Posted inଖେଳ

ପାଓ୍ବାର ଭାରତୀୟ ମହିଳା କ୍ରିକେଟ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୧୪।୫(ପି.ଟି.): ପୂର୍ବତନ ଟିମ୍‌ ଇଣ୍ଡିଆ ସ୍ପିନର ରମେଶ ପାଓ୍ବାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦକୁ ଫେରିଛନ୍ତି। ସେ ଡବ୍ଲ୍ୟୁଭି ରମଣଙ୍କ ସ୍ଥାନ ନେଇଛନ୍ତି। ରମେଶ ପୂର୍ବରୁ ମହିଳା ଦଳର ମୁଖ୍ୟ କୋଚ୍‌ ଥିଲେ। ମାତ୍ର ଏକଦିବସୀୟ ଅଧିନାୟିକା ମିଥାଲି ରାଜଙ୍କ ସହ ମନାନ୍ତର ଯୋଗୁ ବହିଷ୍କୃତ ହୋଇଥିଲେ। ୨ ବର୍ଷରୁ ଊର୍ଦ୍ଧ୍ୱ ବ୍ୟବଧାନ ପରେ ସେ ପୁଣି ଏହି ଗୁରୁଦାୟିତ୍ୱ ପାଇଛନ୍ତି। ମଦନ ଲାଲ୍‌ଙ୍କ ନେତୃତ୍ୱାଧୀନ କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ରମଣଙ୍କ ସହ ୮ ପ୍ରାର୍ଥୀଙ୍କ ସାକ୍ଷାତକାର ନେବାପରେ ୪୨ ବର୍ଷୀୟ ପାଓ୍ବାରଙ୍କୁ ନିଯୁକ୍ତି ଦେଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ପଦ ପାଇଁ ବିଜ୍ଞାପନ ଦେଇଥିଲା। ମୋଟ ୩୫ ଜଣ ଆବେଦନ କରିଥିଲେ। ସମସ୍ତ ଔପଚାରିକତା ପୂରଣ ପରେ ପାଓ୍ବାରଙ୍କୁ ମୁଖ୍ୟ କୋଚ୍‌ଭାବେ ନିଯୁକ୍ତି ଦିଆଯାଇଥିବା ବିସିସିଆଇ ପକ୍ଷରୁ ଏକ ବିବୃତିରେ ପ୍ରକାଶ କରାଯାଇଛି। ପୂର୍ବତନ ଉଇକେଟ କିପର ଅଜୟ ରାତ୍ରା ଏବଂ ପୂର୍ବତନ ଚୟନ କମିଟି ମୁଖ୍ୟ ହେମଲତା କାଲାଙ୍କ ସମେତ ୪ ମହିଳା ଏହି ଦୌଡ଼ରେ ଥିଲେ।
ତାଙ୍କୁ ଏହି ପଦ ପାଇଁ ଉପଯୁକ୍ତ ମନେ କରାଯାଇଥିବାରୁ ସିଏସି ଓ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି ପାଓ୍ବାର। ସେ ଏହି ଗୁରୁଦାୟିତ୍ୱ ପାଇଁ ପ୍ରସ୍ତୁତ ଥିବା ଟୁଇଟ୍‌ କରି ଜଣାଇଛନ୍ତି। ଦଳ ପାଇଁ ସ୍ପଷ୍ଟ ଦୃଷ୍ଟିକୋଣ ଯୋଗୁ ରମେଶଙ୍କୁ ଚୟନ କରାଯାଇଥିବା ମଦନ ଲାଲ କହିଛନ୍ତି। ” ସେ କୋଚିଂ ଦେବାର ଅଭିଜ୍ଞତା ରଖିଛନ୍ତି। ଦଳ ପାଇଁ ତାଙ୍କର ଦୃଷ୍ଟିକୋଣ ଆମକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି। ଦଳକୁ ଭିନ୍ନଏକ ସ୍ତରକୁ ନେଇଯିବା ପାଇଁ ତାଙ୍କର ସ୍ବତନ୍ତ୍ର ଯୋଜନା ରହିଛି। କ୍ରିକେଟର ସମସ୍ତ ଦିଗ ପ୍ରତି ତାଙ୍କ ନଜର ରହିଛି। ଏବେ ସେ ତାହାକୁ କାର୍ଯ୍ୟରେ ପରିଣତ କରିବାର ସମୟ“ ବୋଲି ମଦନ ଲାଲ ପ୍ରକାଶ କରିଛନ୍ତି। ଏବେ ମିଥାଲିଙ୍କ ସହ ରମେଶ କିପରି କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ଉତ୍ସୁକତା ରହିବ। ହରମନପ୍ରୀତ କୌରଙ୍କୁ ଟି୨୦ ଅଧିନାୟିକା କରାଯିବା ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ କପ୍‌ ସେମିଫାଇନାଲରୁ ବାଦ୍‌ ପଡ଼ିବା ପରେ ପାଓ୍ବାର ତାଙ୍କ କ୍ୟାରିୟର ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ମିଥାଲି ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ସେ ଏକ ପତ୍ର ମଧ୍ୟ ବିସିସିଆଇକୁ ଦେଇଥିଲେ। ଅନ୍ୟପକ୍ଷରେ ପାଓ୍ବାର ଏହାକୁ ଖଣ୍ଡନ କରିବା ସହ ମିଥାଲି ଖରାପ ମିଜାଜ ସହ ଦଳରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ମହିଳା କ୍ରିକେଟ ଦଳରୁ ଦୂରେଇ ରହିବା ପରେ ପାଓ୍ବାର ନିଜକୁ ଦକ୍ଷ କୋଚ୍‌ ଭାବେ ପ୍ରମାଣିତ କରିଥିଲେ। ଟି୨୦ ପ୍ରତିଯୋଗିତାରେ ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ ପାଓ୍ବାରଙ୍କ ପ୍ରଶିକ୍ଷଣରେ ଦଳ ବିଜୟ ହଜାରେ ଟ୍ରଫିରେ ଚମକ ସୃଷ୍ଟି କରିଥିଲା। ଏହା ବ୍ୟତୀତ ସେ ଜାତୀୟ କ୍ରିକେଟ ଏକାଡେମୀରେ ବୋଲିଂ କୋଚ୍‌ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ମିଥାଲିଙ୍କ ସହ ତାଙ୍କ ମତଭେଦ ସମ୍ପର୍କରେ ପାଓ୍ବାରଙ୍କୁ ସାକ୍ଷାତକାର ଅବସରରେ ପ୍ରଶ୍ନ କରାଯାଇଥିଲା। ମାତ୍ର ଏଥିରେ ତାଙ୍କର କିଛି ଦୋଷ ନାହିଁ। ସେ ପିଲାମାନଙ୍କ ସହ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିବା ମଦନ ଲାଲ ପ୍ରକାଶ କରିଛନ୍ତି। ୪ ମହିଳା ପ୍ରାର୍ଥୀଙ୍କ ଆଭିମୁଖ୍ୟରେ ସେ ଖୁବ୍‌ ପ୍ରଭାବିତ ବୋଲି କହିଛନ୍ତି ମଦନ। ସେମାନେ କ୍ରିକେଟ ସହିତ ସମ୍ପୂର୍ଣ୍ଣଭାବେ ଜଡ଼ିତ ହୋଇରହିଛନ୍ତି। ଫଳରେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି। ପାଓ୍ବାର ଭାରତ ପକ୍ଷରୁ ୨ ଟେଷ୍ଟ ଏବଂ ୩୧ଟି ଦିନିକିଆ ଖେଳିଛନ୍ତି। ୨୦୧୮ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ସେ ଭାରତୀୟ ମହିଳା ଦଳ ଦାୟିତ୍ୱରେ ଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତ ସେହିବର୍ଷ ଟି୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିଲା। ଏହା ବ୍ୟତୀତ କ୍ରମାଗତ ୧୪ଟି ଟି୨୦ ମ୍ୟାଚ ଜିତିବାରେ ମଧ୍ୟ ରେକର୍ଡ କରିଥିଲା। ୨୦୧୮ ଡିସେମ୍ବରରେ ପାଓ୍ବାରଙ୍କ ସ୍ଥାନ ନେଇଥିବା ରମଣଙ୍କ ଅବସ୍ଥା ମଧ୍ୟ ଅନୁରୂପ। ତାଙ୍କ ପ୍ରଶିକ୍ଷଣରେ ଭାରତ ଗତବର୍ଷ ଟି୨୦ ବିଶ୍ୱକପ ଫାଇନାଲ ଖେଳିଥିଲା। ତେବେ ଗତ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାଠାରୁ ଦିନିକିଆ ଓ ଟି୨୦ ସିରିଜରେ ଦଳର ଶୋଚନୀୟ ପ୍ରଦର୍ଶନ ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ଟିନ୍‌ ଏଜ୍‌ ବିଗ୍‌ ହିଟର ଶେଫାଳୀ ବର୍ମା ଏବଂ ସିନିୟର ପେସ୍‌ ବୋଲର ଶିଖା ପାଣ୍ଡେଙ୍କୁ ଦଳରୁ ବାଦ୍‌ଦେବା ନିଷ୍ପତ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। କୋଚ୍‌ ପଦକୁ ଫେରିଥିବାରୁ ପାଓ୍ବାରଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ରମଣ। ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ହେବାକୁଥିବା ଦିନିକିଆ ବିଶ୍ୱକପ ପାଇଁ ଦଳକୁ ପ୍ରସ୍ତୁତ କରିବା ପାଓ୍ବାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ। ତେବେ ତାଙ୍କ ପ୍ରଶିକ୍ଷଣରେ ଦଳ ପ୍ରଥମେ ୟୁକେରେ ସମ୍ପୂର୍ଣ୍ଣ ସିରିଜ ଖେଳିବ। ୭ ବର୍ଷ ବ୍ୟବଧାନରେ ଭାରତ ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚ ଖେଳିବ। ଜୁନ୍‌ ୧୬ରୁ ଏହା ଆରମ୍ଭ ହେବା କାର୍ଯ୍ୟସୂଚୀ ରହିଛି। ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯିବାର ମଧ୍ୟ କାର୍ଯ୍ୟସୂଚୀ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri