Posted inଜାତୀୟ

ରାହୁଲଙ୍କୁ ଟାର୍ଗେଟ କଲେ ଜାଭେଡକର

ନୂଆଦିଲ୍ଲୀ,୨୪ ।୧୦: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କଂଗ୍ରେସ ଶାସିତ ରାଜ୍ୟରେ ହେଉଥିବା ବଳାତ୍କାର ଘଟଣାକୁ ନେଇ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କଂଗ୍ରେସ ନେତା ନିଜ ଦଳ ଦ୍ୱାରା ଶାସିତ ରାଜ୍ୟରେ ଘଟୁଥିବା ଘଟଣାକୁ ନେଇ ମୁହଁ ଖୋଲିବା ଦରକାର । କେବଳ ହାଥରସ ଓ ଅନ୍ୟ ରାଜ୍ୟକୁ ଯାଇ ଫଟୋ ଶେସନ କରିବା ଛାଡିଦେଉ କଂଗ୍ରେସ । ଜାଭେଡକର କହିଛନ୍ତି ପଞ୍ଜାବ ହୋସିୟାରପୁରର ଟାଣ୍ଡା ଗାଁରେ ଦଳିତ କନ୍ୟା ପ୍ରତି ହୋଇଥିବା ବଳାତ୍କାର ଓ ହତ୍ୟା ଘଟଣା ଚମକାଇବା ଭଳି । ଏହି ସମୟରେ ରାହୁଲ ରାଜନୈତିକ ରାଲି କରିବା ଅପେକ୍ଷା ପଞ୍ଜାବ ଓ ରାଜସ୍ଥାନ ଗସ୍ତ କରିବା ଦରକାର ଓ ସେଠାରେ ମହିଳାଙ୍କ ସହ ଅପରାଧ ଘଟଣାକୁ ନେଇ ଆଲୋଚନା କରିବା ଦରକାର । ଜାଭେଡକର ଆହୁରି କହିଛନ୍ତି କଂଗ୍ରେସ ଶାସିତ ରାଜ୍ୟରେ ଘଟୁଥିବା ଅପରାଧ କଥା ନ ବୁଝି ଗାନ୍ଧୀ ପରିବାର ଏବେ ହାଥରସ ଓ ଅନ୍ୟ ରାଜ୍ୟକୁ ଯାଇ ଫଟୋ ଶେସନ କରୁଛନ୍ତି । ଯାହା ଆଦୌ ଯୁକ୍ତି ଯୁକ୍ତ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ...

ସୁପ୍ରିମ କୋର୍ଟରୁ ଆଜମଙ୍କୁ ଝଟକା

ନୂଆଦିଲ୍ଲୀ,୧।୧୨: ଆଜମ ଖାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାମପୁରର ଜୋହର ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଜମି ପଟ୍ଟା ବାତିଲ କରିବା ମାମଲାରେ ଆଜମ ଖାନ ଉତ୍ତର...

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି...

୫ ରାଜ୍ୟର ଏକ୍‌ଜିଟ ପୋଲକୁ ନେଇ ବଡ଼ ଦାବି କଲା ଭାଜପା, କଂଗ୍ରେସ କହିଲା ସର୍ଭେ ଉପରେ ଭରସା ନାହିଁ

ନୂଆଦିଲ୍ଲୀ, ୧।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ବର୍ତ୍ତମାନ ଡିସେମ୍ବର ୩ରେ ଭୋଟ ଗଣନାକୁ ଅପେକ୍ଷା...

‘କେବଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତାକ୍ଷର ପ୍ରମୋଶନ ପାଇଁ ଯଥେଷ୍ଟ ନୁହେଁ’, କର୍ନାଟକ ହାଇକୋର୍ଟ

ବେଙ୍ଗଲୁରୁ,୩୦।୧୧: କର୍ନାଟକ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ହୋଇଥିବା ଟ୍ରାନ୍ସଫର ଅର୍ଡରର ବୈଧତା ନାହିଁ ଯଦି ଏହା ନିମ୍ନ କ୍ୟାଡର ଅଧିକାରୀଙ୍କୁ ଉଚ୍ଚ...

ନିର୍ବାଚନ ୫ ରାଜ୍ୟରୁ ଜବତ ହେଲା ୧,୭୬୬ କୋଟି

ନୂଆଦିଲ୍ଲୀ,୩୦ା୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ହେଲେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର ହୋଇଥିବା ୪୦ ଶ୍ରମିକ

ରିଷିକେଶ,୩୦।୧୧: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏମ୍ସରେ କରାଯାଇଛି। ହସ୍ପିଟାଲ ପ୍ରଶାସନ ୪୧ଜଣ ଶ୍ରମିକଙ୍କ ମଧ୍ୟରୁ ୪୦ଜଣଙ୍କୁ କ୍ଲିୟରାନ୍ସ ଦେଇଛନ୍ତି...

ଚନ୍ଦ୍ରଶେଖର ଆଜାଦଙ୍କ ଦଳର ନେତାଙ୍କୁ ଘରେ ପଶି ଗୁଳି କଲେ ଦୁର୍ବୁତ୍ତ

କନ୍ନୌଜ,୩୦।୧୧: ଉତ୍ତର ପ୍ରଦେଶର କନ୍ନୌଜରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ଆଜାଦ ସମାଜ ପାର୍ଟିର ସାଧାରଣ ସମ୍ପାଦକଙ୍କୁ ଅତି ନିର୍ମମ ଭାବେ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri