Posted inଫୁରସତ

ଏହି ଗାଁର ପ୍ରତି ଛାତ ଉପରେ ରହିଛି ଏୟାର ଇଣ୍ଡିଆ ବିମାନ, ଜାହାଜ, ସିଂହ, ଘୋଡ଼ା; ଜାଣନ୍ତୁ ପୁରା ଘଟଣା…

ଜଲନ୍ଧର: ଆଜିକାଲି ପଞ୍ଜାବର ଏକ ଗାଁ ଚର୍ଚ୍ଚାରେ। ଦୂରଦୂରାନ୍ତରୁ ଲୋକମାନେ ଏଠାକାର ଘର ଦେଖିବା ପାଇଁ ଆସୁଛନ୍ତି। ବାସ୍ତବରେ ଏହି ଗାଁର ଘରଗୁଡ଼ିକର ଡିଜାଇନ ଏପରି ଯେ ଯେକେହି ଏହା ପ୍ରତି ଆକର୍ଷିତ ହୁଅନ୍ତି। ଏହି ଗାଁଟି ଜଲନ୍ଧର ଜିଲାରେ ଅଛି। ଏହାର ନାମ ଉପ୍ପଲ ଭୁପା। ଏଠାରେ ରହୁଥିବା ଲୋକମାନେ ନିଜ ଘରର ଛାତକୁ ଏପରି ଢଙ୍ଗରେ ଡିଜାଇନ କରିଛନ୍ତି ଯେ ଚାରିଆଡେ ଏହାର ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହେଉଛି। ତେବେ ଆସନ୍ତୁ ଜାଣିବା ଡିଜାଇନ୍‌ରେ କ’ଣ ବିଶେଷତା ରହିଛି?

ଗାଁର ଲୋକମାନେ ନିଜ ଘରର ଛାତ ଉପରେ ଥିବା ପାଣି ଟାଙ୍କିକୁ ବିଭିନ୍ନ ଆକୃତି ଦେଇଛନ୍ତ। ସାଧାରଣତଃ ଘର ଛାତ ଉପରେ ଥିବା ପାଣି ଟାଙ୍କି ପ୍ଲାଷ୍ଟିକ, ଷ୍ଟିଲ, ଲୁହା କିମ୍ବା ସିମେଣ୍ଟରେ ର୍ନିମିତ ହୋଇଥାଏ। ଏହାର ଆକୃତି ଗୋଲାକାର, ଆୟତାକାର କିମ୍ବା ଲମ୍ବା ହୋଇଥାଏ। ହେଲେ ଏହି ଗାଁରେ ରହୁଥିବା ଲୋକମାନେ କିଛି ଭିନ୍ନ କରିଛନ୍ତି। ପାଣି ଟାଙ୍କି ପାଇଁ ଗାଁଟି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। କିଏ ପାଣି ଟାଙ୍କିକୁ ଏକ ବିମାନ ରୂପ ଦେଇଛି ତ କିଏ ପଦ୍ମ ଫୁଲ କିମ୍ବା ଏକ ଜଳ ଜାହାଜ ଭଳି ଆକୃତି ଦେଇଛନ୍ତି। ଏହାକୁ ହଠାତ ଦେଖିଲେ ସବୁଗୁଡ଼ିକ ପାଣି ଟାଙ୍କି ବୋଲି ବିଶ୍ୱାସ ହୁଏନାହିଁ।

ସ୍ଥାନୀୟ ବାସିନ୍ଦା କୁହନ୍ତି, ଜଲନ୍ଧରର ଅପପାଲ ଭୁପା ଗାଁରେ ଲୋକମାନେ ନିଜ ଘରର ଛାତ ଉପରେ ଡିଜାଇନର୍‌ ପାଣି ଟାଙ୍କି ନିର୍ମାଣ କରିଛନ୍ତ। ଏହାକୁ ଲୋକମାନେ ଦୂରରୁ ଦେଖିବା ପାଇଁ ଆସନ୍ତି । ଏଠାରେ ଅଧିକାଂଶ ଲୋକ ଦେଶ ବାହାରେ ରୁହନ୍ତି। ସେମାନଙ୍କ ଚିନ୍ତାଧାରା ଅନୁଯାୟୀ ୱାଟର ଟ୍ୟାଙ୍କିଗୁଡ଼ିକୁ ଏୟାର ଇଣ୍ଡିଆ ବିମାନ, ଜାହାଜର ଆକାର ଦିଆଯାଇଛି। ଅନେକ ଲୋକ ପାଣି ଟାଙ୍କି ପାଇଁ ସିଂହ ଏବଂ ଘୋଡା ଚିତ୍ର ଚୟନ କରିଛନ୍ତି। ଦେଖିବାକୁ ଏହା ସୁନ୍ଦର ଲାଗିବା ସହ ଆକର୍ଷଣର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri