ଓଡ଼ିଶା ଇ-ବିଧାନସଭାକୁ ପ୍ରଶଂସା

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଦେଶର ୨୮ ବିଧାନସଭା ଏବଂ ୮ ବିଧାନ ପରିଷଦ କାର୍ଯ୍ୟ ସମ୍ପାଦନରେ କମ୍ପ୍ୟୁଟର ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅଧିକରୁ ଅଧିକ ଉପଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ପାର୍ଲାମେଣ୍ଟ ହାଉସ ପରିସରରେ ପ୍ରିଜାଇଡିଂ ଅଫିସରଙ୍କୁ ନେଇ ତୃତୀୟ କମିଟି ବୈଠକ ଆସାମ ବିଧାନସଭା ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ବାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉତ୍ତରାଖଣ୍ଡର ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲଙ୍କ ସମେତ ତେଲଙ୍ଗାନା, ପୁଡୁଚେରୀ ବିଧାନସଭାର ସଚିବମାନେ ଏଥିରେ ଯୋଗଦେଇଥିଲେ। ଇ-ବିଧାନସଭା କାର୍ଯ୍ୟକାରୀ କରିବାରେ ଓଡ଼ିଶା ବିଧାନସଭାର କାର୍ଯ୍ୟକୁ ବୈଠକରେ ପ୍ରଶଂସା କରାଯାଇଛି। ଏଥିସହ ପ୍ରଦତ୍ତ ଇ-ବିଧାନସଭା ସମ୍ପର୍କିତ ପ୍ରକଳ୍ପକୁ ମଡେଲ ପ୍ରକଳ୍ପ ରୂପେ ସମଗ୍ର ଦେଶରେ ଗ୍ରହଣ କରାଯାଇଛି।
ହିମାଚଳ ପ୍ରଦେଶ ସରକାରଙ୍କ ଉଦ୍ୟମରେ ପ୍ରଥମ ଇ-ବିଧାନସଭା ଆୟୋଜିତ ହୋଇଥିଲା। ଏଥିଲାଗି ଓଡ଼ିଶାରେ ଗ୍ରହଣ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ବାଚସ୍ପତି ପାତ୍ର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ତଥ୍ୟ ରଖିଛନ୍ତି। ଇ-ବିଧାନସଭା ସାଧାରଣ ଜନତାଙ୍କୁ ବିଧାନସଭା ସହ ଯୋଡ଼ିପାରିବ। ଏଥିଲାଗି ଓଡ଼ିଶାରେ ୧୨ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୮ କୋଟି ୫୬ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। ପ୍ରଥମ କିସ୍ତିରେ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ୧ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଲ୍ୟାନ୍‌, ୱାଇ-ଫାଇ ଏବଂ ଭିଡିଓ କନଫେରେନ୍ସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଧାନସଭା କର୍ମଚାରୀଙ୍କ ପାଇଁ ୧୫୦ ଡେସ୍କଟପ୍‌ ସିଷ୍ଟମ ଯୋଗାଇ ଦିଆଯାଇଛି। ନେଭା ମୋବାଇଲ ଆପ୍‌ କାର୍ଯ୍ୟକାରୀ କରିବା ପାଇଁ ୧୦ ପ୍ରୋଗାମର ନିୟୋଜିତ ହୋଇଛନ୍ତି। ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ପବ୍ଲିକ ପୋର୍ଟାଲରେ ନିୟମିତ ଅପ୍‌ଡେଟ୍‌ ହେଉଛି। ଫେବୃୟାରୀ ୧୮ରେ ବିଧାନସଭା ପ୍ରାରମ୍ଭିକ ଅଧିବେଶନରେ ରାଜ୍ୟପାଳଙ୍କ ପ୍ରଦତ୍ତ ଅଭିଭାଷଣ ନେଭା ଜରିଆରେ ଉପଲବ୍ଧ କରାଯାଇଛି। ଫେବୃୟାରୀ ୨୨ରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍‌ ମଧ୍ୟ ବିନା କାଗଜରେ ଆଗତ ହୋଇଥିଲା। ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ଲାଗି ପଦକ୍ଷେପ ନିଆଯାଇଛି। ବିଧାନସଭା ସଚିବାଳୟ ପାଇଁ ୬୬ ଡେସ୍କଟପ୍‌ କିଣା ବାବଦରେ ୪୬ ଲକ୍ଷ ୫୭ ହଜାର ୩୧୩ ଟଙ୍କା, ଲାନ୍‌, ୱାଇ-ଫାଇ ଏବଂ ଭିଡିଓ କନଫରେନ୍ସ ବ୍ୟବସ୍ଥା ପାଇଁ ୧ କୋଟି ୩୬ ଲକ୍ଷ ୬୫ ହଜାର ୨୪୬ ଟଙ୍କା, ବିଧାନସଭା ଗୃହ ମଧ୍ୟରେ ଭିଡିଓ କନ୍‌ଫରେନ୍ସ ବ୍ୟବସ୍ଥା ଗ୍ରହଣ ବାବଦରେ ୧୦ ଲକ୍ଷ ୫୭ ହଜାର ୫୭୦ ଟଙ୍କା ବ୍ୟୟ କରାଯାଇଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?