Posted inଜାତୀୟ

ସୁରକ୍ଷିତ ଜିଲାରେ କଶ୍ମୀରୀ ପଣ୍ଡିତଙ୍କ ପୋଷ୍ଟିଂ ହେବ, ଉପରାଜ୍ୟପାଳଙ୍କ ନିଷ୍ପତ୍ତି…

ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କାଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାକେଜ ଅନୁଯାୟୀ ରାଜ୍ୟର ସରକାରୀ ବିଭାଗରେ ନିଯୁକ୍ତ କାଶ୍ମୀରୀ ପଣ୍ଡିତମାନଙ୍କୁ ସୁରକ୍ଷିତ ଜିଲାରେ ପୋଷ୍ଟିଂ କରାଯିବ।

ମନୋଜ ସିହ୍ନା ପିପୁଲସ୍‌ ଆଲାଏନ୍ସ ଫର୍‌ ଗୁପକାର ଡିକ୍ଲାରେଶନ (ପିଏଜିଡି) ଏବଂ ଭାଜପା ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି ଯେ ନିକଟରେ ଜମ୍ମୁ-କଶ୍ମୀରର ତହସିଲ ମୁଖ୍ୟାଳୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷିତ ଜିଲାରେ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କ ନିୟୋଜନ କରାଯିବ।

ମେ ୧୨ ରେ ଆତଙ୍କବାଦୀମାନେ ବଡ଼ଗାମ ଜିଲାର ଚାଦୁରା ତହସିଲ କାର୍ଯ୍ୟାଳୟରେ ପ୍ରବେଶ କରି କାଶ୍ମୀରୀ ପଣ୍ଡିତ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ କାଶ୍ମୀରୀ ପଣ୍ଡିତମାନେ ଜମ୍ମୁ-କଶ୍ମୀରରେ ତୀବ୍ର ବିରୋଧ କରିଥିଲେ ଏବଂ ସରକାରୀ କାର୍ଯ୍ୟ କରୁଥିବା ସେମାନଙ୍କ ସମ୍ପ୍ରଦାୟର ସଦସ୍ୟଙ୍କୁ ଜମ୍ମୁକୁ ସ୍ଥାନାନ୍ତର କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିଥିଲେ। ଯଦି ସରକାର ତାହା ନକରନ୍ତି ତେବେ ସେମାନେ ଚାକିରିରୁ ସାମୁହିକ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି।

ଜମ୍ମୁ-କଶ୍ମୀରର ପ୍ରମୁଖ ରାଜନୈତିକ ଦଳର ମିଳିତ ମଞ୍ଚ ଗୁପକାର ମନିଫେଷ୍ଟୋ ଆଲାଏନ୍ସ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଉପତ୍ୟକା ଛାଡି ନଯିବାକୁ ନିବେଦନ କରିଛି। ମିଳିତ ମଞ୍ଚ କହିଛି ଯେ କଶ୍ମୀର ହେଉଛି ସେମାନଙ୍କର ଘର ଏବଂ ଏଠାରୁ ଚାଲିଯିବା ସମସ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ ହେବ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବଡ଼ଗାମରେ ଆତଙ୍କବାଦୀଙ୍କ ରାହୁଲ ଭଟ୍ଟଙ୍କ ଟ୍‌ହତ୍ୟାକୁ ବିରୋଧ କରି ୩୫୦ ରୁ ଅଧିକ କାଶ୍ମୀରୀ ପଣ୍ଡିତ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଏହା ପରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କ ସ୍ଥାନାନ୍ତର ସମ୍ପର୍କରେ ଏକ ନିଶ୍ଚିତ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

ଫାରୁକ ଅବଦୁଲ୍ଲା, ମେହବୁବା ମୁଫତି, ସିପିଆଇ (ଏମ) ର ଏମ୍‌.ଓ୍ବାଇ. ତାରିଗାମି, ଏନସି ଏମ୍‌ପି ହସନେନ ମାସୁଦି ଏବଂ ଆୱାମୀ ନ୍ୟାଶନାଲ କନଫରେନ୍ସ ବରିଷ୍ଠ ଉପାଧ୍ୟକ୍ଷ ମୁଜାଫର ଶାହାଙ୍କ ସହିତ ଏକ ବୈଠକରେ ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି ଯେ ସୁରକ୍ଷା ବାହିନୀକୁ ଟାର୍ଗେଟ କିଲିଂ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି।

ଯେଉଁମାନେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ସେମାନଙ୍କୁ କଦାପି ଛଡ଼ା ଯିବ ନାହିଁ। ଉପରାଜ୍ୟପାଳ ପ୍ରତିନିଧି ଦଳକୁ କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ଏନେଇ ସଚିବାଳୟରେ ଏକ ସ୍ବତନ୍ତ୍ର ସେଲ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri