ବାହୁବଳୀ ‘ପ୍ରଭାସ’ଙ୍କ କ୍ରେଜ୍‌: ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେଇ…

ବମ୍ବେ: ଫିଲ୍ମଟିଏ ୧୦୦ କୋଟି କ୍ଲବରେ ସାମିଲ ହେବା କଥା ସମସ୍ତେ ଶୁଣିଥିବେ। ହେଲେ ବାହୁବଳୀ ଷ୍ଟାର ପ୍ରଭାସ ଗୋଟିଏ ଫିଲ୍ମ ପାଇଁ ସମାନ ପାଉଣା ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ମେଗା-ବଜେଟ ଫିଲ୍ମ ‘ରାଧା ଶ୍ୟାମ’ ପାଇଁ ସେ ମୋଟା ଅଙ୍କର ପାଉଣା ନେଉଛନ୍ତି ଅଭିନେତା। ପୂର୍ବରୁ ଅନ୍ୟ କୌଣସି ଅଭିନେତାଙ୍କୁ ଏତେ ଟଙ୍କା ମିଳି ନ ଥିବା ବେଳେ ସେ ରେକର୍ଡ କରିଛନ୍ତି। ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ପୂଜା ହେଗଡେ, ସଚିନ ଖେଡେକର, ମୁରଲୀ ଶର୍ମା,ଭାଗ୍ୟଶ୍ରୀ, କୁଣାଲ ରୟ କପୁର ପ୍ରମୁଖ ନଜର ଆସିବେ। ରାଧାକୃଷ୍ଣ କୁମାର ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମଟି ଜୁଲାଇ ୩୦ରେ ପରଦାକୁ ଆସିବାକୁ ଥିବା ବେଳେ ଆଲିଆଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’କୁ ଟକ୍କର ଦେଇପାରେ।

ନିଖୁଣ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ପ୍ରଭାସ ‘ବାହୁବଲୀ’ରେ କରିଥିଲେ ପ୍ରଶଂସନୀୟ କାମ। ଏହାକୁ ନେଇ ମନୋରଞ୍ଜନ ଦୁନିଆରେ ତାଙ୍କର ବାହାବା କରାଯାଇଥିଲା। ସମସ୍ତେ ତାଙ୍କର ପ୍ରଶଂସକ ପାଲଟିଥିଲେ। ଫିଲ୍ମର ଅଦ୍ଭୁତପୂର୍ବ ସଫଳତାକୁ ନେଇ ଏବେ ଆଗଧାଡ଼ିର ନାୟକ ପାଲଟିଛନ୍ତି ସେ। ଫଳରେ ବ୍ୟକ୍ତିଗତ ଭାବେ ନିଜର ପାଉଣା ମଧ୍ୟ ସେ ବଢ଼ାଇଛନ୍ତି। ଏବେ ତାଙ୍କ ପାଖରେ ଗୋଟିଏ ପରେ ଗୋଟିଏ ଭଲ ଫିଲ୍ମ ରହିଛି। ସେଥିରୁ ଆଦିପୁରୁଷ, ସଲାମ ଏବଂ ନାଗ ଅଶ୍ୱିନ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri