Posted inଖେଳ

ଅଭ୍ୟାସ ମ୍ୟାଚ୍‌: ହମିଦଙ୍କ ଶତକ ସତ୍ତ୍ୱେ ଭାରତ ଅଗ୍ରଣୀ

ଚେଷ୍ଟର-ଲି-ଷ୍ଟ୍ରିଟ୍‌,୨୨।୭: ଏଠାରେ ଚାଲିଥିବା କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ଲୋକେଶ ରାହୁଲଙ୍କ ଶତକ (୧୦୧ ରନ) ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ (୭୫) ସହାୟତାରେ ୯୩ ଓଭରରେ ୩୧୧ ରନକରି ଅଲଆଉଟ ହୋଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି କାଉଣ୍ଟି ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ୮୨.୩ ଓଭରରେ ୨୨୦ ରନକରି ଅଲଆଉଟ ହୋଇଛି। ଫଳରେ ଭାରତ ୯୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଓପନର ହାସିବ ହମିଦଙ୍କ ଶତକ (୧୧୨ ରନ, ୨୪୬ ବଲ, ୧୩ ଚୌକା) ସତ୍ତ୍ୱେ କାଉଣ୍ଟି ଦଳ ବଡ଼ ସ୍କୋର ହାସଲ କରି ପାରି ନ ଥିଲା। ସେହିପରି ଲିଆମ ପାଟରସନ-ହ୍ବାଇଟ୍‌ ୩୩ ଓ ଲିଣ୍ଡନ ଜେମ୍ସ ୨୭ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଭଲ ପ୍ରଦର୍ଶନ କରି ନ ଥିଲେ।
କାଉଣ୍ଟି ଦଳ ୫୬ ରନରେ ୪ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୫ମ ଉଇକେଟରେ ହମିଦ ଓ ଲିଣ୍ଡନ ଜେମ୍ସ ୭୫ ରନକରି ସ୍ଥିତି ସମ୍ଭାଳିଥିଲେ। ଅନ୍ୟତମ ଓପନର ଜ୍ୟାକ ଲିବି ୧୨, ଅଧିନାୟକ ଓ୍ବିଲି ରୋଡ୍ସ ୧୧, ଓ୍ବାଶିଂଟନ ସୁନ୍ଦର ୧, ରବର୍ଟ ୟାଟେସ୍‌ ୧, ଜେମ୍ସ ରିଓ୍ବି ୨, ଜ୍ୟାକ କାର୍ସନ ୩ ରନକରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ପକ୍ଷରୁ ଉମେଶ ୩, ସିରାଜ ୨, ବୁମ୍‌ରା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୬/୯ରୁ ଖେଳ ଆରମ୍ଭ କରି ଭାରତ ବୁଧବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଯଶପ୍ରୀତ ବୁମ୍‌ରା ୫ ରନକରି ଆଉଟ ହୋଇଥିତ୍ବାବେଳେ ମହମ୍ମଦ ସିରାଜ ୩ ରନ କରି ଅପରାଜିତ ରହିଥିଲେ। କାଉଣ୍ଟି ଦଳ ପକ୍ଷରୁ କ୍ରେଗ୍‌ ମାଇଲ୍ସ ସର୍ବାଧିକ ୪, ଲିଣ୍ଡନ ଜେମ୍ସ ଓ ଲିଆମ ପାଟରସନ ହ୍ବାଇଟ୍‌ ୨ଟି ଲେଖାଏ, ଜ୍ୟାକ କାର୍ସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ:୯୩ ଓଭରରେ ୩୧୧ ଅଲଆଉଟ।
କାଉଣ୍ଟି ସିଲେକ୍ଟ ଏକାଦଶ: ୮୨.୩ ଓଭରରେ ୨୨୦ ଅଲଆଉଟ
(ହାସିବ ହମିଦ-୧୧୨, ଲିଣ୍ଡନ ଜେମ୍ସ-୨୭, ଲିଆମ ପାଟରସନ ହ୍ବାଇଟ-୩୩; ଉମେଶ ଯାଦବ-୩/୨୨, ମହମ୍ମଦ ସିରାଜ-୨/୩୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍‌: ଜାଣନ୍ତୁ କେବେ ଆଉ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଦିନିକିଆ ସିରିଜକୁ ୨-୧ରେ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ ଶେଷ ମ୍ୟାଚ୍‌ରେ ପରାସ୍ତ କରିଥିଲା...

ଜାତିଆଣ ମନ୍ତବ୍ୟ ନେଇ କ୍ଷମା ମାଗିଲେ ଯୁବରାଜ

ନୂଆଦିଲ୍ଲୀ,୫।୬(ପି.ଟି.): ଏକ ଇନ୍‌ଷ୍ଟାଗ୍ରାମ୍‌ ଚାଟ ଅବସରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କ୍ଷମା ମାଗିଛନ୍ତି।...

ରବି ଶାସ୍ତ୍ରୀଙ୍କ ଦୁଃଖ

ନୂଆଦିଲ୍ଲୀ,୧୫।୧୧: ସମସ୍ତ ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରିବା ଏବଂ ନିର୍ଭୟରେ କ୍ରିକେଟ ଖେଳିବା ସତ୍ତ୍ୱେ ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମ୍ମାନଜନକ କାର୍ଯ୍ୟକାଳ ମଧ୍ୟରେ...

ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ଲାସିକ୍‌: ଋତୁପର୍ଣ୍ଣାଙ୍କୁ ରୌପ୍ୟ, କାଂସ୍ୟ

ଭୁବନେଶ୍ୱର,୨୮ା୭(ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶାର ଷ୍ଟାର ଶଟ୍‌ଲର ରୁତୁପର୍ଣ୍ଣା ପଣ୍ଡା ନାଇଜେରିଆରେ ଅନୁଷ୍ଠିତ ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ଲାସିକ୍‌ ଟୁର୍ନାମେଣ୍ଟରେ ଯୁଗଳ ସଫଳତା ହାସଲ କରିଛନ୍ତି।...

କେକେଆରକୁ ମିଳିଲା ନୂଆ ଅଧିନାୟକ, ଶ୍ରେୟସଙ୍କ ସ୍ଥାନରେ ନୀତୀଶ ରାଣା

ନୂଆଦିଲ୍ଲୀ,୨୭।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ(କେକେଆର) ନୂଆ ଅଧିନାୟକ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ସ୍ଥାନରେ...

ଏହି ବୋଲର୍‌ ପକାଇଥିଲେ ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ...

ସାଉଥ ଅଷ୍ଟ୍ରେଲିଆରେ ଲକ୍‌ଡାଉନ୍‌ : ଆଡିଲେଡ୍‌ରେ ପ୍ରଥମ ଟେଷ୍ଟ ସମ୍ଭାବନା ବୃଦ୍ଧି

ଆଡିଲେଡ୍‌, ୨୧ା୧୨ (ପି.ଟି.)-କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ୬ ଦିନିଆ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଫଳରେ ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଭାରତ ଓ ଅଷ୍ଟ୍ରେଲିଆ...

ହାରିବା ପରେ ବି ହୃଦୟ ଜିତିଲେ କୋହଲି: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୨୦: ରବିବାର ଆଇସିସି ଟି -୨୦ ବିଶ୍ୱକପ୍‌ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ଭୋଗିଛି ଟିମ ଇଣ୍ଡିଆ। ଏହି ପରାଜୟ ସତ୍ତ୍ୱେ...

Advertisement
Archives

Model This Week