ଓଡ଼ିଶା ଇ-ବିଧାନସଭାକୁ ପ୍ରଶଂସା

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଦେଶର ୨୮ ବିଧାନସଭା ଏବଂ ୮ ବିଧାନ ପରିଷଦ କାର୍ଯ୍ୟ ସମ୍ପାଦନରେ କମ୍ପ୍ୟୁଟର ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅଧିକରୁ ଅଧିକ ଉପଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ପାର୍ଲାମେଣ୍ଟ ହାଉସ ପରିସରରେ ପ୍ରିଜାଇଡିଂ ଅଫିସରଙ୍କୁ ନେଇ ତୃତୀୟ କମିଟି ବୈଠକ ଆସାମ ବିଧାନସଭା ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ବାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉତ୍ତରାଖଣ୍ଡର ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲଙ୍କ ସମେତ ତେଲଙ୍ଗାନା, ପୁଡୁଚେରୀ ବିଧାନସଭାର ସଚିବମାନେ ଏଥିରେ ଯୋଗଦେଇଥିଲେ। ଇ-ବିଧାନସଭା କାର୍ଯ୍ୟକାରୀ କରିବାରେ ଓଡ଼ିଶା ବିଧାନସଭାର କାର୍ଯ୍ୟକୁ ବୈଠକରେ ପ୍ରଶଂସା କରାଯାଇଛି। ଏଥିସହ ପ୍ରଦତ୍ତ ଇ-ବିଧାନସଭା ସମ୍ପର୍କିତ ପ୍ରକଳ୍ପକୁ ମଡେଲ ପ୍ରକଳ୍ପ ରୂପେ ସମଗ୍ର ଦେଶରେ ଗ୍ରହଣ କରାଯାଇଛି।
ହିମାଚଳ ପ୍ରଦେଶ ସରକାରଙ୍କ ଉଦ୍ୟମରେ ପ୍ରଥମ ଇ-ବିଧାନସଭା ଆୟୋଜିତ ହୋଇଥିଲା। ଏଥିଲାଗି ଓଡ଼ିଶାରେ ଗ୍ରହଣ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ବାଚସ୍ପତି ପାତ୍ର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ତଥ୍ୟ ରଖିଛନ୍ତି। ଇ-ବିଧାନସଭା ସାଧାରଣ ଜନତାଙ୍କୁ ବିଧାନସଭା ସହ ଯୋଡ଼ିପାରିବ। ଏଥିଲାଗି ଓଡ଼ିଶାରେ ୧୨ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୮ କୋଟି ୫୬ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। ପ୍ରଥମ କିସ୍ତିରେ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ୧ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଲ୍ୟାନ୍‌, ୱାଇ-ଫାଇ ଏବଂ ଭିଡିଓ କନଫେରେନ୍ସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଧାନସଭା କର୍ମଚାରୀଙ୍କ ପାଇଁ ୧୫୦ ଡେସ୍କଟପ୍‌ ସିଷ୍ଟମ ଯୋଗାଇ ଦିଆଯାଇଛି। ନେଭା ମୋବାଇଲ ଆପ୍‌ କାର୍ଯ୍ୟକାରୀ କରିବା ପାଇଁ ୧୦ ପ୍ରୋଗାମର ନିୟୋଜିତ ହୋଇଛନ୍ତି। ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ପବ୍ଲିକ ପୋର୍ଟାଲରେ ନିୟମିତ ଅପ୍‌ଡେଟ୍‌ ହେଉଛି। ଫେବୃୟାରୀ ୧୮ରେ ବିଧାନସଭା ପ୍ରାରମ୍ଭିକ ଅଧିବେଶନରେ ରାଜ୍ୟପାଳଙ୍କ ପ୍ରଦତ୍ତ ଅଭିଭାଷଣ ନେଭା ଜରିଆରେ ଉପଲବ୍ଧ କରାଯାଇଛି। ଫେବୃୟାରୀ ୨୨ରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍‌ ମଧ୍ୟ ବିନା କାଗଜରେ ଆଗତ ହୋଇଥିଲା। ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ଲାଗି ପଦକ୍ଷେପ ନିଆଯାଇଛି। ବିଧାନସଭା ସଚିବାଳୟ ପାଇଁ ୬୬ ଡେସ୍କଟପ୍‌ କିଣା ବାବଦରେ ୪୬ ଲକ୍ଷ ୫୭ ହଜାର ୩୧୩ ଟଙ୍କା, ଲାନ୍‌, ୱାଇ-ଫାଇ ଏବଂ ଭିଡିଓ କନଫରେନ୍ସ ବ୍ୟବସ୍ଥା ପାଇଁ ୧ କୋଟି ୩୬ ଲକ୍ଷ ୬୫ ହଜାର ୨୪୬ ଟଙ୍କା, ବିଧାନସଭା ଗୃହ ମଧ୍ୟରେ ଭିଡିଓ କନ୍‌ଫରେନ୍ସ ବ୍ୟବସ୍ଥା ଗ୍ରହଣ ବାବଦରେ ୧୦ ଲକ୍ଷ ୫୭ ହଜାର ୫୭୦ ଟଙ୍କା ବ୍ୟୟ କରାଯାଇଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri