ଫିଲିପାଇନ୍ସରେ ତାଣ୍ଡବ ରଚିଲା ‘ରାଇ’

ମାନିଲା,୧୮।୧୨: ପ୍ରଳୟଙ୍କରୀ ବାତ୍ୟା ପ୍ରଭାବରେ କେନ୍ଦ୍ରୀୟ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟାରେ ୩୧ ଜଣଙ୍କ ଜୀବନ ଯାଇଛି। ଏପରିକି ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଦକ୍ଷିଣ ଚାଇନା ସାଗରରେ ସୃଷ୍ଟ ବାତ୍ୟା ‘ରାଇ’ ଗୁରୁବାର ରାତିରେ ଫିଲିପାଇନ୍ସ ଉପକୂଳ ଛୁଇଁବା ସହ ଦକ୍ଷିଣ ଓ କେନ୍ଦ୍ରୀୟ ଦ୍ୱୀପ ପ୍ରଦେଶଗୁଡ଼ିକରେ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ୧୯୫ କିଲୋମିଟର ବେଗରେ ପବନ ବହିବା ସହ ମଝିରେ ମଝିରେ ପବନର ବେଗ ୨୭୦ କିଲୋମିଟର ଛୁଇଁଥିଲା। ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ଚାଇନା ସାଗର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏଭଳି ଭୟଙ୍କର ବାତ୍ୟା ନିକଟ ଅତୀତରେ କେବେ ଦେଖାଦେଇ ନ ଥିଲା। ବାତ୍ୟା ପୂର୍ବରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବିଦ୍ୟୁତ୍‌ ସଂଯୋଗ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ବାତ୍ୟା ସ୍ଥଳଭାଗ ଛୁଇଁବାର ଦୁଇଦିନ ପରେ ମଧ୍ୟ କ୍ଷୟକ୍ଷତିର ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ ବାତ୍ୟା ଯୋଗୁ ଡିନାଗାଟ୍‌ ଆଇଲାଣ୍ଡ ମାଟିରେ ମିଶିଯାଇଥିବା ଏହାର ଗଭର୍ନର ଆର୍ଲେନେ ବାଗ-ଆଓ ସରକାରୀ ଓ୍ବେବ୍‌ସାଇଟ୍‌ରେ ଏକ ବିବୃତି ପୋଷ୍ଟ କରିଛନ୍ତି। ବାତ୍ୟା ବିପନ୍ନଙ୍କୁ ତୁରନ୍ତ ଖାଦ୍ୟ, ପାନୀୟ ଜଳ, ଅସ୍ଥାୟୀ ଆଶ୍ରୟ ଏବଂ ଔଷଧ ଯୋଗାଇଦେବା ଲାଗି ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫତୁଓ୍ବା ଜାରି କଲା ତାଲିବାନ୍‌: ସରକାରୀ ସମ୍ପତ୍ତି ଫେରାଇ ଦିଅ

କାବୁଲ,୨୮ା୮: ସରକାରୀ ଗାଡ଼ି, ସାମ୍ରଗୀ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ରଖିଥିବା କାବୁଲ ନାଗରିକଙ୍କୁ ସପ୍ତାହେ ମଧ୍ୟରେ ସେସବୁକୁ ହସ୍ତାନ୍ତର କରିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଯଦି ଏହାକୁ...

କରୋନା ଆକ୍ରାନ୍ତଙ୍କଠାରେ ୨ ବର୍ଷ ପର୍ଯ୍ୟନ୍ତ ଦେଖାଯିବ ଲକ୍ଷଣ, ପ୍ରକାଶ ପାଇଲା ରିପୋର୍ଟ …

ବେଜିଂ, ୧୨।୫ : କରୋନା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅତିକମରେ ଅର୍ଦ୍ଧେକ ଆକ୍ରାନ୍ତଙ୍କଠାରେ ଦୁଇ ବର୍ଷ ପରେ ମଧ୍ୟ ଗୋଟିଏ କିମ୍ବା ଅଧିକ ଲକ୍ଷଣ...

ଅନାସ୍ଥା ଖାରଜ ଅସାମ୍ବିଧାନିକ

ଇସ୍‌ଲାମାବାଦ, ୮ା୪:ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ଗୁରବାର ପାକିସ୍ତାନ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି। ଇମ୍ରାନ୍‌ଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ନ୍ୟାଶନାଲ ଆସେମ୍ବ୍ଲିରେ ଆସିଥିବା ଅନାସ୍ଥା...

ସୀମାରେ ମୋବାଇଲ ସେବା ବନ୍ଦକଲା ବାଂଲାଦେଶ

ଢ଼ାକା,୧ା୧: ଭାରତୀୟ ସୀମାକୁ ଲାଗି ୧ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ମୋବାଇଲ ସେବାକୁ ବାଂଲାଦେଶ ସରକାର ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ...

ଗ୍ରିନରଙ୍କୁ ରୁଷିଆରେ ୯ ବର୍ଷ ଜେଲ

ମସ୍କୋ, ୫ା୮: ଡ୍ରଗ୍ସ ଚାଲାଣ ଅଭିଯୋଗରେ ଆମେରିକାର ବାସ୍କେଟବଲ ଖେଳାଳି ବ୍ରିଟନି ଗ୍ରିନରଙ୍କୁ ରୁଷିଆର ଏକ କୋର୍ଟ ଗୁରୁବାର ୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।...

ଅଶରଫ୍‌ ଘନି-ଅବଦୁଲ୍ଲାଙ୍କ କ୍ଷମତା ଭାଗବଣ୍ଟା ଶେଷ

କାବୁଲ,୧୭।୫: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଘନି ଏବଂ ଅବଦୁଲ୍ଲା ଅବଦୁଲ୍ଲାଙ୍କ ମଧ୍ୟରେ ଜାରି ରହିଥିବା ରାଜନୈତିକ ସଙ୍କଟର ସମାଧାନ ହୋଇଛି। ଆମେରିକା ଚାପରେ ଶେଷରେ ଅଶରଫ୍‌...

ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ଦୁନିଆର ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ...

ରୁଷିଆ ଯବାନ ବଳାତ୍କାର କରିଥିବା ଦାବି କଲେ ୟୁକ୍ରେନ ମହିଳା

କ୍ୱିଭ,୨୯।୩ : ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଦୁଇ ରୁଷିଆ ଯବାନ ବଳାତ୍କାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ୟୁକ୍ରେନ ମହିଳା। ତାଙ୍କ...

Advertisement
Archives

Model This Week