Posted inଫୁରସତ

ଏହି ଗାଁର ପ୍ରତି ଛାତ ଉପରେ ରହିଛି ଏୟାର ଇଣ୍ଡିଆ ବିମାନ, ଜାହାଜ, ସିଂହ, ଘୋଡ଼ା; ଜାଣନ୍ତୁ ପୁରା ଘଟଣା…

ଜଲନ୍ଧର: ଆଜିକାଲି ପଞ୍ଜାବର ଏକ ଗାଁ ଚର୍ଚ୍ଚାରେ। ଦୂରଦୂରାନ୍ତରୁ ଲୋକମାନେ ଏଠାକାର ଘର ଦେଖିବା ପାଇଁ ଆସୁଛନ୍ତି। ବାସ୍ତବରେ ଏହି ଗାଁର ଘରଗୁଡ଼ିକର ଡିଜାଇନ ଏପରି ଯେ ଯେକେହି ଏହା ପ୍ରତି ଆକର୍ଷିତ ହୁଅନ୍ତି। ଏହି ଗାଁଟି ଜଲନ୍ଧର ଜିଲାରେ ଅଛି। ଏହାର ନାମ ଉପ୍ପଲ ଭୁପା। ଏଠାରେ ରହୁଥିବା ଲୋକମାନେ ନିଜ ଘରର ଛାତକୁ ଏପରି ଢଙ୍ଗରେ ଡିଜାଇନ କରିଛନ୍ତି ଯେ ଚାରିଆଡେ ଏହାର ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହେଉଛି। ତେବେ ଆସନ୍ତୁ ଜାଣିବା ଡିଜାଇନ୍‌ରେ କ’ଣ ବିଶେଷତା ରହିଛି?

ଗାଁର ଲୋକମାନେ ନିଜ ଘରର ଛାତ ଉପରେ ଥିବା ପାଣି ଟାଙ୍କିକୁ ବିଭିନ୍ନ ଆକୃତି ଦେଇଛନ୍ତ। ସାଧାରଣତଃ ଘର ଛାତ ଉପରେ ଥିବା ପାଣି ଟାଙ୍କି ପ୍ଲାଷ୍ଟିକ, ଷ୍ଟିଲ, ଲୁହା କିମ୍ବା ସିମେଣ୍ଟରେ ର୍ନିମିତ ହୋଇଥାଏ। ଏହାର ଆକୃତି ଗୋଲାକାର, ଆୟତାକାର କିମ୍ବା ଲମ୍ବା ହୋଇଥାଏ। ହେଲେ ଏହି ଗାଁରେ ରହୁଥିବା ଲୋକମାନେ କିଛି ଭିନ୍ନ କରିଛନ୍ତି। ପାଣି ଟାଙ୍କି ପାଇଁ ଗାଁଟି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। କିଏ ପାଣି ଟାଙ୍କିକୁ ଏକ ବିମାନ ରୂପ ଦେଇଛି ତ କିଏ ପଦ୍ମ ଫୁଲ କିମ୍ବା ଏକ ଜଳ ଜାହାଜ ଭଳି ଆକୃତି ଦେଇଛନ୍ତି। ଏହାକୁ ହଠାତ ଦେଖିଲେ ସବୁଗୁଡ଼ିକ ପାଣି ଟାଙ୍କି ବୋଲି ବିଶ୍ୱାସ ହୁଏନାହିଁ।

ସ୍ଥାନୀୟ ବାସିନ୍ଦା କୁହନ୍ତି, ଜଲନ୍ଧରର ଅପପାଲ ଭୁପା ଗାଁରେ ଲୋକମାନେ ନିଜ ଘରର ଛାତ ଉପରେ ଡିଜାଇନର୍‌ ପାଣି ଟାଙ୍କି ନିର୍ମାଣ କରିଛନ୍ତ। ଏହାକୁ ଲୋକମାନେ ଦୂରରୁ ଦେଖିବା ପାଇଁ ଆସନ୍ତି । ଏଠାରେ ଅଧିକାଂଶ ଲୋକ ଦେଶ ବାହାରେ ରୁହନ୍ତି। ସେମାନଙ୍କ ଚିନ୍ତାଧାରା ଅନୁଯାୟୀ ୱାଟର ଟ୍ୟାଙ୍କିଗୁଡ଼ିକୁ ଏୟାର ଇଣ୍ଡିଆ ବିମାନ, ଜାହାଜର ଆକାର ଦିଆଯାଇଛି। ଅନେକ ଲୋକ ପାଣି ଟାଙ୍କି ପାଇଁ ସିଂହ ଏବଂ ଘୋଡା ଚିତ୍ର ଚୟନ କରିଛନ୍ତି। ଦେଖିବାକୁ ଏହା ସୁନ୍ଦର ଲାଗିବା ସହ ଆକର୍ଷଣର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?