୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି ହେଉଛି। ଏହାସତ୍ତ୍ୱେ କୁକୁଡା ଚାଷୀଙ୍କୁ ଲାଭ ମିଳୁନି। ବାହାର ଓ ରାଜ୍ୟର କେତେଗୋଟି କମ୍ପାନୀ ହାତକୁ ଏହି ବ୍ୟବସାୟ ଚାଲିଯାଇଛି। ଅପରପକ୍ଷରେ ୨୦୧୨ ମସିହାରେ ସ୍ଥାପିତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ ପଡିଛି। ୧୧ ଲକ୍ଷର ଇନ୍‌କ୍ୟୁବଲେଟର, ଜେନେରେଟର ଆଦିରେ ବୁଢ଼ିଆଣୀ ଜାଲ ମାଡିଗଲାଣି। ଆର୍ଥିକ ପରିସ୍ଥିତି ସୁଧାରିବାକୁ କୁକୁଡା ଫାର୍ମ କରିଥିବା ଯୁବଗୋଷ୍ଠୀ ଏହି କମ୍ପାନୀ ହାତରେ ବନ୍ଧା ପଡିଥିବା ଚାଷୀମାନେ କହିଛନ୍ତି।
ଏ ସମ୍ପର୍କରେ ଇନ୍ଦୁପୁରର କାଳିଆ ସାମନ୍ତରାୟ, କଂସାର ଗ୍ରାମର ଶୁଭାଶିଷ ଜେନା, ପାଖଡ ଗ୍ରାମର ରମାକାନ୍ତ ମଲ୍ଲିକ, ବାରିମୂଳର ସେକ୍‌ ହସନ ପ୍ରମୁଖ କୁକୁଡା ଫାର୍ମ ମାଲିକ କହିଛନ୍ତି ଯେ, କୁକୁଡା ଦର ନିୟନ୍ତ୍ରଣରେ ପ୍ରଶାସନର କୌଣସି ଭୂମିକା ରହୁନାହିଁ। ଫଳରେ କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଲାଭ ଲୁଟୁଛନ୍ତି। ସେମାନେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ବଡ଼ ବଡ଼ କୁକୁଡା ବ୍ୟବସାୟୀ ଓଡ଼ିଶାରେ ଅର୍ଥ ଖଟାଇଛନ୍ତି। ଓଡ଼ିଶାର ଦୁଇ ତିନୋଟି କମ୍ପାନୀ ମଧ୍ୟ ଏହି କାରବାରରେ ସାମିଲ ହୋଇଛନ୍ତି। ଏହି କମ୍ପାନୀଗୁଡିକ ଚିଆଁଠାରୁ ଆରମ୍ଭ କରି ଦାନା ଓ ଔଷଧ ଆଦି ଯୋଗାଇଥାନ୍ତି। ଚାଷୀ ବା ଫାର୍ମ ମାଲିକ କେବଳ ଫାର୍ମ ଘର, ବିଜୁଳି, ପାଣି ଓ ମାନବସମ୍ବଳ ବ୍ୟୟ କରୁଛନ୍ତି। ଚାଷୀମାନେ କୁକୁଡା ଫାର୍ମରେ ଦାୟିତ୍ୱର ସହ କୁକୁଡା ରକ୍ଷଣାବକ୍ଷେଣ କରିବା ପରେ କେଜି ପ୍ରତି ୩ରୁ ୫ଟଙ୍କା ପାଉଛନ୍ତି। କୁକୁଡା ଦର ବୃଦ୍ଧି ସହ ଚାଷୀଙ୍କ କୌଣସି ସମ୍ପର୍କ ନାହିଁ। ଅର୍ଥ ଖଟାଇଥିବା କମ୍ପାନୀ ଠିକଣା ସମୟରେ ଔଷଧ ଓ ଦାନା ଆଦି ପ୍ରଦାନ କରିଥାନ୍ତି। କୁକୁଡା ପ୍ରାୟ ଦେଢ଼ କେଜି ହୋଇଗଲେ କମ୍ପାନୀ କର୍ତ୍ତୃପକ୍ଷ ତାହାକୁ ସଂଗ୍ରହ କରି ରାଜ୍ୟ ଓ ବାହାର ରାଜ୍ୟକୁ ନେଇ ବିକ୍ରି କରିଥାନ୍ତି। ଚାଷୀଙ୍କୁ କୁକୁଡା ବିକ୍ରି ପାଇଁ କୌଣସି ଅନୁମତି ନାହିଁ। ଚାଷ ଆରମ୍ଭରୁ କମ୍ପାନୀ କର୍ତ୍ତୃପକ୍ଷ ଏନେଇ ଚାଷୀଙ୍କ ସହ ଚୁକ୍ତି କରୁଛନ୍ତି। କୁକୁଡା ଚାଷ କରି ଆତ୍ମନିର୍ଭର ହେବା ପାଇଁ ସରକାରୀ ରିହାତିରେ କୁକୁଡା ଫାର୍ମ କରିଥିଲେ ମଧ୍ୟ ଚାଷୀମାନେ କମ୍ପାନୀ କବଳକୁ ଚାଲିଯାଇଛନ୍ତି। ଯଦି କୌଣସି ଚାଷୀ କମ୍ପାନୀର ସର୍ତ୍ତ ମାନିବାକୁ ରାଜି ନୁହେଁ, ତେବେ ଏହି କମ୍ପାନୀ କର୍ତ୍ତୃପକ୍ଷ ଚିଆଁଠାରୁ ଆରମ୍ଭ କରି ଔଷଧ, ଦାନା ଆଦିକୁ ଚଢ଼ା ଦରରେ କିଣିବାକୁ ବାଧ୍ୟ କରୁଛନ୍ତି। ସରକାରଙ୍କ ନିୟନ୍ତ୍ରଣ ଏହି କମ୍ପାନୀ ଉପରେ ରହୁ ନ ଥିବାରୁ ରାଜ୍ୟବାସୀ କମ୍ପାନୀର ଶସ୍ତା ଅଥବା ଅଧିକ ଦାମରେ ଦେଉଥିବା ମାଂସ କିଣିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଅଣ୍ଡା ଓ କୁକୁଡା ମାଂସ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପ୍ରାଣୀ ବିଭାଗ ପକ୍ଷରୁ ଚିଆଁ ଉତ୍ପାଦନ କେନ୍ଦ୍ର ୧୨ ବର୍ଷ ପୂର୍ବେ ଖୋଲା ଯାଇଥିଲା। ଏହି ପ୍ରକଳ୍ପରେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କୁକୁଡା ଚାଷୀଙ୍କୁ ଟଙ୍କାଟିଏ ଲାଭ ମିଳୁନାହିଁ। ଚିଆଁ ଉତ୍ପାଦନ ଏଠାରେ ବନ୍ଦ ହୋଇଛି। ଫଳରେ ବଜାରରେ କୁକୁଡା ମାଂସ ଚାହିଦା ଦ୍ରୁତଗତିରେ ବଢୁଥିବା ବେଳେ ଚାଷୀ ଲାଭ ପାଉନାହିଁ। ଏ ସମ୍ପର୍କରେ ସିଡିଭିଓ ଦୀପ୍ତି ମହାପାତ୍ରଙ୍କୁ ପଚାରିବାରେ କୁକୁଡା ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରିହାତି ଯୋଜନା ଅଛି। ଯୋଜନାରେ ସାମିଲ ହୋଇ ଚାଷୀ ଏହାର ଫାଇଦା ନେଇପାରିବେ। ବାହାର ଓ ରାଜ୍ୟ ମଧ୍ୟରେ ଥିବା କମ୍ପାନୀ ସହ ଚାଷୀ ଚୁକ୍ତିବଦ୍ଧ ହେଉଥିବାରୁ ଆଇନଗତ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ହେବ ନାହିଁ। ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ମଧ୍ୟରେ ଥିବା ଚିଆଁ ଉତ୍ପାଦନ କେନ୍ଦ୍ରକୁ ସଚଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପରୀକ୍ଷାମୂଳକ ଭାବେ କେତେକ ଅଣ୍ଡାରୁ ଚିଆଁ ଉତ୍ପାଦନ କରାଯାଇଥିଲା। ଏହାକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ କର୍ମଚାରୀ ଓ କେତେକ ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri