Posted inଖେଳ

ପ୍ରମୋଦ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ, ୨୫ା୭ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ଭାରତୀୟ କ୍ରୀଡ଼ା ସମ୍ମାନ ୨୦୧୯ ପାଇଁ ବର୍ଷର ଶ୍ରେଷ୍ଠ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ବିବେଚିତ ହୋଇଛନ୍ତି। କରୋନା ମହାମାରୀ ଯୋଗୁ ଏହି ପୁରସ୍କାର ଘୋଷଣା ବିଳମ୍ବ ଘଟିଥିଲା। ବିରାଟ କୋହଲି ଫାଉଣ୍ଡେଶନର ମିଳିତ ସହଯୋଗରେ ଆରପିଏସ୍‌ଜି ଗ୍ରୁପ୍‌ ଦ୍ୱାରା ୨୦୧୭ରୁ ପ୍ରତିବର୍ଷ ଭାରତୀୟ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇ ଆସୁଅଛି। ଭାରତର ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାର ଦିଆାଇଥାଏ। ଭଗତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ପୁରସ୍କାର ପାଇବା ଲାଗି ବିବେଚିତ ହୋଇଥିବାରୁ ସେ ନିଜକୁ ଗୌରବାନ୍ବିିତ ମନେ କରୁଛନ୍ତି। ଆସନ୍ତା ପାରାଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ ପାଇଁ ଏହି ସମ୍ମାନ ତାଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ। ଭଗତ ଅଗଷ୍ଟ ୨୪ରୁ ଟୋକିଓରେ ଆରମ୍ଭ ହେବାକୁଥିବା ପାରାଲିମ୍ପିକ୍ସର ସିଙ୍ଗଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଭାଗ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାପାନ ଦଳରୁ ଖେଳିଲେ ୧୨ ଜଣ

ଭୁବନେଶ୍ୱର,୧୮।୧ (କ୍ରୀଡ଼ା ପ୍ରତିନିଧି): ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାପାନ ବନାମ ଦକ୍ଷିଣ କୋରିଆ ହକି ବିଶ୍ୱକପ୍‌ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା।...

ଜନ୍ମଦିନରେ ହାଟ୍ରିକ୍‌ ନେଇଥିବା ବିଶ୍ୱର ଏକମାତ୍ର ଖେଳାଳି ହେଉଛନ୍ତି ଏହି କ୍ରିକେଟର, ରେକର୍ଡ ଭାଙ୍ଗିନାହାନ୍ତି କେହି

ନୂଆଦିଲ୍ଲୀ,୯।୧: କ୍ରିକେଟରେ କିଛି ବି ସମ୍ଭବ। ହେଲେ ଦୀର୍ଘଦିନର କ୍ରିକେଟ ଇତିହାସରେ ଏପରି କିଛି ଘଟଣା ଅଛି, ଯାହା ଥରଟିଏ ହୋଇଛି। ଏଭଳି ଜଣେ ଖେଳାଳି...

ଆଇସିସି ବିଶ୍ୱକପ: ସେମିଫାଇନାଲରେ ଭାରତ

ବର୍ମିଂହାମ,୩।୭(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ...

ରୋହିତ ଶର୍ମା ପଛରେ ରହିଗଲେ, ଇତିହାସ ରଚିଲେ ମହିଳା କ୍ରିକେଟର୍‌

ବର୍ମିଂହାମ,୩।୮:ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ସୁଜି ବେଟ୍ସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସେ ଟି-୨୦ରେ ୩୫୦୦ ରନ ସ୍କୋର କରିଛନ୍ତି।...

ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ଥର ଘଟିଲା ଏମିତି

ଦୁବାଇ,୫।୧୦: ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିଥିଲେ ୧୮ ରନ୍‌ର ପାଳି। ତାହା ପୁଣି ୨୭ ବଲରେ।...

ଇଟାଲିଆନ ଓପନ୍‌: ସ୍ବିଟେକ ଚାମ୍ପିୟନ

ରୋମ,୧୭।୫: ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟରେ ପୋଲାଣ୍ଡର ଇଗା ସ୍ବିଟେକ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ଫ୍ରେଞ୍ଚ ଓପନ୍‌ ଚାମ୍ପିୟନ...

କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ବୈଠକରେ ଯୋଗଦେବେ ନାହିଁ ସଚିନ

ମୁମ୍ବାଇ,୧୯।୮: ପ୍ରଶାସକ କମିଟି (ସିଓଏ)ର ନୂଆ ସଦସ୍ୟ ରବୀନ୍ଦ୍ର ଥୋଡ୍‌ଗେ ଓ ଜେନାରାଲ ମ୍ୟାନେଜର (ଅପରେଶନ) ସବା କରିମ ପୂର୍ବତନ କ୍ରିକେଟରଙ୍କୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ...

୨୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଏହି କ୍ରିକେଟର୍‌

ଲର୍ଡସ,୩।୬: ନ୍ୟୁଜିଲ୍ୟାଣ୍ଡର ଓପନର୍‌ ଡେଭନ କନୱେ ଇତିହାସ ସୃଷ୍ଟି କରିଛନ୍ତି। ସେ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୮୪ ତମ ଓଭରର ଚତୁର୍ଥ...

Advertisement
Archives

Model This Week