ୪ଟି ଗ୍ରହ

ନୂଆଦିଲ୍ଲୀ,୨୧।୧: ,୨୧।୧: ମହାକାଶରେ ମହାଜାଗତିକ ଦୃଶ୍ୟ । ଗତ କିଛି ଦିନ ହେବ ଆମ ସୌରମଣ୍ଡଳର ୪ଟି ଗ୍ରହ ଶୁକ୍ର, ଶନି, ବୃହସ୍ପତି ଓ ମଙ୍ଗଳ...

ମହାକୁମ୍ଭରେ ବୁଡ଼ ପକାଇଲେ ସୁଧା ମୁର୍ତ୍ତି: ବ୍ୟବସ୍ଥା ଦେଖି ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘାୟୁ କାମନା କଲେ…

ଲକ୍ଷ୍ନୌ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ରାଜ୍ୟ ସଭା ଏମ୍‌ପି ସୁଧା ମୂର୍ତ୍ତି ପହଞ୍ଚିଛନ୍ତି। ତିନି ଦିନ ଯାଏ ସେ ସେଠାରେ ରହିବେ। ସେହି ସମୟରେ...

ଟ୍ରମ୍ପ କଲେ ହୁଙ୍କାର, ଥରହର ଦିଲ୍ଲୀ! ଏବେ ବନ୍ଧୁତା ନା ଶତ୍ରୁତା?

ନୂଆଦିଲ୍ଲୀ,୨୧।୧:ଆରମ୍ଭ ହେଲା ହ୍‌ାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ଆମେରିକା ଦଖଲ କରି ରାଷ୍ଟ୍ରପତି ଗାଦି ସମ୍ଭାଳିଲେ ଟ୍ରମ୍ପ। କିନ୍ତୁ ଶପଥ ନେଉ ନେଉ...

ପୁଣି ଫେରିଲେ ଆଇଆଇଟି ବାବାଙ୍କ ଏକ୍ସ ପ୍ରେମିକା, ବାବା କହିଲେ ମୋ ପାର୍ବତୀ…

ନୂଆଦିଲ୍ଲୀ,୨୧।୧:ମହାକୁମ୍ଭରେ ଭାଇରାଲ ହୋଇଛନ୍ତି ଆଇଆଇଟି ବାବା । ଆଇଆଇଟି ବମ୍ବେରୁ ବାବା ସାଜିଥିବା ଅଭୟ ସିଂ ଏବେ ସବୁଠି ଚର୍ଚ୍ଚାର ବିଷୟ। ଆଇଆଇଟି ବମ୍ବେରୁ ଏରୋସ୍ପେସ...

KGରୁ PG ମାଗଣା ଶିକ୍ଷା, ଛାତ୍ରଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା, ଭାଜପାର ଘୋଷଣା ପତ୍ର ପାର୍ଟ-୨

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଏହାର ଘୋଷଣାପତ୍ରର ଦ୍ୱିତୀୟ ଭାଗ ପ୍ରକାଶ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ...

ମାତ୍ର ୪ ଦିନରେ ୬ ହଜାରରୁ ୪ ଲକ୍ଷରେ ପହଞ୍ଚିଲା ଆଇଆଇଟି ବାବାଙ୍କ ଫଲୋଅର୍ସ

ପ୍ରୟାଗରାଜ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧି ଲାଭ କରିଥିବା ଅଭୟ ସିଂହ ଏବେ ନିଜେ ତାଙ୍କ ଖ୍ୟାତି ପାଇଁ ବିଚଳିତ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri