ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପ୍ରାପ୍ୟ ତୃତୀୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଉଛି, ପ୍ରଶାସନ ଚୁପ୍‌

ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): ସବୁ କଚ୍ଚା ଘରକୁ ସରକାର ପକ୍କା କରିବେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେଉଛନ୍ତି। ହେଲେ ଏଥିରେ ସରକାରୀ କର୍ମଚାରୀମାନେ ହିତାଧିକାରୀଙ୍କ ପ୍ରାପ୍ୟକୁ ହଡ଼ପ କରିବା ପାଇଁ ବିଭିନ୍ନ ଚଞ୍ଚକତା ଅବଲମ୍ବନ କରୁଛନ୍ତି। ବିଶେଷକରି ଶିକ୍ଷାଗତ ଯୋଗ୍ୟତା କମ୍‌ ରହିଥିବା ହିତାଧିକାରୀଙ୍କୁ ଅଧିକ ଚଞ୍ଚକତା କରୁଥିବା ଅଭିଯୋଗ ହୋଇଛି।
ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର କାଥ୍‌ରିନା ଦିଗାଲଙ୍କ କ୍ଷେତ୍ରରେ। ସେ ଗତ ୨୦୨୧/୨୨ ଆର୍ଥିକ ବର୍ଷରେ ଏହି ଯୋଜନାରେ ଗୃହ ପାଇଁ ବ୍ଲକ ପ୍ରଶାସନ ନିକଟରୁ ଓ୍ବାର୍କଅର୍ଡର ପାଇଥିଲେ ଓ ପ୍ରଥମ କିସ୍ତିରେ ଗୃହ କାର୍ଯ୍ୟ ଆରମ୍ଭ କରିବା ପାଇଁ ୪୦ ହଜାର ଅର୍ଥ ମଞ୍ଜୁର ହୋଇଥିଲା। ହେଲେ କାଥ୍‌ରିନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଉକ୍ତ ଅର୍ଥ ଆସିବା ବଦଳରେ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଉକ୍ତ ପ୍ରାପ୍ୟ ଦିଆଯାଇଥିଲା। ଏହା କାଥ୍‌ରିନା ଜାଣିବା ପରେ ସେହି ସମୟରେ ଦାରିଙ୍ଗବାଡ଼ି ବିଡିଓଙ୍କୁ ଅବଗତ କରିଥିଲେ ଓ ସେହି ସମୟରେ ଉକ୍ତ ତୃତୀୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ହୋଲ୍ଡ କରି ପୁଣି କାଥ୍‌ରିନାଙ୍କ ଆକାଉଣ୍ଟକୁ ଉକ୍ତ ପ୍ରାପ୍ୟ ଫେରାଇ ଦିଆଯାଇଥିଲା। ଏହି ପରି କାଥ୍‌ରିନାଙ୍କ ଦିତୀୟ କିସ୍ତିର ୬୫ ହଜାର ମଧ୍ୟ ସମାନ ସମସ୍ୟା ହୋଇଥିଲା ଓ ସେ ଅଭିଯୋଗ କଲା ପରେ ତାଙ୍କ ପ୍ରାପ୍ୟ ଫେରି ପାଇଥିଲେ। ହେଲେ ଏବେ ସେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରିଦେଇଥିଲେ ସୁଦ୍ଧା ପୁଣି ଫାଇନାଲ ବିଲ୍‌ର ୨୫ ହଜାର ସେଭଳି ତୃତୀୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଛି। କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା କାଥ୍‌ରିନା ଶେଷ ବିଲ୍‌ ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇସାରିଲେଣି। ହେଲେ ତାଙ୍କ ଗୁହାରି କେହି ଶୁଣୁ ନ ଥିବା କାଥ୍‌ରିନା କହିବା ସହ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଉକ୍ତ ପଞ୍ଚାୟତ ଅଞ୍ଚଳରେ ଅନେକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ କାର୍ଯ୍ୟ ଆରମ୍ଭ ନ କରି ବିଲ୍‌ ପାଉଥିବା ବେଳେ  କାହିଁକି ଏଭଳି ଜଣେ ମହିଳାଙ୍କୁ ହଇରାଣ କରାଯାଉଛି। ମୋ’ ଗୃହ ବିଲ୍‌ ଶୀଘ୍ର ପ୍ରଦାନ କରାଯାଉ ବୋଲି ସେ ଦୁଃଖରେ ପ୍ରକାଶ କରିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଦୁଇ ଦୁଇଥର ତାଙ୍କୁ ଏଭଳି ବିଲ୍‌ ପ୍ରଦାନ କରାଯାଇଥିବା ବେଳେ ଯଦି ଆକାଉଣ୍ଟରେ କିଛି ତ୍ରୁଟି ରହିଛି ତାକୁ ସଜଡ଼ା ଯାଇନାହିଁ ଓ ଏଭଳି କାଥ୍‌ରିନାଙ୍କୁ ହଇରାଣ ଭୋଗିବାକୁ ପଡୁଛି। ଏନେଇ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏଥିରେ ତାଙ୍କ ଆକାଉଣ୍ଟ ନମ୍ବର ଭୁଲ ହୋଇଥିବ। ତେଣୁ ବାରମ୍ବାର ସମସ୍ୟା ହୋଇଛି ବୋଲି ସେ କହିବା ସହ ଏହାର ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?